ରାଜ୍ୟରେ ଆଉ ୪୯୫ କରୋନା ଆକ୍ରାନ୍ତ ଚିହ୍ନଟ, ଗଞ୍ଜାମରେ ସବୁଠୁ ଅଧିକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୪୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮,୬୦୧ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୫,୭୦୫ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨୮୫୩ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ଆଉ ୫ ଜଣଙ୍କ ମୃତ୍ୟୁ ସହିତ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୩୪ରେ ପହଞ୍ଚିଯାଇଛି। ସେହିପରି ଆଉ ୯ କରୋନା […]

odisha1

Jitendra Garnayak
  • Published: Saturday, 04 July 2020
  • , Updated: 04 July 2020, 11:27 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୪୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮,୬୦୧ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୫,୭୦୫ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨୮୫୩ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ଆଉ ୫ ଜଣଙ୍କ ମୃତ୍ୟୁ ସହିତ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୩୪ରେ ପହଞ୍ଚିଯାଇଛି। ସେହିପରି ଆଉ ୯ କରୋନା ଆକ୍ରାନ୍ତଙ୍କର ମଧ୍ୟ ମୃତ୍ୟୁ ଘଟିଛି। ତେବେ ସେମାନଙ୍କର ମୃତ୍ୟୁ କରୋନା ଯୋଗୁ ହୋଇନାହିଁ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।


ଏହି ୪୯୫ ଜଣଙ୍କ ମଧ୍ୟରୁ ୩୫୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୪୦ଟି ଲୋକାଲ୍‌ କଣ୍ଟାକ୍ଟସ୍‌। ସେହିପରି ନୂଆ କରି ଚିହ୍ନଟ ହୋଇଥିବା ୪୯୫ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସବୁଠୁ ଅଧିକ ୨୧୬ ଜଣ ଅଛନ୍ତି।

ଅନୁଗୋଳରୁ ୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୩, ବରଗଡ଼ରୁ ୨, ଭଦ୍ରକରୁ ୧୨, କଟକରୁ ୧୩, ଢେଙ୍କାନାଳରୁ ଜଣେ, ଗଜପତିରୁ ୭, ଜଗତସିଂହପୁରରୁ ୧୨, ଯାଜପୁରରୁ ଜଣେ, ଝାରସୁଗୁଡ଼ାରୁ ୮, କନ୍ଧମାଳରୁ ୮, କେନ୍ଦ୍ରାପଡ଼ାରୁ ୧୧, କେନ୍ଦୁଝରରୁ ୫, ଖୋର୍ଦ୍ଧାରୁ ୫୦, କୋରାପୁଟରୁ ୫, ମାଲକାନଗିରିରୁ ୫, ମୟୂରଭଞ୍ଜରୁ ୨୮, ନବରଙ୍ଗପୁରରୁ ୧୧, ନୟାଗଡ଼ରୁ ଜଣେ ଓ ପୁରୀରୁ ୧୮ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ସମ୍ବଲପୁରରୁ ୬ ଜଣ, ସୋନପୁରରୁ ୨ ଓ ସୁନ୍ଦରଗଡ଼ରୁ ୩୬ ଜଣ ଚିହ୍ନଟ ହୋଇଛନ୍ତି।

Related story