ନିଆଳି(ଓଡ଼ିଶା ରିପୋର୍ଟର)କଟକ ଜିଲ୍ଲା ନିଆଳି ଅଞ୍ଚଳରେ ପୁଣି ଫେରିଲା ଅଜଣା ଜନ୍ତୁ ଆତଙ୍କ। ଗତ ଗୁରୁବାର ରାତିରେ ବାଘମାରା ଗ୍ରାମରେ ଅଜଣା ଜନ୍ତୁ ଆକ୍ରମଣରେ ୧୦ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା ବେଳେ ୭ମେଣ୍ଢା ଗୁରୁତର ହୋଇଥିଲେ। ତେବେ ଗତ କାଲି ରାତିରେ ପୁଣି ଅଜଣା ଜନ୍ତୁ ଆକ୍ରମଣରେ ୪ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଆହତ ହୋଇଛନ୍ତି।
[caption id="attachment_633113" align="alignnone" width="650"] ନିଆଳି ଅଞ୍ଚଳରେ ଆତଙ୍କ।[/caption]
ନିଆଳି ବ୍ଲକ ତିହୁଡି ପଞ୍ଚାୟତ ବଘମରା ଗ୍ରାମର ବିରଞ୍ଚି ଦାସଙ୍କ ଗୁହାଳରେ ଲଗାତାର ଘଟି ଚାଲିଛି ଏଭଳି ଅଭାବନୀୟ ଘଟଣା। ଗତ ୨ ବର୍ଷ ତଳେ ଅଜଣା ଜନ୍ତୁ ଆକ୍ରମଣରେ ସହ ସହ ମେଣ୍ଢା ମରିଥିଲେ। ଅନେକ ଚାଷୀ ସର୍ବଶ୍ୱାନ୍ତ ହୋଇଥିଲେ। ଏବେ ପୁଣି ଅଜଣା ଜନ୍ତୁର ଆକ୍ରମଣ ଆରମ୍ଭ ହୋଇଥିବାରୁ ମେଣ୍ଢା ଚାଷୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ବନ ବିଭାଗ ଏହି ଘଟଣାକୁ ଖାମଖିଆଲି କରୁଥିବା ଲୋକେ ଅଭିଯୋଗ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ହଂସିକାଙ୍କ ଠକେଇ ସିଣ୍ଡିକେଟ୍ : ଅନୀଲଙ୍କ ମାଲିକାନାରେ ସିରାଜୁଦ୍ଦିନ ପରିବାରର ୨ କମ୍ପାନୀ, ଖୋଲିବ କି ବିଜେଡି ଲିଙ୍କ୍
୨ଟି କମ୍ପାନୀ ରାଜ୍ୟର ପରିଚିତ ଖଣି ବ୍ୟବସାୟୀ ସିରାଜୁଦ୍ଦିନ ପରିବାରର, ଆଉ ଗୋଟିଏ ରିଏଲ ଇଷ୍ଟେଟ୍ କମ୍ପାନୀକୁ ନିଜର ଅନ୍ୟ ଦୁଇଜଣ ଭାଇ ଅସିତ୍ ଓ ଅଜିତଙ୍କ ସହ ମିଶି ୨୦୨୩ ଜୁନ୍ ମାସରେ ତିଆରି କରିଛନ୍ତି ଅନୀଲ ।
Miscellaneous
‘ଆଜିର ସମାଜରେ ପିଲାମାନେ ବାପା, ମାଆଙ୍କୁ ବୋଝ ବୋଲି ଭାବୁଛନ୍ତି’
ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେନ୍ଦ୍ର କୁମାର ସେଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀତନୟା ଗିରି ଯୋଗଦେଇ ଶିକ୍ଷାର୍ଥୀଙ୍କ ଚରିତ୍ର ଗଠନରେ ମାଆମାନଙ୍କ ସଂସ୍କାର ଜରୁରୀ ବୋଲି କହିଥିଲେ।
Politics
ଖୋଲିବ ଠକ ଯୋଡ଼ି ହଂସିକା ଓ ଅନୀଲଙ୍କ ରାଜନୀତି ଲିଙ୍କ?
ଚିତାକଟା ଯୋଡ଼ି ହଂସିକା ଅଭିଲିପ୍ସା ଓ ଅନୀଲ ମହାନ୍ତି ମିଛିମିଛିକା ଅନେକ ପ୍ରଭାବଶାଳୀଙ୍କୁ ନିଜର ସମ୍ପର୍କୀୟ ଦର୍ଶାଇ ଓଡ଼ିଶା-ଛତିଶଗଡ଼-ଝାଡ଼ଖଣ୍ଡରେ ବିସ୍ତାର କରିଥିଲେ ନିଜର ଠକ ସାମ୍ରାଜ୍ୟ।