ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ପହଞ୍ଚିଲା କୋଭିଡ୍ -୧୯ ଟେଷ୍ଟ କିଟ୍। ଏକ ସ୍ୱତନ୍ତ୍ର କାରଗୋ ବିମାନ ଯୋଗେ ମହାରାଷ୍ଟ୍ର ପୁଣେସ୍ଥିତ ମାଇ ଲାବୋରେଟୋରୀରୁ ଏହି କିଟ୍ ଭୁବନେଶ୍ୱର ବିମାନବନ୍ଦରରେ ଆସି ପହଞ୍ଚିଛି। ଏହା ଦ୍ୱାରା ଚାରି ହଜାର କୋଭିଡ୍ -୧୯ ଟେଷ୍ଟ ହୋଇପାରିବ।
କୋଭିଡ୍-୧୯ ଟେଷ୍ଟିଂ କିଟ୍ ସହ RNA ଏକ୍ସଟ୍ରାକ୍ସନ କିଟ୍, ପର୍ସନାଲ ପ୍ରୋଟେକ୍ଟିଭ ଇକୁପମେଣ୍ଟସ୍ PPE ଓ ଭିଟିଏମ୍ ଭଳି ଅନେକ ସାମଗ୍ରୀ ଆସି ପହଞ୍ଚିଛି। ଓଡ଼ିଶା ରାଜ୍ୟ ଔଷଧ ନିଗମର ଉଦ୍ୟମରୁ ଏହି ସମସ୍ତ କିଟ୍ ଆସି ଠିକ୍ ସମୟରେ ଭୁବନେଶ୍ୱରରେ ପହଞ୍ଚିପାରିଛି।
ସୂଚନାଯୋଗ୍ୟ, ରାଜ୍ୟରେ ୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ରାଜ୍ୟରେ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ରାତ୍ର ଭୋଜନ ପରେ ମିଠା ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ
ରାତ୍ର ଭୋଜନ ପରେ ମିଠାଖାଇବା ଦ୍ୱାରା ହୃଦଘାତ ହେବାର ସମ୍ଭାବନା ରହିଛି।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
କ୍ୟାନ୍ସର ପାଇଁ ଆସିଲା ଟିକା, ନୂଆବର୍ଷରୁ ମାଗଣା ମିଳିବ
ନୂଆବର୍ଷରୁ ଏହା ସମସ୍ତ ନାଗରିକଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ। ତେବେ ଏହି ଟିକାର ନା' କ'ଣ ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
ଅଟୋ ପାର୍ଟସ ଦୋକାନ ଭିତରେ ଚାଲିଥିଲା ନକଲି ଚା’ କାରଖାନା; ଚଢାଉ କଲା ପୁଲିସ୍
ନାମିଦାମୀ କମ୍ପାନୀର ଲୋଗୋ ଲଗାଇ ବିକ୍ରି ହେଉଥିଲା ନକଲି ଚା'।