ସୁନ୍ଦରଗଡ଼ ଜିଲ୍ଲାରେ ୪ ପଜିଟିଭ; ସଂଖ୍ୟା ଛୁଇଁଲା ୩୭

ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲାରେ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନେ ବିଶ୍ରା ବ୍ଲକ  ଓ ଲାଠିକଟା ବ୍ଲକର ହୋଇଥିବା ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ମହିଳା ଥିବା ବେଳେ ୩ ପୁରୁଷ ଅଛନ୍ତି।  ସେମାନଙ୍କ ମଧ୍ୟରୁ ୨ ଜଣ ମହାରାଷ୍ଟ୍ର ଫେରନ୍ତା ହୋଇଥିବା ବେଳେ ୨ ଜଣ ଚେନ୍ନାଇ ଫେରନ୍ତା ବୋଲି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପଓ୍ୱନ କଲ୍ୟାଣ ସୂଚନା ଦେଇଛନ୍ତି। ଆକ୍ରାନ୍ତ ୪ ଜଣଙ୍କ ମଧ୍ୟରୁ ସମସ୍ତେ କ୍ୱାରେଣ୍ଟାଇନ୍‌ରେ ଥିଲେ। […]

coronavirus

Niharika Rout
  • Published: Sunday, 24 May 2020
  • , Updated: 24 May 2020, 09:33 AM IST

ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲାରେ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନେ ବିଶ୍ରା ବ୍ଲକ  ଓ ଲାଠିକଟା ବ୍ଲକର ହୋଇଥିବା ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ମହିଳା ଥିବା ବେଳେ ୩ ପୁରୁଷ ଅଛନ୍ତି।  ସେମାନଙ୍କ ମଧ୍ୟରୁ ୨ ଜଣ ମହାରାଷ୍ଟ୍ର ଫେରନ୍ତା ହୋଇଥିବା ବେଳେ ୨ ଜଣ ଚେନ୍ନାଇ ଫେରନ୍ତା ବୋଲି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପଓ୍ୱନ କଲ୍ୟାଣ ସୂଚନା ଦେଇଛନ୍ତି।

ଆକ୍ରାନ୍ତ ୪ ଜଣଙ୍କ ମଧ୍ୟରୁ ସମସ୍ତେ କ୍ୱାରେଣ୍ଟାଇନ୍‌ରେ ଥିଲେ। ସେମାନଙ୍କ ମଧ୍ୟରୁ ନିଶ୍ୱାସପ୍ରଶ୍ୱାସଜନିତ କଷ୍ଟ ହେବାରୁ ଜଣେ ରାଉରକେଲା କୋଭିଡ ହସ୍ପିଟାଲରେ ୨ ଦିନ ପୂର୍ବେ ଭର୍ତ୍ତି ହୋଇଥିଲେ। ଅନ୍ୟ ଜଣେ ବିଶ୍ରା ବ୍ଲକ କପାଟମୁଣ୍ଡା ସ୍କୁଲ କ୍ୱାରେଣ୍ଟାଇନ୍‌ରେ ଥିଲେ। ଆଉ ୨ ଜଣ ସରକାରୀ କ୍ୱାରେଣ୍ଟାଇନ୍‌ରେ ଥିଲେ। ଏବେ ସମସ୍ତଙ୍କୁ ରାଉରକେଲା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୁନ୍ଦରଗଡ଼ରେ ପୂର୍ବରୁ ୩୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୂଆ ୪ ଜଣଙ୍କୁ ମିଶାଇ ଏହି ସଂଖ୍ୟା ୩୭ରେ ପହଞ୍ଚିଛି।  ସେମାନଙ୍କ ମଧ୍ୟରୁ ୨୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାଯାଇଛି।

Related story