‘୪୭୪ ଗାଁକୁ ଫ୍ଲୋରାଇଡ୍‌ ମୁକ୍ତ ପାଣି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ ଓ ଜଗତସିଂହପୁର ଜିଲ୍ଲା ୫ ବ୍ଲକକୁ ଫ୍ଲୋରାଇଡ଼ ମୁକ୍ତ ପାନୀୟ ଜଳ ଯୋଗାଇ ଦିଆଯିବ। ଏଥିପାଇଁ ୩୬୦ କୋଟି ଖର୍ଚ୍ଚ ହେବ। ୪୭୪ଟି ଗାଁର ୪ ଲକ୍ଷ ୨୨ ହଜାର ଲୋକଙ୍କୁ ଏହି ପାଣି ଯୋଗାଇ ଦିଆଯିବ। ପାଇପ୍‌ ଲାଇନ୍ ବିଛାଇବା କାମ ଏଲ୍ ଆଣ୍ଡ ଟି କରିବ। ସେହିପରି ଯାଜପୁର, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାର ୨୯୩ଟି ଗାଁକୁ ପାନୀୟ ଜଳ ଯୋଗାଇ ଦିଆଯିବ। ଏଥିପାଇଁ ୫୫୧. ୭୮ କୋଟି […]

drinking

Rakesh Mallick
  • Published: Wednesday, 21 February 2018
  • , Updated: 21 February 2018, 09:29 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ ଓ ଜଗତସିଂହପୁର ଜିଲ୍ଲା ୫ ବ୍ଲକକୁ ଫ୍ଲୋରାଇଡ଼ ମୁକ୍ତ ପାନୀୟ ଜଳ ଯୋଗାଇ ଦିଆଯିବ। ଏଥିପାଇଁ ୩୬୦ କୋଟି ଖର୍ଚ୍ଚ ହେବ। ୪୭୪ଟି ଗାଁର ୪ ଲକ୍ଷ ୨୨ ହଜାର ଲୋକଙ୍କୁ ଏହି ପାଣି ଯୋଗାଇ ଦିଆଯିବ। ପାଇପ୍‌ ଲାଇନ୍ ବିଛାଇବା କାମ ଏଲ୍ ଆଣ୍ଡ ଟି କରିବ। ସେହିପରି ଯାଜପୁର, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାର ୨୯୩ଟି ଗାଁକୁ ପାନୀୟ ଜଳ ଯୋଗାଇ ଦିଆଯିବ। ଏଥିପାଇଁ ୫୫୧. ୭୮ କୋଟି ଖର୍ଚ୍ଚ ହେବ। ଏନେଇ ଆଜି ବସିଥିବା ରାଜ୍ୟ କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଛି।

ଆଇରନ ଭଳି ବକ୍ସାଇଟ ଖଣିର ଲଙ୍ଗ ଟର୍ମ ଲିଙ୍କେଜ ଦିଆଯିବ।  ୭୦ ପ୍ରତିଶତ ବକ୍ସାଇଟର ଲଙ୍ଗଟର୍ମ ଲିଙ୍କେଜ ଓ ବାକି ୩୦ପ୍ରତିଶ ଖଣି ଇ-ନିଲାମ ଦିଆଯିବ। ଲଙ୍ଗଟର୍ମ ଲିଙ୍କେଜ ଦ୍ୱାରା ବେଦାନ୍ତକୁ ବକ୍ସାଇଟ ମିଳିବା ଆଶା ଉଜ୍ଜ୍ୱଳ ହୋଇଛି। ସେହିପରି ଓପିଏସ୍‌ସି ଅଧ୍ୟକ୍ଷ ଓ ସଦସ୍ୟ ନିଯୁକ୍ତିକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛି।

Related story