ବାପା-ମାଆଙ୍କୁ ହରାଇ ଆଈ କୋଳରେ ଗୁମୁରୀ କାନ୍ଦୁଛନ୍ତି ୪ ନାତିନାତୁଣୀ

ବରଗଡ଼ (ଦୀପକ ଶର୍ମା): ଆଖି ଆଗରେ ଆଗ ପଛ ହୋଇ ଚାଲିଗଲେ ଝିଅ ଜ୍ୱାଇଁ। ସେହି ଦାରୁଣ ଯନ୍ତ୍ରଣାକୁ ଛାତି ଭିତରେ ଚାପି ରଖି ୪ ନାତି-ନାତୁଣୀଙ୍କୁ କୋଳେଇ ନେଲେ ଆଈ ମାଆ। ଏବେ ବାର୍ଦ୍ଧକ୍ୟରେ ସେମାନଙ୍କ ଭାଗ୍ୟ ଓ ଭବିଷ୍ୟତ ଗଢ଼ିବାରେ ଲାଗିପଡ଼ିଛନ୍ତି। ହେଲେ ଏ ବାର୍ଦ୍ଧକ୍ୟରେ ସମ୍ୱଳ ଆସିବ କେଉଁଠୁ? କାମଦାମ କରିବାକୁ ହାତରେ ବଳ ନାହିଁ କି ପାଦ ଚାଲିବାକୁ ସାହସ ନାହିଁ। ତେଣୁ ଦୁଃଖ କଷ୍ଟରେ ଚଳୁଛନ୍ତି ବରଗଡ଼ ସଦର ବ୍ଲକ ଅନ୍ତର୍ଗତ […]

Orphan  Child

Orphan Child

Manoranjan Sial
  • Published: Wednesday, 21 July 2021
  • Updated: 21 July 2021, 05:39 PM IST

Sports

Latest News

ବରଗଡ଼ (ଦୀପକ ଶର୍ମା): ଆଖି ଆଗରେ ଆଗ ପଛ ହୋଇ ଚାଲିଗଲେ ଝିଅ ଜ୍ୱାଇଁ। ସେହି ଦାରୁଣ ଯନ୍ତ୍ରଣାକୁ ଛାତି ଭିତରେ ଚାପି ରଖି ୪ ନାତି-ନାତୁଣୀଙ୍କୁ କୋଳେଇ ନେଲେ ଆଈ ମାଆ। ଏବେ ବାର୍ଦ୍ଧକ୍ୟରେ ସେମାନଙ୍କ ଭାଗ୍ୟ ଓ ଭବିଷ୍ୟତ ଗଢ଼ିବାରେ ଲାଗିପଡ଼ିଛନ୍ତି। ହେଲେ ଏ ବାର୍ଦ୍ଧକ୍ୟରେ ସମ୍ୱଳ ଆସିବ କେଉଁଠୁ? କାମଦାମ କରିବାକୁ ହାତରେ ବଳ ନାହିଁ କି ପାଦ ଚାଲିବାକୁ ସାହସ ନାହିଁ। ତେଣୁ ଦୁଃଖ କଷ୍ଟରେ ଚଳୁଛନ୍ତି ବରଗଡ଼ ସଦର ବ୍ଲକ ଅନ୍ତର୍ଗତ ଝାଙ୍କରପାଲି ଗାଁର ବୃଦ୍ଧା ଇନ୍ଦୁମତି ବରିହା।

ଇନ୍ଦୁମତି ବରିହା। ୮ ବର୍ଷ ତଳେ ସ୍ୱାମୀଙ୍କୁ ହରାଇଥିଲେ। ସ୍ୱାମୀ ଆରପାରିକୁ ଗଲା ପରେ ଝିଅ ଓ ଜ୍ୱାଇଁଙ୍କୁ ପାଖକୁ ଡାକିଥିଲେ। ମାଆର ଡାକରା ପାଇ ଝିଅ ପୂର୍ଣ୍ଣିମା ଓ ଜ୍ୱାଇଁ ନକୁଳ ଚାର୍ଲିଆସିଲେ। କୁଲି ମଜୁରୀ କରି ଯାହା ଉପାର୍ଜନ କରୁଥିଲେ, ସେଥିରେ ଚଳୁଥିଲେ ପୂରା ପରିବାର। ପରିବାର କହିଲେ ବୃଦ୍ଧା ଇନ୍ଦୁମତି ଓ ପୂର୍ଣ୍ଣିମାଙ୍କ ୪ ସନ୍ତାନ।

