ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲାରେ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନେ ବିଶ୍ରା ବ୍ଲକ ଓ ଲାଠିକଟା ବ୍ଲକର ହୋଇଥିବା ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ମହିଳା ଥିବା ବେଳେ ୩ ପୁରୁଷ ଅଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ମହାରାଷ୍ଟ୍ର ଫେରନ୍ତା ହୋଇଥିବା ବେଳେ ୨ ଜଣ ଚେନ୍ନାଇ ଫେରନ୍ତା ବୋଲି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପଓ୍ୱନ କଲ୍ୟାଣ ସୂଚନା ଦେଇଛନ୍ତି।
ଆକ୍ରାନ୍ତ ୪ ଜଣଙ୍କ ମଧ୍ୟରୁ ସମସ୍ତେ କ୍ୱାରେଣ୍ଟାଇନ୍ରେ ଥିଲେ। ସେମାନଙ୍କ ମଧ୍ୟରୁ ନିଶ୍ୱାସପ୍ରଶ୍ୱାସଜନିତ କଷ୍ଟ ହେବାରୁ ଜଣେ ରାଉରକେଲା କୋଭିଡ ହସ୍ପିଟାଲରେ ୨ ଦିନ ପୂର୍ବେ ଭର୍ତ୍ତି ହୋଇଥିଲେ। ଅନ୍ୟ ଜଣେ ବିଶ୍ରା ବ୍ଲକ କପାଟମୁଣ୍ଡା ସ୍କୁଲ କ୍ୱାରେଣ୍ଟାଇନ୍ରେ ଥିଲେ। ଆଉ ୨ ଜଣ ସରକାରୀ କ୍ୱାରେଣ୍ଟାଇନ୍ରେ ଥିଲେ। ଏବେ ସମସ୍ତଙ୍କୁ ରାଉରକେଲା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୁନ୍ଦରଗଡ଼ରେ ପୂର୍ବରୁ ୩୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୂଆ ୪ ଜଣଙ୍କୁ ମିଶାଇ ଏହି ସଂଖ୍ୟା ୩୭ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୨୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ସହଦେବ ହତ୍ୟାକାଣ୍ଡ: ବିଜେଡି-ବିଜେପି ତୁତୁମେଁମେଁ, ସନ୍ଦେହ ଘେରରେ ମେୟରଙ୍କ ଭୂମିକା, ଫସିଯିବେ କି ଅନନ୍ତ
ସହଦେବଙ୍କ ପରିବାରକୁ ନ୍ୟାୟ ଦାବିରେ ସଫେଇ କର୍ମଚାରୀମାନେ ଦୁଇଦିନ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଆଜି ପ୍ରତ୍ୟାହାର ପରେ ଭୁବନେଶ୍ୱର ମେୟର ବିଜେଡି ନେତ୍ରୀ ସୁଲୋଚନା ଦାସଙ୍କ ଭୂମିକା ମଧ୍ୟ ସନ୍ଦେହଘେରକୁ ଆସିଛି ।
Politics
ବିଶାଲ ଦାସଙ୍କ ସମେତ ୧୪ ଜଣଙ୍କ ନାଁରେ ମାମଲା
ଆଇଜି କହିଥିଲେ, ନିଖୋଜ ମାମଲାର ଚାଲିଛି ଖୋଳତାଡ଼। ଏହାର କିଛି ଘଣ୍ଟା ପରେ ଅର୍ଥାତ ବିଳମ୍ବିତ ରାତିରେ କେତେକ ସରପଞ୍ଚ, ସମିତି ସଭ୍ୟ ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା ସରାଇପାଲିର ହୋଟେଲରେ ଥିବା ବେଳେ ନିଜେ ସମର୍ଥକଙ୍କ ସହ ପହଞ୍ଚିଥିଲେ ବିଶାଲ ଦାସ।
Crime
ହଂସିକା ଓ ଅନୀଲଙ୍କ ସମ୍ପତ୍ତି ଶହେ କୋଟି ପାର୍ କଲାଣି!
ପୂର୍ବରୁ ପୋର୍ସେ, ଜାଗୁଆର, BMW ଭଳି ୬ଟି ଦାମୀ କାର୍ ପରେ ଆଜି ୩କୋଟି ଟଙ୍କାର ଏକ ମର୍ସିଡିଜ କାର ଜବତ କରିଛି କମିସନ୍ରେଟ୍ ପୁଲିସ୍। ଏକ ପରିତ୍ୟକ୍ତ ସ୍ଥାନରେ କାରଟି ଲୁଚାଇ ରଖାଯାଇଥିଲା।
Crime
୮ ବର୍ଷ ତଳେ ଗିରଫ ହୋଇଥିଲେ, ତଥାପି ସୁଧୁରିଲେନି; ପୁଣି ଲାଞ୍ଚ ନେଇ ବନ୍ଧା ହେଲେ
ଲାଞ୍ଚ ନେଇ ଧରାପଡ଼ିବା ପରେ ଏଆରଆଇ ଶ୍ରୀ ବେହେରାଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା।
Crime
ମିଛ ଚିଠି ଦେଖାଇଥିଲେ, ଭାଙ୍ଗିପାରେ ବୈକୁଣ୍ଠଧାମ ଆଶ୍ରମ
ଭୁବନେଶ୍ୱର ଘାଟିକିଆ ମୌଜାର ଖାତା ନଂ 2333ର ପ୍ଲଟ ନଂ 1215 ଉପରେଥିବା ବୈକୁଣ୍ଠ ଧାମ ଆଶ୍ରମର ନିର୍ମାଣ ହୋଇଛି। ଏହା ଉପରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ଗତ ନଭେମ୍ବର ମାସ 21 ତାରିଖରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଜାରୀ କରିଥିଲେ।