କେନ୍ଦ୍ରାପଡ଼ା ସହରରେ କାହିଁକି ମୁତୟନ ହେଲେ ୪ ପ୍ଲାଟୁନ୍‌ ଫୋର୍ସ?

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ହୋଇଛି। ଏହା ପରେ କେନ୍ଦ୍ରାପଡ଼ା ସହରରେ ପୁଲିସ ମୁତୟନ ହୋଇଛନ୍ତି। ହାଇଦର ଘର ଉପରେ ପୁଲିସର ତୀକ୍ଷ୍ଣ ନଜର ରଖିଛି। କେନ୍ଦ୍ରାପଡ଼ା ସହରର ସମ୍ବେଦନଶୀଳ ଛକରେ ୪ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। କିଛି ଅଘଟଣ ଆଶଙ୍କାରେ ପୁଲିସ ମୁତୟନ ହୋଇଥିବା ଜଣାପଡ଼ିଛି। ହାଇଦର ଘର ହେଉଛି କେନ୍ଦ୍ରାପଡ଼ା ଜିଲ୍ଲାରେ। କେନ୍ଦ୍ରାପଡା ପରି ସହରରେ ସେ ଜଣେ ରିକ୍ସା ଚାଳକ ଭାବେ କାର୍ଯ୍ୟ କରୁଥିଲେ। ପରବିର୍ତ୍ତୀ ସମୟରେ ସେ ଟପ୍‌ […]

Kendrapara

Kendrapara

Manoranjan Sial
  • Published: Saturday, 24 July 2021
  • Updated: 24 July 2021, 09:30 PM IST

Sports

Latest News

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ହୋଇଛି। ଏହା ପରେ କେନ୍ଦ୍ରାପଡ଼ା ସହରରେ ପୁଲିସ ମୁତୟନ ହୋଇଛନ୍ତି। ହାଇଦର ଘର ଉପରେ ପୁଲିସର ତୀକ୍ଷ୍ଣ ନଜର ରଖିଛି। କେନ୍ଦ୍ରାପଡ଼ା ସହରର ସମ୍ବେଦନଶୀଳ ଛକରେ ୪ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। କିଛି ଅଘଟଣ ଆଶଙ୍କାରେ ପୁଲିସ ମୁତୟନ ହୋଇଥିବା ଜଣାପଡ଼ିଛି।

ହାଇଦର ଘର ହେଉଛି କେନ୍ଦ୍ରାପଡ଼ା ଜିଲ୍ଲାରେ। କେନ୍ଦ୍ରାପଡା ପରି ସହରରେ ସେ ଜଣେ ରିକ୍ସା ଚାଳକ ଭାବେ କାର୍ଯ୍ୟ କରୁଥିଲେ। ପରବିର୍ତ୍ତୀ ସମୟରେ ସେ ଟପ୍‌ ଗ୍ୟାଙ୍ଗଷ୍ଟର ପାଲଟିଗଲା। ଅପରାଧ ଜଗତରେ ପ୍ରବେଶ ପୂର୍ବରୁ ରିକ୍ସା, ଟ୍ରେକର ଓ ଟ୍ରକ ଚଳାଇ ଜୀବିକା ନିର୍ବାହ କରୁଥିଲା ହାଇଦର। କୁଖ୍ୟାତ ଅପରାଧୀ ଟିଟୋର ସହଯୋଗୀ ଭାବେ ସେ କାମ କରିଥିଲା। ପରେ ଟିଟୋ, ସୁଲେମାନ ଓ ହାଇଦର ମିଳିମିଶି ଚଳାଇଥିଲେ ଅପରାଧ ସାମ୍ରାଜ୍ୟ। ପରେ ଟିଟୋ ଓ ହାଇଦର ମଧ୍ୟରେ ଫାଟ ସହ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଗ୍ୟାଙ୍ଗଓ୍ୱାର।

୨୦୦୫ ମସିହାରେ ଗ୍ୟାଙ୍ଗଷ୍ଟର ସୁଲେମାନର ଭାଇ ଚୁନାକୁ ହତ୍ୟା କରି ଚର୍ଚ୍ଚାକୁ ଆସିଥିଲା ହାଇଦର। ସେହିବର୍ଷ ତାକୁ ନାଗପୁରରୁ ଗିରଫ କରିଥିଲା ପୁଲିସ। ଏହି ମାମଲାରେ ସେ ଆଜୀବନ ସଜ୍ଜା ପାଇଥିଲା। ହେଲେ ଜେଲରେ ରହି ମଧ୍ୟ ସବୁ ପ୍ରକାର ଅପରାଧ ଚଳାଇବାରେ ସଫଳ ହେଉଥିଲା ହାଇଦର। ଏମିତିକି ଭୁବନେଶ୍ୱର ଝାରପଡ଼ା ଜେଲରେ ଥାଇ ବି ୨୦୦୭ ମସିହାରେ କେନ୍ଦୁଝର ଖଣି ଓ କ୍ରସର ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ରଙ୍କୁ ଅପରହଣ କରି ଟଙ୍କା ମାଗିଥିଲେ ହାଇଦର ଗ୍ୟାଙ୍ଗ। ପରେ ରଶ୍ମୀରଞ୍ଜନଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ଆଜୀବନ ଜେଲଦଣ୍ଡ ପାଇଥିଲା ହାଇଦର। ୨୦୧୭ ମସିହାରେ ଧଳସାମନ୍ତ ଗ୍ୟାଙ୍ଗ ସହ ଗ୍ୟାଙ୍ଗଓ୍ୱାର ଆଶଙ୍କା କରି ତାକୁ ଭୁବନେଶ୍ୱରରୁ ସମ୍ବଲପୁର ସର୍କଲ ଜେଲକୁ ସ୍ଥାନାନ୍ତର କରାଯାଇଥିଲା।

ଆଜି ଏହି ଗ୍ୟାଙ୍ଗଷ୍ଟର ଜୀବନ ଶେଷ ହୋଇଛି। ଚୌଦ୍ୱାର ଜେଲ୍‌ରୁ ବାରିପଦା ସର୍କଲ୍‌ ଜେଲ୍‌କୁ ନିଆଯାଉଥିବା ବେଳେ ପରିଶ୍ରା ବାହାନାରେ ଚମ୍ପଟ ମାରିବାକୁ ଚେଷ୍ଟା କରୁଥିଲା ହାଇଦର। ଆଉ ପୁଲିସ ତାକୁ ଏନ୍‌କାଉଣ୍ଟର କରିଥିଲା। ଗୁରୁତର ଅବସ୍ଥାରେ ତାକୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos