କୋଣାର୍କ (ସଞ୍ଜୟ ପତି): ଦିନ ଦ୍ୱିପ୍ରହରରେ ଲୁଟ୍ । ସ୍କୁଟି ଡିକି ତାଡ଼ି ଲୁଟି ନେଲେ ୪୫ ହଜାର ଟଙ୍କା । ଏପରି ଘଟଣା ଘଟିଛି ଅସ୍ତରଙ୍ଗ ଥାନା ବରାଙ୍ଗ ଗାଁରେ।
ଗତକାଲି ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ବରାଙ୍ଗ ଗ୍ରାମର ବାବୁଲି ସ୍ୱାଇଁ ଓ ତାଙ୍କ ପତ୍ନୀ ଅପରାହ୍ନ ପ୍ରାୟ ୨ଟା ବେଳେ ଅସ୍ତରଙ୍ଗ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ସ୍କୁଟି ଡ଼ିକିରେ ରଖିଥିଲେ। ସେଠାରୁ ଫେରିବା ବେଳେ ନିକଟସ୍ଥ ଗଣେଶ ମନ୍ଦିର ସମ୍ମୁଖରେ ଥିବା ଏକ ଲୁଗା ଦୋକାନକୁ କିଛି କିଣାକିଣି ପାଇଁ ଯାଇଥିଲେ।
ଏହାର ସୁଯୋଗ ନେଇ ଜଣେ ଦୁର୍ବୁତ୍ତ ଡିକି ଭାଙ୍ଗି ୪୫ହଜାର ଟଙ୍କା ଲୁଟି ନେଇଥିଲେ। ଏହାପରେ ପୂର୍ବ ଯୋଜନା ମୁତାବକ, ଆଉ ଜଣେ ସହଯୋଗୀ ବାଇକ୍ ଧରି ପହଞ୍ଚିବା ପରେ ଉଭୟ ସେଠାରୁ ଫେରାର ହୋଇ ଯାଇଥିଲେ। ଏହି ଦୃଶ୍ୟ ନିକଟସ୍ଥ ଏକ ଦୋକାନର ସିସିଟିଭିରେ କଏଦ ହୋଇଛି। ଏ ସମ୍ପର୍କରେ ଦମ୍ପତି ଅସ୍ତରଙ୍ଗ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲା; କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି
୨୦ ତାରିଖ ସନ୍ଧ୍ୟାରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଯାଜପୁର ସଦର ଥାନା ବୁଢ଼ାପୋଲ ନିକଟରେ ଆକ୍ରମଣ ହୋଇଥିଲା। ପୂରା ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ତଦନ୍ତ ପାଇଁ ଜଣେ DSPଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ଗଠନ କରାଯାଇଛି।
Miscellaneous
ସରିଲା ଐତିହାସିକ କଟକ ବାଲିଯାତ୍ରା, ୯ ଦିନରେ ୨୫୦ କୋଟି ଟଙ୍କା ବେପାର
ଐତିହାସିକ କଟକ ବାଲିଯାତ୍ରା ସରିବା ପରେ ୯ ଦିନର କୋଳାହଳ ଏବେ ଶାନ୍ତ ପଡ଼ିଛି। ୯ ଦିନରେ ୨୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କାରବାର ହୋଇଥିବାବେଳେ ସେଥିରୁ କେବଳ ଓରମାସ ୪୦ କୋଟି ଟଙ୍କାର ବ୍ୟବସାୟ କରିଥିବା ଜଣାପଡ଼ିଛି।
Crime
ବାଂଲାଦେଶୀ ଦେହଜୀବୀଙ୍କ କବ୍ଜାରେ ଟ୍ୱିନ୍ ସିଟି!
କଟକରୁ ଉଦ୍ଧାର ବାଂଲାଦେଶୀ ନାବାଳିକାଙ୍କ ବୟାନ ପରେ ପୁଣି ସତେଜ ହୋଇଛି ବାଂଲାଦେଶୀ ସେକ୍ସ ରାକେଟ୍ ପ୍ରସଙ୍ଗ। କଟକ ଆଉ ଭୁବନେଶ୍ୱରରେ ଆଡ୍ଡା ଜମାଇଲେଣି ବାଂଲାଦେଶୀ ଦେହଜୀବୀ।
Miscellaneous
ରତ୍ନଭଣ୍ଡାରରେ ନାହିଁ ଗୁପ୍ତ କୋଠରୀ କି ସୁଡ଼ଙ୍ଗ, ମରାମତି ବାଟ ଫିଟିଲା
ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ ନାହିଁ କୌଣସି ଗୁପ୍ତ କୋଠରୀ କି ରହସ୍ୟପୂର୍ଣ୍ଣ ସୁଡ଼ଙ୍ଗ। ଜିପିଆରଏସ୍ ସର୍ଭେ ରିପୋର୍ଟରୁ ହେଲା ସ୍ପଷ୍ଟ। ଦିନେ ଦୁଇ ଦିନରେ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
Politics
ରାସ୍ତା ମରାମତି କାମକୁ ନେଇ ତାତିଲେ ନଗର ଉନ୍ନୟନ ମନ୍ତ୍ରୀ
ମୟୂରଭଞ୍ଜ ଜିଲ୍ଲା ଏନଏଚ୍-୪୯ ବାଙ୍ଗିରିପୋଷି ଘାଟିରେ ରାସ୍ତା ମରାମତି କାର୍ଯ୍ୟର ଅଗ୍ରଗତି ହେଉନାହିଁ। PDଙ୍କୁ ଗିରଫ କରି ଜେଲ୍ ପଠାଇବାକୁ କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।