ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୪ ଜଣ ଚିହ୍ନଟ ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭କୁ ବୃଦ୍ଧି ହୋଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୱେବସାଇଟରେ ପ୍ରକାଶ ପାଇଛି। ତେବେ ଏହି ନୂଆ ଚିହ୍ନଟ ରୋଗୀ ସେଇ ଯାଜପୁର ଜିଲ୍ଲାର ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ବେଳେ ଜଣେ ପୁରୁଷ ଅଛନ୍ତି।
ଏମାନେ ସମସ୍ତେ କୋଲକୋତା ଲିଙ୍କ୍ ବୋଲି ଜଣାପଡ଼ିଛି। ଏବେ ସୁଦ୍ଧା ଯାଜପୁର ଜିଲ୍ଲାରେ ୧୨ ଜଣ କରୋନା ରୋଗୀ ଚିହ୍ନଯ ହେଲେଣି।
Health Update, 23rd April, 2020 #Covid19
Four New Positive Cases of Jajpur.
48 Yrs Female, 70 Yrs Female, 80 Yrs Female & 21 Yrs Male
All family members of earlier positives. (West Bengal Returnees)
Contact tracing & followup action is being done.
Total Positive Cases: 87
— I & PR Department, Odisha (@IPR_Odisha) April 23, 2020
ସେମାନଙ୍କ ମଧ୍ୟରୁ ଜଣେ ଆରୋଗ୍ୟ ଲାଭ କରିଛନ୍ତି। ତେବେ ଏବେ ସୁଦ୍ଧା ରାଜ୍ୟରେ ୩୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ଥିବା ଜଣାପଡିଛି ରାଜ୍ୟରେ ମୋଟ ୮୭ ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି। ଏଥି ସହ ଅନ୍ୟ ଜଣେ କରୋନା ସଂକ୍ରମିତରୁ ସୁସ୍ଥ ହେବା ପରେ କ୍ୟାନସର ରୋଗରେ ତାଙ୍କର ମୃତ୍ୟୁ ଘଟିଥିଲା।