୧୯ରେ ସିଧାଳସଖ ପୁରୀ ଯିବେ ରାଷ୍ଟ୍ରପତି, ସୁରକ୍ଷାରେ ୪୦ ପ୍ଲାଟୁନ ପୁଲିସ ଫୋର୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ୧୯ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ନୂଆଦିଲ୍ଲୀରୁ ସିଧାସଳଖ ୧୯ତାରିଖ ଅପରାହ୍ନ ୩ଟା ୨୫ମିନିଟରେ ପୁରୀରେ ଅବତରଣ କରିବେ । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୪୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହେବେ । ଆଜି ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବୈଠକ ପରେ ଗଣମାଧ୍ୟମକୁ […]

kovind

Ordigital Desk
  • Published: Saturday, 12 February 2022
  • , Updated: 12 February 2022, 07:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ୧୯ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ନୂଆଦିଲ୍ଲୀରୁ ସିଧାସଳଖ ୧୯ତାରିଖ ଅପରାହ୍ନ ୩ଟା ୨୫ମିନିଟରେ ପୁରୀରେ ଅବତରଣ କରିବେ । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୪୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହେବେ ।

ଆଜି ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପୁରୀ ଏସପି କନୱର ବିଶାଳ ସିଂ କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ ଗସ୍ତରେ ସୁରକ୍ଷା ବ୍ୟବସ୍ଥାରେ ୪୦ ପ୍ଲାଟୁନ୍ ପୁଲିସ ଫୋର୍ସ ଓ ପ୍ରାୟ ୨୦୦ ଅଫିସର ମୁତୟନ ହେବେ ।

ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ସୂଚନା ଅନୁସାରେ ରାଷ୍ଟ୍ରପତି କୋବିନ୍ଦ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଫେବୃୟାରୀ ୧୯ତାରିଖ ଅପରାହ୍ନ ୩ଟା ୨୫ମିନିଟରେ ସିଧାସଳଖ ପୁରୀରେ ଅବତରଣ କରିବେ । ପୁରୀ ଏଥିପାଇଁ ଏକ ହେଲିପ୍ୟାଡ ପ୍ରସ୍ତୁତ ହୋଇଛି । ସେଠାରୁ ସେ ହୋଟେଲ ଯିବେ । ପ୍ରାୟ ସନ୍ଧ୍ୟା ୫ଟାବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରକୁ ଦର୍ଶନ ପାଇଁ ଯିବାର କାର୍ଯ୍ୟକ୍ରମ ରହିଛି ।

୨୦ତାରିଖରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ପୁରୀର ଗ୍ରାଣ୍ଡ ରୋଡରେ ଥିବା ଶ୍ରୀ ଚୈତନ୍ୟ ଗୌଡ଼ୀୟ ମଠରେ ଏକ କାର୍ଯ୍ୟକ୍ରମୀରେ ଯୋଗ ଦେବେ । ସେଠାରୁ ଶରଧାବାଲିରେ ହେବାକୁ ଥିବା ଶ୍ରୀଲ ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପଭୁପାଦଙ୍କ ୧୫୦ତମ ଜନ୍ମ ଜୟନ୍ତୀ ସମାରୋହରେ ଯୋଗ ଦେବେ । ଅପରାହ୍ନରେ ଶ୍ରୀ ୋକାବିନ୍ଦ ଭୁବନେଶ୍ୱର ଫେରିବେ ବୋଲି ଜଣାପଡ଼ିଛି । ପୁରୀ ସହରକୁ ଶ୍ରୀ କୋବିନ୍ଦଙ୍କର ଏହା ତୃତୀୟ ଗସ୍ତ ।

Related story