ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୪୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୩୪୬କୁ ବୃଦ୍ଧି ପାଇଛି।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ଟି ଜିଲ୍ଲାରୁ ୩ ଜଣ ଲେଖାଏଁ ଆଖି ବୁଜିଥିବା ଜଣାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଉଛି- ବାଲେଶ୍ୱର, ବରଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ପୁରୀ, ରାୟଗଡ଼ା ଓ ସୁନ୍ଦରଗଡ଼।
ଅନୁଗୋଳ, କଳାହାଣ୍ଡି ଓ ନୟାଗଡ଼ ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ବଲାଙ୍ଗିର, ଢେଙ୍କାନାଳ ଓ ଗଞ୍ଜାମରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଏହାବାଦ୍ ଭଦ୍ରକ, ଝାରସୁଗୁଡ଼ା, ସମ୍ବଲପୁରରୁ ଜଣେ ଲେଖାଏଁ କରୋନାରେ ଆଖି ବୁଜିଛନ୍ତି।
ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୩୯କୁ ବୃଦ୍ଧି ପାଇଥିବା ବେଳେ ଅନୁଗୋଳରେ ୧୫୭, ବାଲେଶ୍ୱରରେ ୧୨୧, ବରଗଡ଼ରେ ୭୬, ଭଦ୍ରକରେ ୪୧, ବଲାଙ୍ଗିରରେ ୭୩, କଟକରେ ୨୧୩, ଢେଙ୍କାନାଳରେ ୫୩, ଗଞ୍ଜାମରେ ୩୦୦, ଜଗତସିଂହପୁରରେ ୫୮, ଝାରସୁଗୁଡ଼ାରେ ୮୭, କଳାହାଣ୍ଡିରେ ୧୪୯, କେନ୍ଦ୍ରାପଡ଼ାରେ ୬୬, କେନ୍ଦୁଝରରେ ୬୩, ନୟାଗଡ଼ରେ ୬୧, ପୁରୀରେ ୧୭୫, ରାୟଗଡ଼ାରେ ୧୩୦, ସମ୍ବଲପୁରରେ ୯୯ ଓ ସୁନ୍ଦରଗଡ଼ରେ ୩୧୦କୁ ବୃଦ୍ଧି ପାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।