ବ୍ରହ୍ମପୁର( ଓଡ଼ିଶା ରିପୋର୍ଟର): ସମର୍ଥ ମାନସିକ ଅନଗ୍ରସର ବିଦ୍ୟାଳୟରେ ପଶି ଭିଜିଲାନ୍ସ ଟିମ୍। ଏହି ବିଦ୍ୟାଳୟ କର୍ତ୍ତୃପକ୍ଷ ପିଲାଙ୍କ ଅର୍ଥ ହଡ଼ପ କରିଥିବା ନେଇ ଅଭିଯୋଗ ହେବା ପରେ ଏହାର ଖୋଲତାଡ଼ କରୁଛି ଭିଜିଲାନ୍ସ ଟିମ୍ । ଗଞ୍ଜାମ ଜିଲ୍ଲା ଛତ୍ରପୁର ସମର୍ଥ ମାନସିକ ଅନଗ୍ରସର ବିଦ୍ୟାଳୟରେ ବ୍ରହ୍ମପୁର ଭିଜିଲାନ୍ସର ୫ ଜଣିଆ ଟିମ ପହଞ୍ଚି ଖୋଳତାଡ଼ କରିଛନ୍ତି ।
ଏହି ଶିକ୍ଷାନୁଷ୍ଠାନର ସମ୍ପାଦକ କେ. ଆନନ୍ଦ ରାଓ ଙ୍କ ନାମରେ ପୂର୍ବରୁ ବହୁ ଅର୍ଥ ହଡ଼ପ ଅଭିଯୋଗ ଆସିଥିଲା । ଆଜି ଭିଜିଲାନ୍ସ ଟିମ ପହଞ୍ଚି ସେଗୁଡିକର ଖୋଳତାଳ ଆରମ୍ଭ କରିଛି l ଶିକ୍ଷାନୁଷ୍ଠାନର କର୍ମଚାରୀମାନେ ଚଳିତ ମାସ ୪ ତାରିଖରେ ଅନୁଷ୍ଠାନରେ ଥିବା ୧୧୪ ପିଲାଙ୍କ ଅର୍ଥ ହଡ଼ପ କରାଯାଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା।
ଅର୍ଥ ହଡ଼ପ କରାଯାଇଥିବା ଘଟଣାର ଭିଜିଲାନ୍ସ ଖୋଳତାଳ ପାଇଁ ଦାବି କରାଯାଇଥିଲା l ଆଜି ଭିଜିଲାନ୍ସ ଟିମ ପହଞ୍ଚି ଖୋଳତାଳ ଜାରି ରଖିଛନ୍ତି । ଏ ନେଇ ଭିଜିଲାନ୍ସ ଟିମର କୌଣସି ପ୍ରତିକ୍ରିୟା ମିଳିନି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।