ଅକାତକାତ ପାଣି ଭିତରେ ୪୦ ମିନିଟ୍‌ର ସଂଘର୍ଷ

ନବରଙ୍ଗପୁର (ନବଘନ ବିଷୋୟୀ): ବୋହିଲା ଦକ୍ଷିଣା ପବନ। ଆଗକୁ ଚାଲିନି ଯନ୍ତ୍ର ଚାଳିତ ଲଞ୍ଚ। ଜଳ ଭଣ୍ଡାର ଅକାତକାତ ପାଣି ଭିତରେ ୪୦ ମିନିଟ୍‌ ଧରି ଫସି ଗଲେ ୨୫ ଜଣ ଗାଁ ଲୋକ। କୂଳକୁ ଫେରିବାକୁ ଥଳକୂଳ ପାଇଲେ ନାହିଁ। ଦେବଦୂତ ହୋଇ ପହଞ୍ଚିଲେ ୧୦୮ ଆମ୍ୱୁଲାନ୍ସ(ଜରୁରୀ ସମୟରେ ଜଳଭଣ୍ଡାରରେ ଚାଲିଥିବା ବୋଟ୍‌ ଆମ୍ୱୁଲାନ୍ସ)। ଗାଁ ଲୋକଙ୍କୁ ଉଦ୍ଧାର କରି କୂଳକୁ ଆଣିଲେ। ଆଜି ଅପରାହ୍ନରେ ଏପରି ଚିତ୍ର ଦେଖିବାକୁ ମିଳିଛି ଇନ୍ଦ୍ରାବତୀ ଜଳ ଭଣ୍ଡାରରେ। […]

indravati

indravati

Manoranjan Sial
  • Published: Thursday, 15 September 2022
  • Updated: 15 September 2022, 10:18 PM IST

Sports

Latest News

ନବରଙ୍ଗପୁର (ନବଘନ ବିଷୋୟୀ): ବୋହିଲା ଦକ୍ଷିଣା ପବନ। ଆଗକୁ ଚାଲିନି ଯନ୍ତ୍ର ଚାଳିତ ଲଞ୍ଚ। ଜଳ ଭଣ୍ଡାର ଅକାତକାତ ପାଣି ଭିତରେ ୪୦ ମିନିଟ୍‌ ଧରି ଫସି ଗଲେ ୨୫ ଜଣ ଗାଁ ଲୋକ। କୂଳକୁ ଫେରିବାକୁ ଥଳକୂଳ ପାଇଲେ ନାହିଁ। ଦେବଦୂତ ହୋଇ ପହଞ୍ଚିଲେ ୧୦୮ ଆମ୍ୱୁଲାନ୍ସ(ଜରୁରୀ ସମୟରେ ଜଳଭଣ୍ଡାରରେ ଚାଲିଥିବା ବୋଟ୍‌ ଆମ୍ୱୁଲାନ୍ସ)। ଗାଁ ଲୋକଙ୍କୁ ଉଦ୍ଧାର କରି କୂଳକୁ ଆଣିଲେ। ଆଜି ଅପରାହ୍ନରେ ଏପରି ଚିତ୍ର ଦେଖିବାକୁ ମିଳିଛି ଇନ୍ଦ୍ରାବତୀ ଜଳ ଭଣ୍ଡାରରେ।

ଆଜି ଥିଲା ନବରଙ୍ଗପୁର ଜିଲ୍ଲା ଖାତିଗୁଡା ସ୍ଥିତ ଲମତାଗୁଡା ସାପ୍ତାହିକ ହାଟ। ସେଥିପାଇଁ କଳାହାଣ୍ଡି ଜିଲ୍ଲା ଥୁଆମୂଳ-ରାମପୁର ଅନ୍ତର୍ଗତ ଗୁଞ୍ଜମାଲି ଗାଁର ଲୋକମାନେ ଲଞ୍ଚରେ ଇନ୍ଦ୍ରାବତୀ ଜଳ ଭଣ୍ଡାର ପାର ହୋଇ ହାଟ କରିବାକୁ ଯାଉଥିଲେ। ଲଞ୍ଚରେ ଥିଲେ ୨୫ ଗାଁ ଲୋକ ଓ ବାଡ଼ିରେ ଫଳିଥିବା ପନି ପରିବା ଏବଂ ଅନ୍ୟାନ୍ୟ ସାମଗ୍ରୀ। ଗାଁ ଲୋକେ ସାଙ୍ଗରେ ନେଇଥିବା ପନିପରିବା ହାଟରେ ବିକି, ସେହି ପଇସାରେ ସଉଦା କରି ଫେରିବେ ବୋଲି ଭାବିଥିଲେ।

ହେଲେ ଇନ୍ଦ୍ରାବତୀ ଜଳ ଭଣ୍ଡାର ମଝିରେ ଦକ୍ଷିଣା ପବନ ସବୁ ଅଙ୍କ ବିଗାଡ଼ି ଦେଲା। ପବନ ସହିତ ତାଳଦେଇ ଲଞ୍ଚରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ଆଉ ଆଗକୁ ବଢ଼ିନଥିଲା ଲଞ୍ଚ। ଜଳଭଣ୍ଡାର ମଝିରେ ଫସି ଯାଇଥିଲେ ଗାଁ ଲୋକ। ପାଖାପାଖି ୪୦ରୁ ୪୫ ମିନିଟ୍‌ ଧରି ଦକ୍ଷିଣା ପବନ ଲଞ୍ଚକୁ ଘୂରାଇ ଥିଲା। କିଛି ଉପାୟ ନପାଇ ଲଞ୍ଚରେ ବସିଥିବା ଲୋକମାନେ ୧୦୮ ଆମ୍ୱୁଲାନ୍ସ (ଜରୁରୀ ସମୟରେ ଜଳଭଣ୍ଡାରରେ ଚାଲିଥିବା ବୋଟ୍‌ ଆମ୍ୱୁଲାନ୍ସ) କର୍ମଚାରୀଙ୍କୁ ଫୋନ୍‌ କରିଥିଲେ। ଆମ୍ୱୁଲାନ୍ସ କର୍ମଚାରୀମାନେ ଜଳ ଭଣ୍ଡାର ମଝିରୁ ସମସ୍ତଙ୍କୁ ଉଦ୍ଧାର କରିଥିଲେ।

ଲଞ୍ଚରେ ଥିବା ୨୫ ଜଣଙ୍କ ମଧ୍ୟରେ ୧୫ ଜଣ ମହିଳା, ୬ ଜଣ ପୁରୁଷ ଓ ୪ଜଣ ଛୋଟ ଶିଶୁ ରହିଥିଲେ। ସେମାନେ ନିଜ ଗ୍ରାମରୁ ବାରିଆଘାଟ  ଅଭିମୁଖେ ଯାଉଥିଲେ। ବୋଟ୍‌ ଆମ୍ବୁଲାନ୍ସ କର୍ମଚାରୀମାନେ ସମସ୍ତଙ୍କୁ ଉଦ୍ଧାର କରି ବାରିଆଘାଟରେ ଛାଡିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story