ଶିକ୍ଷାନୁଷ୍ଠାନରେ କରୋନା; ଏକାଥରେ ୪୪ ପଜିଟିଭ ଚିହ୍ନଟ

କଟକ(ଓଡ଼ିଶା ରିପୋର୍ଟର): ଚିନ୍ତା ବଢ଼ାଇଲାଣି କରୋନା । ରାଜ୍ୟରେ କରୋନା ଗ୍ରାଫ ଏବେ ଉପରମୁହାଁ ଥିବା ବେଳେ ଶିକ୍ଷାନୁଷ୍ଠାନରେ ପଶିଲାଣି କରୋନା। କଟକର ଏକ ଜାତୀୟ ଶିକ୍ଷାନୁଷ୍ଠାନରେ ଏକାଥରେ ୪୪ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୂଚନା ଅନୁଯାୟୀ, ଉକ୍ତ ଶିକ୍ଷାନୁଷ୍ଠାନର ଅଧିକାଂଶ ଛାତ୍ରଛାତ୍ରୀ ଜ୍ୱର, ଥଣ୍ଡାରେ ଆକ୍ରାନ୍ତ ହୋଇଥିଲେ। ସ୍ୱାବ ପରୀକ୍ଷା କରାଯିବା ପରେ ସେମାନଙ୍କ ମଧ୍ୟରୁ ୪୪ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ଗୋଟିଏ ଶିକ୍ଷାନୁଷ୍ଠାନରୁ ଅଧିକ ମାତ୍ରାରେ କରୋନା ସଂକ୍ରମିତ […]

corona

corona

Niharika Rout
  • Published: Thursday, 14 July 2022
  • Updated: 14 July 2022, 08:17 AM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଚିନ୍ତା ବଢ଼ାଇଲାଣି କରୋନା । ରାଜ୍ୟରେ କରୋନା ଗ୍ରାଫ ଏବେ ଉପରମୁହାଁ ଥିବା ବେଳେ ଶିକ୍ଷାନୁଷ୍ଠାନରେ ପଶିଲାଣି କରୋନା। କଟକର ଏକ ଜାତୀୟ ଶିକ୍ଷାନୁଷ୍ଠାନରେ ଏକାଥରେ ୪୪ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଉକ୍ତ ଶିକ୍ଷାନୁଷ୍ଠାନର ଅଧିକାଂଶ ଛାତ୍ରଛାତ୍ରୀ ଜ୍ୱର, ଥଣ୍ଡାରେ ଆକ୍ରାନ୍ତ ହୋଇଥିଲେ। ସ୍ୱାବ ପରୀକ୍ଷା କରାଯିବା ପରେ ସେମାନଙ୍କ ମଧ୍ୟରୁ ୪୪ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ଗୋଟିଏ ଶିକ୍ଷାନୁଷ୍ଠାନରୁ ଅଧିକ ମାତ୍ରାରେ କରୋନା ସଂକ୍ରମିତ ଚିହ୍ନଟ ହେବା ଏବେ ଚିନ୍ତାର କାରଣ ପାଲଟିଛି। ଏହାକୁ ନେଇ ଶିକ୍ଷାନୁଷ୍ଠାନରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।

ରାଜ୍ୟରେ କରୋନା ଗ୍ରାଫ ଏବେ ଉପରମୁହାଁ ଥିବା ବେଳେ ଗତକାଲି ୭୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୮୭ ଜଣ ଅଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କରାଯାଇଥିବା ଟ୍ୱିଟ୍ ଅନୁଯାୟୀ, ଏହି ୭୪୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪୩୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୩୦୭ ଟି ହେଉଛି ଲୋକାଲ୍ କେସ୍। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୧୫, ସୁନ୍ଦରଗଡ଼ରୁ ୬୫ ଓ ଷ୍ଟେଟ୍‌ପୁଲ୍‌ରୁ ୬୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos