ନିଆଳି(ବିନୟ ମିଶ୍ର): ୪ ବର୍ଷର ଶିଶୁ ମୋବାଇଲ୍ ଟାୱାରରେ ଚଢ଼ିଗଲା। ଦୀର୍ଘ ଘଣ୍ଟାଏରୁ ଅଧିକ ସମୟର ଅପରେଶନ୍ ପରେ ଶିଶୁଟିକୁ ଟାୱାରରୁ ଉଦ୍ଧାର କରାଯାଇଛି। ଆଜି ଏପରି ଘଟଣା କଟକ ଜିଲ୍ଲା ପାଟସୁନ୍ଦରପୁର ଗାଁରେ ଘଟିଛି।
କଣ୍ଟାପଡ଼ା ବ୍ଲକ ନୂଆ ପାଟସୁନ୍ଦରପୁର ଗାଁର ୪ ବର୍ଷର ଶିଶୁ ଘର ପାର୍ଶ୍ୱରେ ଥିବା ମୋବାଇଲ ଟାୱାରରେ ଚଢ଼ି ଯାଇଥିଲା। ଏହା ଦେଖି ଜଣେ ଯୁବକ, ତାକୁ ଉଦ୍ଧାର କରିବା ପାଇଁ ଟାୱାର ଚଢ଼ି ଯାଇଥିଲେ। ଯୁବକ ଜଣକ ପ୍ରଥମ ଶିଶୁକୁ କାବୁ କରି ନେଇଥିଲେ। ମାତ୍ର ସେ ତଳକୁ ଓହ୍ଲାଇ ପାରିନଥିଲେ। ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି ଟାୱାରରେ ଅଟକି ରହିଥିଲେ।
ସ୍ଥାନୀୟ ଲୋକେ ଏନେଇ ଅଡଶପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଗାଁରେ ପହଞ୍ଚି ଟାୱାର ଉପରୁ ଶିଶୁ ଓ ଯୁବକଙ୍କୁ ଉଦ୍ଧାର କରିଛନ୍ତି।
ପରିବାର ଲୋକଙ୍କ କହିବା ଅନୁସାରେ ଶିଶୁର ମାନସିକ ଅବସ୍ଥା ଠିକ୍ ନାହିଁ। ଅନେକ ସମୟ ପିଲାଟି ଘରୁ ପଳାଇ ଯାଇଥାଏ। ଆଜି ମାଆ ଘର କାମରେ ବ୍ୟସ୍ତ ଥିବା ବେଳେ ଶିଶୁଟି ଟାୱାର ଉପରକୁ ଚଢ଼ି ଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।