କାର୍‌ରୁ ୪୦ ଲକ୍ଷ ଟଙ୍କା ଜବତ; ବିଜେପୁର ନିର୍ବାଚନ ପାଇଁ ଯାଉଥିବା ସନ୍ଦେହ

ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ନିକଟସ୍ଥ ମହୁଲପାଲ୍ଲୀ ଛକରୁ ଜବତ ହୋଇଛି ୪୦ ଲକ୍ଷ ୫୦ ହଜାର ଟଙ୍କା।  କାର୍‌ରେ ଟଙ୍କା ଚାଲାଣ ବେଳେ ଜବତ କରିଛି ପଦ୍ମପୁର ପୋଲିସ୍। ଏହି ଘଟଣାରେ ପୋଲିସ୍ ଜଣଙ୍କୁ ଅଟକ ରଖିଛି। ତାଙ୍କ ନାଁ ରାଜେଶ ଅଗ୍ରୱାଲ। ଜବତ କାରର ନମ୍ବର OR-17G-1855। ଅଟକ ବ୍ୟକ୍ତି ଜଣଙ୍କ ଗାଡ଼ିର ମାଲିକ।  ନିର୍ବାଚନ ପାଇଁ କାର୍‌ରେ ଟଙ୍କା ଯାଉଥିବା ସନ୍ଦେହ କରାଯାଉଛି। ପଦ୍ମପୁର ଏସ୍‌ଡିପିଓ ଲକ୍ଷ୍ମୀନାରାୟଣ ପଣ୍ଡା କହିଛନ୍ତି,“ବିଜେପୁର ଉପ-ନିର୍ବାଚନ ପାଇଁ […]

money

Rakesh Mallick
  • Published: Saturday, 17 February 2018
  • , Updated: 17 February 2018, 10:48 PM IST

ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ନିକଟସ୍ଥ ମହୁଲପାଲ୍ଲୀ ଛକରୁ ଜବତ ହୋଇଛି ୪୦ ଲକ୍ଷ ୫୦ ହଜାର ଟଙ୍କା।  କାର୍‌ରେ ଟଙ୍କା ଚାଲାଣ ବେଳେ ଜବତ କରିଛି ପଦ୍ମପୁର ପୋଲିସ୍। ଏହି ଘଟଣାରେ ପୋଲିସ୍ ଜଣଙ୍କୁ ଅଟକ ରଖିଛି। ତାଙ୍କ ନାଁ ରାଜେଶ ଅଗ୍ରୱାଲ। ଜବତ କାରର ନମ୍ବର OR-17G-1855। ଅଟକ ବ୍ୟକ୍ତି ଜଣଙ୍କ ଗାଡ଼ିର ମାଲିକ।  ନିର୍ବାଚନ ପାଇଁ କାର୍‌ରେ ଟଙ୍କା ଯାଉଥିବା ସନ୍ଦେହ କରାଯାଉଛି।

ପଦ୍ମପୁର ଏସ୍‌ଡିପିଓ ଲକ୍ଷ୍ମୀନାରାୟଣ ପଣ୍ଡା କହିଛନ୍ତି,“ବିଜେପୁର ଉପ-ନିର୍ବାଚନ ପାଇଁ ଟଙ୍କା କାରବାର ହେଉଥିବା ନେଇ ଅଭିଯୋଗ ହୋଇଆସୁଛି। ଏଣୁ ପୋଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଉଛି। ଆଜି ପଦ୍ମପୁରର ମହୁଲପାଲ୍ଲୀ ଚେକ୍ ପୋଷ୍ଟ ନିକଟରେ ଏକ କାରକୁ ସନ୍ଦେହଜନକ ଅବସ୍ଥାରେ ଦେଖିବାକୁ ମିଳିଥିଲା। କାର୍‌ଟି ବିଜେପୁର ଆଡ଼କୁ ଯାଉଥିଲା। ଯାଞ୍ଚ ବେଳେ ସେଥିରୁ ୪୦ ଲକ୍ଷ ୫୦ ହଜାର ଟଙ୍କା ଜବତ କରାଯାଇଛି। କାରରେ ଥିବା ରାଜେଶ ଅଗ୍ରୱାଲଙ୍କୁ ଅଟକ ରଖାଯାଇଛି। ତାଙ୍କଠାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିପାରି ନାହିଁ। ଘଟଣା ସଂପର୍କରେ ନିର୍ବଚନ କମିଶନଙ୍କୁ ଅବଗତ କରାଯାଇଛି ଓ ଏହାର ତଦନ୍ତ ଜାରି ରହିଛି।”

ସୂଚନାଯୋଗ୍ୟ, ଗତ ୧୪ ତାରିଖରେ ଗାଇସିଲଟ ଥାନା ତାଲପାଲି ଠାରେ ଏକ ଗାଡ଼ିରୁ ୩ ଲକ୍ଷ ୨୦ ହଜାର ଟଙ୍କା ଜବତ କରାଯାଇଥିଲା।

 

Related story