କଟକ(ପ୍ରଭାତ ବିଷୋୟୀ): କଟକ ଜିଲ୍ଲା ବିଡ଼ାନାସୀର ବଉଳ ଛକରେ ଗାଈ ଚୋର ସନ୍ଦେହରେ ୪ ଜଣଙ୍କୁ ଲୋକେ ନିସ୍ତୁକ ମାଡ଼ ମାରିଛନ୍ତି। ଲୋକଙ୍କ ମାଡ଼ରେ ସେମାନେ ଗୁରୁତର ଆହତ ହୋଇଛନ୍ତି। ଏହାସହ ସେମାନେ ଆଣିଥିବା ଗୋଟିଏ ଗାଡ଼ିକୁ ଲୋକେ ପୋଡ଼ି ଦେଇଛନ୍ତି।
ଚାରି ଆହତଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।
ଗତକାଲି ରାତିରେ ୪ ଜଣ ଗୋଟିଏ ଗାଡ଼ି ଧରି ବିଡ଼ାନାସୀ ଅଞ୍ଚଳରେ ପଶିଥିଲେ। ଗାଈ ଚୋରି କରୁଥିବା ସନ୍ଦେହ କରି ଲୋକେ ସେମାନଙ୍କୁ ଘେରି ଯାଇଥିଲେ। ତେବେ ୪ ଜଣ ଯାକ ଗାଡ଼ି ଛାଡ଼ି ପଳାଉଥିବାବେଳେ ଲୋକେ ସେମାନଙ୍କୁ ଧରି ବଉଳ ଛକରେ ନିସ୍ତୁକ ମାଡ଼ ମାରିଥିଲେ।
ଗତ କିଛିଦିନ ହେଲା ବିଡ଼ାନାସୀ ଓ ସିଡିଏ ସେକ୍ଟର ୧୦ ଏବଂ ୧୧ ଅଞ୍ଚଳରୁ ରାତିରେ ଗାଈ ଚୋରି ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ଏନେଇ ବିଡ଼ାନାସୀ ଅଞ୍ଚଳର ଲୋକେ ଜଗି ରହୁଥିଲେ। ଗତକାଲି ରାତିରେ ଏହି ଗାଡ଼ିଟି ବିଡ଼ାନାସୀରେ ପଶିବାରୁ ଲୋକେ ସନ୍ଦେହ କରି ଘେରି ଯାଇଥିଲେ ଓ ପିଟି ଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ସୋମବାର ମହାପ୍ରଭୁଙ୍କ ପଇତାଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
ମାର୍ଗଶୀର କୃଷ୍ଣ ପକ୍ଷ ଦଶମୀ ତିଥିରେ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହୁଏ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ।
Politics
ତେଜୁଛି ଯାଜପୁର କଳି, ପୁଣି ବିଜେଡି-ବିଜେପି ମୁହାଁମୁହିଁ
ଯାଜପୁର ଘଟଣାକୁ ନେଇ ବିଜେଡି ଓ ବିଜେପି ପୁଣି ମୁହାଁମୁହିଁ ହୋଇଛନ୍ତି। ବିଜେଡି ପ୍ରେସମିଟ୍ କରି ପୁଲିସ ଉପରେ ଦୋଷ ଲଦିଥିବାବେଳେ କାଉଣ୍ଟର କରିଛି ବିଜେପି।
Miscellaneous
ଆସିଲା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା
୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଗଲା 'ସୁଭଦ୍ରା' ଟଙ୍କା। ସୁନ୍ଦରଗଡ଼ରେ ଟଙ୍କା ରିଲିଜ୍ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
Crime
ବନ୍ଦ କୋଠରୀରୁ ୮ ଦିନ ପରେ ସ୍ୱାମୀ ଉଦ୍ଧାର, ଖାଇବାକୁ ନଦେଇ ନିସ୍ତୁକ ମାଡ଼ ମାରି ବନ୍ଦୀ କରିଥିଲେ ସ୍ତ୍ରୀ
କସ୍ତାନ୍ତିନ ପରିଛା ଓ ତାଙ୍କ ପତ୍ନୀ ପ୍ରାଣ ରଞ୍ଜନି ପରିଛାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଝଗଡ଼ା ଲାଗି ରହିଥିଲା।