୨୦ ଦିନରେ ୪୨୬୭ଟି DL ବାତିଲ୍
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାନୁଆରୀ ୧ରୁ ୨୧ ତାରିଖ ଭିତରେ ରାଜ୍ୟରେ ୪୨୬୭ଟି DL ୩ ମାସ ପାଇଁ ବାତିଲ ହୋଇଛି। ମଦ ପିଇ ଗାଡ଼ି ଚାଳନା, ଦ୍ରୁତଗତି ଓ ସିଗ୍ନାଲ୍ ଭାଙ୍ଗିବା ଅଭିଯୋଗରେ ବାତିଲ କରାଯାଇଛି। ଏହାଛଡ଼ା ଓଭରଲୋଡ୍, ଗାଡ଼ି ଚାଳନା ବେଳେ ମୋବାଇଲ୍ ବ୍ୟବହାର, ଅଧିକ ଯାତ୍ରୀ ପରିବହନ ଓ ହେଲମେଟ୍ ନପିନ୍ଧିବା ଯୋଗୁ ବାତିଲ କରାଯାଇଛି। ଏନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
4267 DLs suspended from 1st to 21st Jan. DL is suspended for 3 months in drunken driving, over speeding, jumping red light, using mobile while driving, carrying passengers out taking overload on goods vehicle, non wearing of helmet by both rider & pillion etc.#OdishaRoadSafety pic.twitter.com/Kc8Xs5GuMs
— STA Odisha (@STAOdisha) January 22, 2021
ସୂଚନାରୁ ପ୍ରକାଶ, ବାରମ୍ୱାର ଘଟୁଥିବା ଦୁର୍ଘଟଣାକୁ ଦେଖି ସରକାର ନୂଆ ମୋଟରଯାନ ଆଇନ୍କୁ କଡ଼ାକଡ଼ି କରିଛନ୍ତି। ହେଲେ ଅମାନିଆମାନେ ଏହି ଆଇନ୍କୁ ମାନିବାକୁ ନାରାଜ। ଖୋଲମ୍ଖୁଲା ଆଇନ୍କୁ ଉଲ୍ଲଙ୍ଘନ କରିଛନ୍ତି। କିଏ ହେଲ୍ମେଟ୍ ପିନ୍ଧୁନି ତ ଆଉ କିଏ ଦ୍ରୁତ ଗତିରେ ଯାଇ ସିଗ୍ନାଲ ଭାଙ୍ଗୁଛି। ଏହି ଅମାନିଆଙ୍କୁ ସାବାଡ଼ କରିବା ପାଇଁ ପରିବହନ ବିଭାଗ ଜରିମାନା କରିଛି। ଏପରିକି ସାମୟିକ ଭାବେ ଡିଏଲ୍ ବାତିଲ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।