ଖଳାରେ ଲାଗିଲା ନିଆଁ: ୪ ବର୍ଷ ଶିଶୁ ମୃତ

ନବରଙ୍ଗପୁର: ଧାନଖଳାରେ ନଆଁ ଲାଗି ୪ ବର୍ଷ ଶିଶୁର ମୃତ୍ୟୁ। ଏହି ଅଭାବନୟୀ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଫୁକାଗୁଡ଼ା ଗାଁରେ। ଗାଁର ଲଖଣ ହରିଜନଙ୍କ ୪ ବର୍ଷର ପୁଅ ଉମାକାନ୍ତ ହରିଜନ ଖଳାରେ ଖେଳୁଥିଲା। ଏହି ସମୟରେ କୌଣସି ଏକ କାରଣରୁ ଧାନଗଦାରେ ନିଆଁ ଲାଗି ଯାଇଥିଲା। ଆଉ ସେଠାରୁ ଉମାକାନ୍ତ ବାହାରି ପାରି ନ ଥିଲା। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି। ଏନେଇ ପୋଲିସ ତଦନ୍ତ ଜାରି […]

fire

Rakesh Mallick
  • Published: Thursday, 30 November 2017
  • , Updated: 30 November 2017, 08:55 AM IST

ନବରଙ୍ଗପୁର: ଧାନଖଳାରେ ନଆଁ ଲାଗି ୪ ବର୍ଷ ଶିଶୁର ମୃତ୍ୟୁ। ଏହି ଅଭାବନୟୀ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଫୁକାଗୁଡ଼ା ଗାଁରେ। ଗାଁର ଲଖଣ ହରିଜନଙ୍କ ୪ ବର୍ଷର ପୁଅ ଉମାକାନ୍ତ ହରିଜନ ଖଳାରେ ଖେଳୁଥିଲା। ଏହି ସମୟରେ କୌଣସି ଏକ କାରଣରୁ ଧାନଗଦାରେ ନିଆଁ ଲାଗି ଯାଇଥିଲା। ଆଉ ସେଠାରୁ ଉମାକାନ୍ତ ବାହାରି ପାରି ନ ଥିଲା।

ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି। ଏନେଇ ପୋଲିସ ତଦନ୍ତ ଜାରି ରଖିଛି।

Related story