ମାଟ୍ରିକ ପରୀକ୍ଷା ଫଳ ବାହାରି ସାରିଲାଣି, ୪୪୨୪୫ ପରୀକ୍ଷାର୍ଥୀ ନିଖୋଜ ତଦନ୍ତ ସରୁନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୨ ଶିକ୍ଷା ବର୍ଷରେ ମାଟ୍ରିକ ପରୀକ୍ଷାରେ ମୋଟ ୪୪୨୪୫ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ ବୋଲି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍ୱୀକାର କରିଛନ୍ତି । ମାତ୍ର ମାଟ୍ରିକ ପରୀକ୍ଷା ହୋଇ ରେଜଲ୍ଟ ବାହାରିବାକୁ ୧୫ଦିନ ବିତିଲାଣି, ତଥାପି କାହିଁକି ଏତେ ସଂଖ୍ୟକ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଲେ ତା’ର ଉତ୍ତର ବିଭାଗୀୟ ମନ୍ତ୍ରୀଙ୍କ ପାଖରେ ନାହିଁ । ଆଜି ରାଜ୍ୟ ବିଧାନସଭାରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ […]

Board

Board

Ordigital Desk
  • Published: Wednesday, 20 July 2022
  • Updated: 20 July 2022, 09:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୨ ଶିକ୍ଷା ବର୍ଷରେ ମାଟ୍ରିକ ପରୀକ୍ଷାରେ ମୋଟ ୪୪୨୪୫ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ ବୋଲି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍ୱୀକାର କରିଛନ୍ତି । ମାତ୍ର ମାଟ୍ରିକ ପରୀକ୍ଷା ହୋଇ ରେଜଲ୍ଟ ବାହାରିବାକୁ ୧୫ଦିନ ବିତିଲାଣି, ତଥାପି କାହିଁକି ଏତେ ସଂଖ୍ୟକ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଲେ ତା’ର ଉତ୍ତର ବିଭାଗୀୟ ମନ୍ତ୍ରୀଙ୍କ ପାଖରେ ନାହିଁ ।

ଆଜି ରାଜ୍ୟ ବିଧାନସଭାରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ, ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ୪୪୨୪୫ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ । ଏ ବିଷୟରେ ତଦନ୍ତ କରିବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମୟୂରଭଞ୍ଜ ଜିଲ୍ଲାରେ ସବାଧିକ ୪୪୬୨ଜଣ, ଗଞ୍ଜାମରେ ୩୨୬୩ଜଣ, ବଲାଙ୍ଗିର ଜିଲ୍ଲାରେ ୩୨୪୫ଜଣ, କଳହାଣ୍ଡିରେ ୨୩୭୩ଜଣ, ଜଗତସିଂହପୁରରେ ୩୧ଜଣ, ଖୋର୍ଦ୍ଧା ଜିଲ୍ଲାରେ ୧୪୦୨ଜଣ, କୋରାପୁଟରେ ୧୨୭୬ଜଣ, ରାୟଗଡ଼ାରେ ୧୧୭୫ଜଣ, ସୁନ୍ଦରଗଡ଼ରେ ୧୬୪୮ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ ।

ତେବେ ପ୍ରଶ୍ନ ଉଠୁଛି, ଚଳିତବର୍ଷ ମାଟ୍ରିକ ପରୀକ୍ଷା ଏପ୍ରିଲ ୨୯ରୁ ଆରମ୍ଭ ହେବାର ୨-୩ ଦିନ ମଧ୍ୟରେ ଏତେ ସଂଖ୍ୟକ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ଜଣାପଡ଼ିଥିଲେ ବି ସେମାନେ କାହିଁକି ପରୀକ୍ଷା ଦେଲେନି ତାହା କିଭଳି ବିଭାଗ ଜାଣିପାରୁନି? ଏତେ ସଂଖ୍ୟକ ପିଲା ପରୀକ୍ଷାରୁ ବଂଚିତ ହେବା ଏକ ଉଦବେଗଜନକ ସ୍ଥିତି ସୃଷ୍ଟି କରିଥିଲେ ମଧ୍ୟ ସରକାର ଏତେ ବେପରୁୱା ଭାବେ ଏହାର କାରଣ କ’ଣ ପାଇଁ ଖୋଜି ବାହାର କରିନାହାନ୍ତି ଓ ଏଥିପାଇଁ ଦାୟୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାରେ ବିଭାଗ କାହିଁକି ଟାଳଟୂଳ ନୀତି ଅବଲମ୍ବନ କରୁଛି। କଥା କଥାରେ ବାହାବା ନେଉଥିବା ଓ ନିଜର ପାରିବାପଣିଆର ଆତ୍ମବଡ଼ିମା ଦେଖାଉଥିବା ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ ମାଟ୍ରିକ ପରୀକ୍ଷା ସରି ଫଳ ବାହାରିବାର ୧୫ଦିନ ପରେ ମଧ୍ୟ ୪୪ହଜାରରୁ ଅଧିକ ପିଲା କାହିଁକି ମାଟ୍ରିକ ପରୀକ୍ଷା ଦେଲେନି ତାହା କେମିତି ଜାଣିପାରୁନାହାନ୍ତି । ଓଡ଼ିଶା ସରକାରରେ ‘ଫାଇଭ-ଟି’ କାର୍ଯ୍ୟକାରୀ ହେଉଥିବାବେଳେ ଏହି ତଦନ୍ତ କାହିଁକି ଆଗେଇ ପାରୁନି ତାକୁ ନେଇ ପ୍ରଶ୍ନ ଉଠିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story