ଇନ୍ଦୁମତିଙ୍କ ଝିଅ ପୂର୍ଣ୍ଣିମା ବରିହା ଜଟିଳ ରୋଗରେ ଆକ୍ରାନ୍ତ ହୋଇ ପ୍ରଥମେ ମୃତ୍ୟୁ ବରଣ କରିଥିଲେ। ଏହାର କିଛିଦିନ ପରେ ଜ୍ୱାଇଁ ନକୁଲ ଅଂଶୁଘାତ ଜନିତ ରୋଗରେ ପୀଡ଼ିତ ହୋଇ ଆର ପାରିକୁ ଚାଲିଗଲେ। ଏହାପରେ ଦୁଃଖର ପାହାଡ଼ ଫାଟି ପଡ଼ିଛି ଇନ୍ଦୁମତିଙ୍କ ମୁଣ୍ଡ ଉପରେ। ଝିଅ-ଜ୍ୱାଇଁ ସିନା ଆର ପାରିକୁ ଚାଲିଗଲେ, କିନ୍ତୁ ଛାଡ଼ିଗଲେ ୪ଟି ନିଷ୍ପାପ ଶିଶୁଙ୍କୁ।

ଇନ୍ଦୁମତିଙ୍କ ବଡ଼ ନାତୁଣୀ ମହିମାକୁ ବର୍ତ୍ତମାନ ୧୪ ବର୍ଷ ହୋଇଛି। ତା’ ତଳକୁ ମୋହିନୀକୁ ୧୧ ବର୍ଷ ହୋଇଥିବା ବେଳେ ମମତାଙ୍କୁ ୯ ଓ ସବା ସାନ ସୁଭମକୁ ତିନି ବର୍ଷ ହୋଇଛି। ବାପା-ମାଆଙ୍କୁ ହରାଇବା ୪ ପିଲା ଅନାଥ ହୋଇଗଲେ। ଏବେ ସେମାନେ ଚଳିବେ କେମିତି? ସେହି ଚିନ୍ତାରେ ପଡ଼ିଯାଇଛନ୍ତି ଇନ୍ଦୁମତି।

ଇନ୍ଦୁମତି ବର୍ତ୍ତମାନ ବାର୍ଦ୍ଧକ୍ୟ ଭତ୍ତା ଓ ସରକାରୀ କିଛି ଚାଉଳ ପାଉଛନ୍ତି। ଯାହା ସମୁଦ୍ରକୁ ଶଙ୍ଖେ ଭଳି। ଏପରି ସ୍ଥିତିରେ ୪ ନାତି ନାତୁଣୀଙ୍କୁ ଲାଳନପାଳନ କରିବା ପାଇଁ ତାଙ୍କୁ ପର ଆଗରେ ହାତ ପାତିବାକୁ ପଡୁଛି। ସେପଟେ ଝିଅ-ଜ୍ୱାଇଁ ଚାଲି ଯିବାରୁ ଆବାସ ଯୋଜନାରେ ମିଳିଥିବା ଘର ଅଧପନ୍ତରିଆ ଭାବେ ପଡିରହିଛି। ଘରକୁ ବିପିଏଲ୍‌ ବିଦ୍ୟୁତ ସଂଯୋଗ ପାଇଁ ତାର ଟଣା ହୋଇଛି। ମିଟର ଓ ବୋର୍ଡ ମଧ୍ୟ ଲାଗିଛି। ହେଲେ ଏପର୍ଯ୍ୟନ୍ତ କନେକ୍‌ସନ୍‌ ଦିଆଯାଇନି। ଫଳରେ ଅନ୍ଧାରରେ ରହିଛନ୍ତି ଏହି ପରିବାର।

ଅନାଥ ଶିଶୁଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରିବା ପାଇଁ ବ୍ୟବସ୍ଥା କରାଯିବା ସହିତ ଅନ୍ୟାନ୍ୟ ସରକାରୀ ସହାୟତା ଯୋଗାଇ ଦେବାକୁ ଗାଁ ଲୋକେ ଦାବି କରିଛନ୍ତି। ସେପଟେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ କହିଛନ୍ତି, ଉକ୍ତ ପରିବାର ଉପରେ ନଜର ରଖାଯାଇଛି। ଦୁଇ ଜଣ ଶିଶୁଙ୍କୁ ଚାଇଲଡ୍‌ କେୟାର ସେଣ୍ଟରକୁ ପଠାଇ ଦିଆଯାଇଛି। ସରକାରୀ ବିଧି ବ୍ୟବସ୍ଥା ଅନୁସାରେ ସେମାନଙ୍କୁ ସହଯୋଗ କରାଯିବ ବୋଲି ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story