କୋଭିଡ୍ ଚିକିତ୍ସା ପାଇଁ କିମ୍ସ ନେଇଛି ୪୦ କୋଟି

ଭୁବନେଶ୍ୱର(ଓଡିଶା ରିପୋର୍ଟର) କୋଭିଡ୍ ଚିକିତ୍ସା ପାଇଁ କିମ୍ସ ହସ୍ପିଟାଲକୁ ଏପର୍ଯନ୍ତ ୪୦ କୋଟି ଟଙ୍କା ରାଜ୍ୟ  ସରକାର ପ୍ରଦାନ କରିଛନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କୋଭିଡ଼ ଚିକିତ୍ସା ପାଉଣା ବାବଦକୁ ଏହା ଓଡିଶା ଖଣି ନିଗମ ପକ୍ଷରୁ ବିଭିନ୍ନ ସମୟରେ ପ୍ରଦାନ କରାଯାଇଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ଏହି ଅର୍ଥ କିମ୍ସ ହସ୍ପିଟାଲର ୪ଟି ଜିଲ୍ଲାରେ ଥିବା ହସ୍ପିଟାଲଗୁଡିକୁ ପ୍ରଦାନ କରାଯାଇଛି। ତେବେ ଏତକ ପରିମାଣର ଅର୍ଥ କେବଳ ଓଡ଼ିଶା ଖଣି ନିଗମ […]

kims

kims

Tapas Behera
  • Published: Tuesday, 20 October 2020
  • Updated: 20 October 2020, 06:42 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର) କୋଭିଡ୍ ଚିକିତ୍ସା ପାଇଁ କିମ୍ସ ହସ୍ପିଟାଲକୁ ଏପର୍ଯନ୍ତ ୪୦ କୋଟି ଟଙ୍କା ରାଜ୍ୟ  ସରକାର ପ୍ରଦାନ କରିଛନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କୋଭିଡ଼ ଚିକିତ୍ସା ପାଉଣା ବାବଦକୁ ଏହା ଓଡିଶା ଖଣି ନିଗମ ପକ୍ଷରୁ ବିଭିନ୍ନ ସମୟରେ ପ୍ରଦାନ କରାଯାଇଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ଏହି ଅର୍ଥ କିମ୍ସ ହସ୍ପିଟାଲର ୪ଟି ଜିଲ୍ଲାରେ ଥିବା ହସ୍ପିଟାଲଗୁଡିକୁ ପ୍ରଦାନ କରାଯାଇଛି। ତେବେ ଏତକ ପରିମାଣର ଅର୍ଥ କେବଳ ଓଡ଼ିଶା ଖଣି ନିଗମ ପକ୍ଷରୁ ଦିଆଯାଇଛି ବୋଲି ସୂଚନା ଦିଆଯାଇଛି। ଗତ ମାର୍ଚ୍ଚ ମାସଠାରୁ ସେପ୍ଟେମ୍ବର ପର୍ଯନ୍ତ ସମୁଦାୟ ୩୯.୧୪୪୭ କୋଟି ଟଙ୍କା ମିଳିଛି।

ସୂଚନା ଅନୁସାରେ କିମ୍ସ, ଭୁବନେଶ୍ୱର ହସ୍ପିଟାଲକୁ ତିନିଟି ପର୍ଯାୟରେ ଯଥାକ୍ରମେ ୧୨.୩୪, ୪.୯୨ ଏବଂ ୧.୮୪୨୨ କୋଟି ଟଙ୍କା ଦିଆଯାଇଛି। ସେହିପରି ଉକ୍ତ ହସ୍ପିଟାଲର କନ୍ଧମାଳ ଶାଖାକୁ ୫.୨୧୨୫ କୋଟି ଟଙ୍କା, ବଲାଙ୍ଗିର ଶାଖାକୁ ୬.୪୮ କୋଟି ଏବଂ କିମ୍ସ ମୟୂରଭଞ୍ଜ ଶାଖାକୁ ୮.୩୪ କୋଟି ଟଙ୍କା ମିଳିଛି। ସେହିପରି ଅଶ୍ୱିନୀ ହସ୍ପିଟାଲକୁ ୭.୭୨୮୫ କୋଟି ଟଙ୍କା, ସିଡିଏମଓ ଢେଙ୍କାନାଳଙ୍କୁ ୧ କୋଟି, ପୁରୀ ସିଡିଏମଓଙ୍କୁ ୨ କୋଟି ଏବଂ କଳାହାଣ୍ଡି ସିଡିଏମଓଙ୍କୁ ୩ କୋଟି ଟଙ୍କା ପ୍ରଦାନ କରାଯାଇଛି।

ଏଠାରେ ସୂଚନାଯୋଗ୍ୟ ଯେ କରୋନା ପାଇଁ ଉଦ୍ଦିଷ୍ଟ ଅର୍ଥ ବିଭିନ୍ନ ଉପାୟରେ ବାଟମାରଣା କରାଯାଉଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଛି। କେତେକ ନିର୍ଦ୍ଦିଷ୍ଟ ଘରୋଇ ହସ୍ପିଟାଲକୁ ଫାଇଦା ପହଞ୍ଚାଇବା ପାଇଁ ରାଜ୍ୟ ସରକାର ହାତ ଖୋଲିଦେଇଥିବା ମଧ୍ୟ ଅଭିଯୋଗ କରାଯାଇଛି। ତାଛଡା ବିଭିନ୍ନ କୋଭିଡ଼ ହସ୍ପିଟାଲରେ ରୋଗୀଙ୍କୁ ହଇରାଣ କରାଯାଉଥିବା ଅନେକ ନଜିର ମଧ୍ୟ ସାମ୍ନାକୁ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos