ରାଜ୍ୟରେ ୪୦୦ ମୁଣ୍ଡ ନେଲାଣି କରୋନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୪୦୦ ଟପିଲା କରୋନା ମୃତ୍ୟୁ।  ଗତ ୨୪ ଘଣ୍ଟାରେ ଆଉ ୧୦ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ସଂଖ୍ୟା ୪୦୯କୁ ବୃଦ୍ଧି ପାଇଛି। ସେଥିରୁ ଗଞ୍ଜାମରୁ ସର୍ବାଧିକ ୩ଜଣ ଥିବାବେଳେ କଟକ ଓ ରାୟଗଡ଼ାରୁ ୨ଜଣ ଲେଖାଏଁ ଅଛନ୍ତି। କେବଳ ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୧୭୪ ଛୁଇଁଛି । ସେପଟେ ଦିନକରେ ରାଜ୍ୟର ୩୦ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ୨୯୯୩ ନୂଆ ସଂକ୍ରମିତ । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୮ […]

covid1-fb

Tapas Behera
  • Published: Sunday, 23 August 2020
  • , Updated: 23 August 2020, 08:58 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୪୦୦ ଟପିଲା କରୋନା ମୃତ୍ୟୁ।  ଗତ ୨୪ ଘଣ୍ଟାରେ ଆଉ ୧୦ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ସଂଖ୍ୟା ୪୦୯କୁ ବୃଦ୍ଧି ପାଇଛି। ସେଥିରୁ ଗଞ୍ଜାମରୁ ସର୍ବାଧିକ ୩ଜଣ ଥିବାବେଳେ କଟକ ଓ ରାୟଗଡ଼ାରୁ ୨ଜଣ ଲେଖାଏଁ ଅଛନ୍ତି। କେବଳ ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୧୭୪ ଛୁଇଁଛି । ସେପଟେ ଦିନକରେ ରାଜ୍ୟର ୩୦ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ୨୯୯୩ ନୂଆ ସଂକ୍ରମିତ । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୮ ୭୯ ଏବଂ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୧୧୧୪ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦ୍ୱିତୀୟରେ ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୨୭୧ । ସେହିଭଳି କଟକ ଜିଲ୍ଲାରୁ ୧୫୮, ପୁରୀରୁ ୧୫୬, ନୟାଗଡ଼ରୁ ୧୫୩, ରାୟଗଡ଼ାରୁ ୧୩୭, ଯାଜପୁରରୁ ୧୨୧, ମୟୂରଭଞ୍ଜରୁ ୧୨୦, ବାଲେଶ୍ୱରରୁ ୧୧୫ ଓ ସମ୍ବଲପୁରରୁ ୧୦୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହି ନୂଆ ପଜିଟିଭ୍ ସଂଖ୍ୟା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୮,୫୩୦କୁ ବୃଦ୍ଧି ପାଇଛି। ସେପଟେ ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରୁ ୩୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ୨୦୬ ଓ ଲୋକାଲ୍ କଣ୍ଟାରୁ ୧୧୧ ଅଛନ୍ତି।  ସେପଟେ କଟକ ଜିଲ୍ଲା ଓ ସହରରେ ଦୃତ ସଂକ୍ରମଣ ରୋକିବାକୁ ବ୍ୟପକ ବ୍ୟବସ୍ଥା କରାଯିବା ସହ ଗ୍ରାମାଞ୍ଚଳରେ ୧୮୨୧ କୋଭିଡ ମ୍ୟାନେଜମେଣ୍ଟ କମିଟି କାର୍ଯ୍ୟ କରୁଥିବା କହିଛନ୍ତି କଟକ ଜିଲ୍ଲାପାଳ।

Related story