ଭୁବନେଶ୍ୱରରେ ପହଞ୍ଚିଲା ଚାରି ହଜାର କୋଭିଡ୍-୧୯ ଟେଷ୍ଟିଂ କିଟ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ପହଞ୍ଚିଲା କୋଭିଡ୍ -୧୯ ଟେଷ୍ଟ କିଟ୍। ଏକ ସ୍ୱତନ୍ତ୍ର କାରଗୋ ବିମାନ ଯୋଗେ ମହାରାଷ୍ଟ୍ର ପୁଣେସ୍ଥିତ ମାଇ ଲାବୋରେଟୋରୀରୁ ଏହି କିଟ୍ ଭୁବନେଶ୍ୱର ବିମାନବନ୍ଦରରେ ଆସି ପହଞ୍ଚିଛି। ଏହା ଦ୍ୱାରା ଚାରି ହଜାର କୋଭିଡ୍ -୧୯ ଟେଷ୍ଟ ହୋଇପାରିବ। କୋଭିଡ୍-୧୯ ଟେଷ୍ଟିଂ କିଟ୍ ସହ RNA ଏକ୍ସଟ୍ରାକ୍ସନ କିଟ୍, ପର୍ସନାଲ ପ୍ରୋଟେକ୍ଟିଭ ଇକୁପମେଣ୍ଟସ୍ PPE ଓ ଭିଟିଏମ୍ ଭଳି ଅନେକ ସାମଗ୍ରୀ  ଆସି ପହଞ୍ଚିଛି। ଓଡ଼ିଶା ରାଜ୍ୟ ଔଷଧ ନିଗମର ଉଦ୍ୟମରୁ […]

uuuuuuuuuuu

Tapaswini Nayak
  • Published: Friday, 10 April 2020
  • , Updated: 10 April 2020, 08:56 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ପହଞ୍ଚିଲା କୋଭିଡ୍ -୧୯ ଟେଷ୍ଟ କିଟ୍। ଏକ ସ୍ୱତନ୍ତ୍ର କାରଗୋ ବିମାନ ଯୋଗେ ମହାରାଷ୍ଟ୍ର ପୁଣେସ୍ଥିତ ମାଇ ଲାବୋରେଟୋରୀରୁ ଏହି କିଟ୍ ଭୁବନେଶ୍ୱର ବିମାନବନ୍ଦରରେ ଆସି ପହଞ୍ଚିଛି। ଏହା ଦ୍ୱାରା ଚାରି ହଜାର କୋଭିଡ୍ -୧୯ ଟେଷ୍ଟ ହୋଇପାରିବ।

କୋଭିଡ୍-୧୯ ଟେଷ୍ଟିଂ କିଟ୍ ସହ RNA ଏକ୍ସଟ୍ରାକ୍ସନ କିଟ୍, ପର୍ସନାଲ ପ୍ରୋଟେକ୍ଟିଭ ଇକୁପମେଣ୍ଟସ୍ PPE ଓ ଭିଟିଏମ୍ ଭଳି ଅନେକ ସାମଗ୍ରୀ  ଆସି ପହଞ୍ଚିଛି। ଓଡ଼ିଶା ରାଜ୍ୟ ଔଷଧ ନିଗମର ଉଦ୍ୟମରୁ ଏହି ସମସ୍ତ କିଟ୍ ଆସି ଠିକ୍ ସମୟରେ ଭୁବନେଶ୍ୱରରେ ପହଞ୍ଚିପାରିଛି।

ସୂଚନାଯୋଗ୍ୟ, ରାଜ୍ୟରେ  ୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ରାଜ୍ୟରେ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

Related story