ବରଗଡ଼-ବଲାଙ୍ଗିର ଜାତୀୟ ରାଜପଥ ପାଇଁ ୪୧୪ କୋଟି ମଞ୍ଜୁର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରଗଡ଼ରୁ ବଲାଙ୍ଗିର ପର୍ଯ୍ୟନ୍ତ ଜାତୀୟ ରାଜପଥ ପାଇଁ କେନ୍ଦ୍ର ସରକାର ୪୧୪.୨୪କୋଟି ଟଙ୍କା ମଞ୍ଜୁର କରିଛନ୍ତି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଏନେଇ ରାଜ୍ୟ ସରକାରଙ୍କ ପୂର୍ତ୍ତ ସଚିବଙ୍କୁ ଅବଗତ କରାଯାଇଛି। ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ପ୍ରସ୍ତାବ ଆଧାରରେ କେନ୍ଦ୍ର ସରକାର ବରଗଡ଼ରୁ ବରପାଲି ପର୍ଯ୍ୟନ୍ତ ୨୬ନମ୍ବର ଜାତୀୟ ରାଜପଥର ୨୧କିମି ରାସ୍ତାକୁ ୪ଲେନ୍ ବିଶିଷ୍ଟ କରିବା ଓ ବରପାଲିରୁ ବଲାଙ୍ଗିର ପର୍ଯ୍ୟନ୍ତ ୨୧ରୁ ୭୨କିମି […]

nh

Manoranjan Sial
  • Published: Saturday, 20 June 2020
  • , Updated: 20 June 2020, 08:24 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରଗଡ଼ରୁ ବଲାଙ୍ଗିର ପର୍ଯ୍ୟନ୍ତ ଜାତୀୟ ରାଜପଥ ପାଇଁ କେନ୍ଦ୍ର ସରକାର ୪୧୪.୨୪କୋଟି ଟଙ୍କା ମଞ୍ଜୁର କରିଛନ୍ତି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଏନେଇ ରାଜ୍ୟ ସରକାରଙ୍କ ପୂର୍ତ୍ତ ସଚିବଙ୍କୁ ଅବଗତ କରାଯାଇଛି।

ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ପ୍ରସ୍ତାବ ଆଧାରରେ କେନ୍ଦ୍ର ସରକାର ବରଗଡ଼ରୁ ବରପାଲି ପର୍ଯ୍ୟନ୍ତ ୨୬ନମ୍ବର ଜାତୀୟ ରାଜପଥର ୨୧କିମି ରାସ୍ତାକୁ ୪ଲେନ୍ ବିଶିଷ୍ଟ କରିବା ଓ ବରପାଲିରୁ ବଲାଙ୍ଗିର ପର୍ଯ୍ୟନ୍ତ ୨୧ରୁ ୭୨କିମି ରାସ୍ତାକୁ ଦୁଇ ଥାକିଆ କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହି ରାସ୍ତା ନିର୍ମାଣ କାର୍ଯ୍ୟ ୨୦୨୨-୨୩ ମସିହାରେ ଶେଷ ପାଇଁ ଲକ୍ଷ୍ୟ ରଖାଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ମୋଟ ରାସ୍ତାର ୪୦% ପାଇଁ ୧୬୨.୭୮ କୋଟି ଟଙ୍କା ଓ ୨୦୨୧-୨୨ରେ ବାକି ୪୦ପ୍ରତିଶତ କାର୍ଯ୍ୟ ନିମନ୍ତେ ମୋଟ୍ ୩୨୫.୫୭ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୨୨-୨୩ରେ ଶତପ୍ରତିଶତ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ପାଇଁ ମୋଟ ୪୦୬.୯୭କୋଟି ଟଙ୍କା ଖର୍ଚ୍ଚ ହେବ। ୨୦୨୩ରୁ ୨୦୨୮ ମସିହା ପର୍ଯ୍ୟନ୍ତ ରାସ୍ତାର ରକ୍ଷଣାବେକ୍ଷଣ ନିମନ୍ତେ ୭.୨୭କୋଟି ଟଙ୍କା ଅନୁମୋଦନ କରାଯାଇଥିବା ରାଜ୍ୟ ପୂର୍ତ୍ତ ସଚିବଙ୍କୁ ଲେଖାଯାଇଥିବା ଚିଠିରୁ ଜଣାପଡ଼ିଛି।

ବରଗଡ଼-ବରପାଲି ରାସ୍ତାକୁ ୪ଥାକିଆ କରିବା ନିମନ୍ତେ ଦୀର୍ଘଦିନ ଧରି ଦାବି ହୋଇ ଆସୁଥିଲା।

Related story