୪୪ ତମ ‘କରୋନା’ ଆକ୍ରାନ୍ତ ଆପୋଲୋରେ ଥିଲେ, ବାଟରେ ଆସିଲା ବେଳେ ଚା’ ପିଇଥିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ୪୪ ତମ ‘କରୋନା’ ଆକ୍ରାନ୍ତ ପଶ୍ଚିମବଙ୍ଗ। ତାଙ୍କ ଭ୍ରମଣ ଇତିହାସ ଦେଇଛି ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ। ସମ୍ପୃକ୍ତ ୬୯ ବର୍ଷୀୟ ବ୍ୟକ୍ତି ଜଣକ ମେଦିନିପୁର ଅଞ୍ଚଳରୁ ଏକ ଆମ୍ୱୁଲାନ୍ସରେ ଗତ ୭ ତାରିଖରେ ଓଡ଼ିଶା ଆସିଥିଲେ। ତେବେ ରାସ୍ତାରେ ବାଲେଶ୍ୱର ବାଇପାସ୍‌ରେ ଥିବା ଚା’ ଷ୍ଟଲରେ ସେ ଅଟକିଥିଲେ। ୮ ତାରିଖ ସକାଳେ ସେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ୯ ତାରିଖରେ ତାଙ୍କୁ କିମ୍ସ କୋଭିଡ଼-୧୯ […]

italy corona viruse

Manoranjan Sial
  • Published: Thursday, 09 April 2020
  • , Updated: 09 April 2020, 07:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ୪୪ ତମ ‘କରୋନା’ ଆକ୍ରାନ୍ତ ପଶ୍ଚିମବଙ୍ଗ। ତାଙ୍କ ଭ୍ରମଣ ଇତିହାସ ଦେଇଛି ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ। ସମ୍ପୃକ୍ତ ୬୯ ବର୍ଷୀୟ ବ୍ୟକ୍ତି ଜଣକ ମେଦିନିପୁର ଅଞ୍ଚଳରୁ ଏକ ଆମ୍ୱୁଲାନ୍ସରେ ଗତ ୭ ତାରିଖରେ ଓଡ଼ିଶା ଆସିଥିଲେ। ତେବେ ରାସ୍ତାରେ ବାଲେଶ୍ୱର ବାଇପାସ୍‌ରେ ଥିବା ଚା’ ଷ୍ଟଲରେ ସେ ଅଟକିଥିଲେ। ୮ ତାରିଖ ସକାଳେ ସେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ୯ ତାରିଖରେ ତାଙ୍କୁ କିମ୍ସ କୋଭିଡ଼-୧୯ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା।

ଆଜି ଗୋଟିଏ ଦିନରେ ରାଜ୍ୟରେ ୨ ଜଣ ‘କରୋନା’ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ ଜଣେ ପଶ୍ଚିମବଙ୍ଗରେ ହୋଇଥିବା ବେଳେ ଅନ୍ୟ ଜଣେ ଢେଙ୍କାନାଳ ଜିଲ୍ଲାର। ଚିହ୍ନଟ ‘କରୋନା’ ସଂପର୍କଙ୍କ ସମ୍ପର୍କରେ ଜିଲ୍ଲାପାଳ ଭୂପେଶ ଚନ୍ଦ୍ର ବେହେରା କହିଛନ୍ତି ଯେ, ମହିଳା ଜଣକ ବାହାରକୁ ଯାଇନଥିଲେ। କିନ୍ତୁ ବାହାରୁ ଆସିଥିବା ଧର୍ମ ପ୍ରଚାରକଙ୍କ ସଂସ୍ପର୍ଶରେ ଆସିଥିବାରୁ ତାଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିଲା। ତାଙ୍କ ସାମ୍ପୁଲ ଟେଷ୍ଟ ପରେ ‘କରୋନା’ରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି।  ‘କରୋନା’ ଆକ୍ରାନ୍ତ ମହିଳାଙ୍କୁ କଟକର ଅଶ୍ୱିନୀ ହସ୍ପିଟାଲ ସ୍ଥାନାନ୍ତର କରାଯିବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ୧୫ ଜଣଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ତେବେ ଅନ୍ୟ ଲୋକଙ୍କ କଣ୍ଟା ଟ୍ରେସିଂ ସହ ସଂପୃକ୍ତ ଅଞ୍ଚଳକୁ ସାନିଟାଇଜ୍ କରାଯିବ ବୋଲି ଢେଙ୍କାନାଳ ଜିଲ୍ଲାପାଳ କହିଛନ୍ତି।

ଏହି ଦୁଇ ଜଣଙ୍କୁ ମିଶାଇ ରାଜ୍ୟରେ ‘କରୋନା’ ଆକ୍ରାନ୍ତଙ୍କ ସଂଖ୍ୟା ୪୪ରେ ପହଞ୍ଚିଛି। ତେବେ ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଚିକିତ୍ସା ହୋଇ ଘରକୁ ଫେରିଛନ୍ତି। ଏବେବି ଅନେକ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ‘କରୋନା’କୁ ନଜରରେ ରଖି ରାଜ୍ୟ ସରକାର ୧୪ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରି ସିଲ୍‌ କରିଛନ୍ତି। ଏପରିକି ସେହି ଅଞ୍ଚଳକୁ ସାନିଟାଇଜ କରୁଛନ୍ତି।

Related story