ରାଜ୍ୟରେ ଥମୁନି ବଜ୍ରାଘାତର ବିଭୀଷିକା: ୪ଦିନରେ ଗଲାଣି ୪୨ ଜୀବନ

ଭୁବନେଶ୍ୱର: ରାଜ୍ୟରେ ଥମୁନି ବଜ୍ରାଘାତ ମୃତ୍ୟୁ । ଆଜି ପୁଣି ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ଯାଇଛି ୮ ଜୀବନ। ମୃତକଙ୍କ ମଧ୍ୟରେ ବାଲେଶ୍ୱରରୁ ୨, କେନ୍ଦ୍ରାପଡ଼ାରେ ୨, ଜଗତସିଂହପୁର, ଗଞ୍ଜାମ ଓ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି। ମୃତଙ୍କ ମଧ୍ୟରୁ ଅଧିକାଂଶ ଚାଷ ଜମିରେ କାମ କରୁଥିବା ବେଳେ ବଜ୍ରାଘାତର ପ୍ରାଣ ହୋଇଛନ୍ତି। ବାଲେଶ୍ୱର ଓଡ଼ଶାଳ ଗାଁର ଶମ୍ଭୁନାଥ ମୁଦୁଲି ଚାଷ କରୁଥିବା ବେଳେ ବଜ୍ରଘାତ ହୋଇଥିଲା ସେହିପରି ସହଦେବ ଖୁଣ୍ଟା ଥାନା କାସିମପୁରରେ […]

lighting-pti

Rakesh Mallick
  • Published: Wednesday, 02 August 2017
  • , Updated: 02 August 2017, 09:07 PM IST

ଭୁବନେଶ୍ୱର: ରାଜ୍ୟରେ ଥମୁନି ବଜ୍ରାଘାତ ମୃତ୍ୟୁ । ଆଜି ପୁଣି ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ଯାଇଛି ୮ ଜୀବନ। ମୃତକଙ୍କ ମଧ୍ୟରେ ବାଲେଶ୍ୱରରୁ ୨, କେନ୍ଦ୍ରାପଡ଼ାରେ ୨, ଜଗତସିଂହପୁର, ଗଞ୍ଜାମ ଓ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି। ମୃତଙ୍କ ମଧ୍ୟରୁ ଅଧିକାଂଶ ଚାଷ ଜମିରେ କାମ କରୁଥିବା ବେଳେ ବଜ୍ରାଘାତର ପ୍ରାଣ ହୋଇଛନ୍ତି। ବାଲେଶ୍ୱର ଓଡ଼ଶାଳ ଗାଁର ଶମ୍ଭୁନାଥ ମୁଦୁଲି ଚାଷ କରୁଥିବା ବେଳେ ବଜ୍ରଘାତ ହୋଇଥିଲା ସେହିପରି ସହଦେବ ଖୁଣ୍ଟା ଥାନା କାସିମପୁରରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ରାପଡ଼ା ତଳପଡ଼ା ଓ ପାରାଦୀପ ହାଣ୍ଡିଆ ଗାଁରେ ଚାଷ କରୁଥିବା ବେଳେ ଦୁଇ ଜଣଙ୍କ ଜୀବନ ଯାଇଛି। ସେହିପରି କାଠିଆପଡ଼ାରେ ବିଲରେ କାମ କଲା ବେଳେ ଜଣଙ୍କ ଜୀବନ ଯାଇଛି। ଗଞ୍ଜାମ କରପଡ଼ା ପଞ୍ଚାୟତ ବଡ଼ଶଂଖ ଗାଁରେ ବଜ୍ରାଘାତରେ ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଥିବା ବେଳେ କେନ୍ଦୁଝର ସଦର ଥାନା ଜଡ଼ିପଦା ଗାଁରେ ବାଳକର ଜୀବନ ଯାଇଛି। ଗତ ରବିବାର ଓ ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୩୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଆଜିକୁ ମିଶାଇ ୪ ଦିନରେ ରାଜ୍ୟରେ ୪୨ ଜଣଙ୍କ ଜୀବନ ଯାଇଛି।

Related story