ପଦ୍ମପୁର ନିର୍ବାଚନ: ବିଜେଡିର ‘ଗୁରୁବାର’, ୪୮୮କୋଟିର ପ୍ରକଳ୍ପ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ରାଜକୋଷ ପାଣ୍ଠିରେ ଦଳ ପାଇଁ ଭୋଟ ସଂଗ୍ରହ କରିବାର ପୁରୁଣା ଫର୍ମୂଲାକୁ ଆପଣାଇ କ୍ଷମତାସୀନ ବିଜେଡି ସରକାର ଆଜି ପଦ୍ମପୁର ନିର୍ବାଚନମଣ୍ଡଳୀ ପାଇଁ ମୋଟ ୪୮୮କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଘୋଷଣା  କରିଛନ୍ତି । ଧାମନଗର ଉପନିର୍ବାଚନ ତାରିଖ ଅଚାନକ ଘୋଷଣା ହେବା ଯୋଗୁ ସେହି ନିର୍ବାଚନମଣ୍ଡଳୀ ନିମନ୍ତେ ପ୍ୟାକେଜ୍ ଘୋଷଣା କରିପାରିନଥିବା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଦ୍ମପୁର ନିର୍ବାଚନମଣ୍ଡଳୀ ନିମନ୍ତେ ରାଜକୋଷରୁ ପ୍ରାୟ ୪୮୮କୋଟି ଟଙ୍କାର […]

cmo

cmo

Ordigital Desk
  • Published: Saturday, 29 October 2022
  • Updated: 29 October 2022, 07:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ରାଜକୋଷ ପାଣ୍ଠିରେ ଦଳ ପାଇଁ ଭୋଟ ସଂଗ୍ରହ କରିବାର ପୁରୁଣା ଫର୍ମୂଲାକୁ ଆପଣାଇ କ୍ଷମତାସୀନ ବିଜେଡି ସରକାର ଆଜି ପଦ୍ମପୁର ନିର୍ବାଚନମଣ୍ଡଳୀ ପାଇଁ ମୋଟ ୪୮୮କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଘୋଷଣା  କରିଛନ୍ତି । ଧାମନଗର ଉପନିର୍ବାଚନ ତାରିଖ ଅଚାନକ ଘୋଷଣା ହେବା ଯୋଗୁ ସେହି ନିର୍ବାଚନମଣ୍ଡଳୀ ନିମନ୍ତେ ପ୍ୟାକେଜ୍ ଘୋଷଣା କରିପାରିନଥିବା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଦ୍ମପୁର ନିର୍ବାଚନମଣ୍ଡଳୀ ନିମନ୍ତେ ରାଜକୋଷରୁ ପ୍ରାୟ ୪୮୮କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ନିର୍ବାଚନ ପୂର୍ବରୁ ନିର୍ବାଚନମଣ୍ଡଳୀ ପାଇଁ ଏକକାଳୀନ ୨୫୦ରୁ ଅଧିକ ପ୍ରକଳ୍ପ ଘୋଷଣା କରି ଭୋଟରଙ୍କୁ ଆକୃଷ୍ଟ କରିବା ନିମନ୍ତେ ବିଜେଡି ସରକାର ପ୍ରୟାସ କରିଛନ୍ତି । ତେବେ ରାଜକୋଷ ପାଣ୍ଠିରେ ଗୁରୁବାର କରି ଦଳ ନିମନ୍ତେ ଭୋଟ୍ ସଂଗ୍ରହ କରିବାର ବିଜେଡିର ଏହି ଫର୍ମୂଲା ପଦ୍ମପୁରରେ କେତେ ଫଳପ୍ରଦ ହେବ ତାକୁ ନେଇ ନାନାଦି ଚର୍ଚ୍ଚା ଆରମ୍ଭ ହୋଇଛି ।

ସୂଚନା ଅନୁସାରେ, ପଦ୍ମପୁର ଉପନିର୍ବାଚନ ପାଇଁ ଯେକୌଣସି ମୁହୂର୍ତ୍ତରେ ତାରିଖ ଘୋଷଣା ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଶାସକ ବିଜେଡି ପଦ୍ମପୁର ନିର୍ବାଚନମଣ୍ଡଳୀରେ ନିଜର ସାଂଗଠନିକ କାର୍ଯ୍ୟକ୍ରମକୁ ଅଧିକ ସକ୍ରିୟ କରିବାରେ ଲାଗିଛି । ବିଧାୟକ ବିଜୟରଞ୍ଜନ ସିଂ ବରିହାଙ୍କ ମୃତ୍ୟୁ ଯୋଗୁ ଖାଲି ପଡ଼ିଥିବା ଏହି ଆସନକୁ ପୁଣିଥରେ ହାତେଇବା ନିମନ୍ତେ ବିଜେଡି ଏବେଠୁ କସରତ ଆରମ୍ଭ କରିଦେଇଛି । ରାଜ୍ୟ ରାଜକୋଷ ପାଣ୍ଠିରେ ଆଜି ପଦ୍ମପୁରରେ ବିଜେଡି ପକ୍ଷରୁ ଆଜି ଶନିବାର ଏକ ବିଶାଳ ସରକାରୀ ସମାବେଶ ଆୟୋଜନ ହୋଇଥିଲା, ସେଥିରେ ୩ଜଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ରୀତା ସାହୁ ଓ ଶ୍ରୀକାନ୍ତ ସାହୁଙ୍କ ସମେତ ୩ଜଣ ବିଧାୟକ ସ୍ନେହାଙ୍ଗିନୀ ଛୁରିଆ, ସୁଶାନ୍ତ ସିଂ ଓ ଦେବେଶ ଆଚାର୍ଯ୍ୟ, ସ୍ଥାନୀୟ ନେତା ସାଧୁ ନେପାକ ଓ ରାଜ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ସାମିଲ ହୋଇ ସ୍ଥାନୀୟ ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ କରିଥିଲେ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭର୍ଚୁଆଲ ମୋଡରେ ସାମିଲ ହୋଇ ଏହି ୪୮୮କୋଟି ଟଙ୍କାର ପ୍ରକଳ୍ପ ପଦ୍ମପୁରବାସୀଙ୍କୁ ଭେଟି ଦେବା ସହ କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁ ଚାଷୀମାନେ ଫସଲ ବୀମା ପାଇନଥିବା କହି ନିଜ ଉପରୁ ଦୋଷ ଛଡ଼ାଇବା ଓ କେନ୍ଦ୍ର ବିରୁଦ୍ଧରେ ରାଜନୀତିକ ଗୋଟି ଚଳାଇଛନ୍ତି ।

ରାଜ୍ୟର ଦୁଇ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ ଏବେ ଧାମନଗର ଉପନିର୍ବାଚନରେ ବ୍ୟସ୍ତ ଥିବାବେଳେ ଶାସକ ବିଜେଡି ଏବେ ପ୍ରଶାସନିକ କଳକୁ ଉପଯୋଗ କରି ପଦ୍ମପୁର ନିର୍ବାଚନମଣ୍ଡଳୀର ବାସିନ୍ଦାଙ୍କୁ ପ୍ରଲୋଭନ ପାଇଁ ଉଦ୍ୟମ ଆରମ୍ଭ କରିଛି । ନିର୍ବାଚନମଣ୍ଡଳୀର ବିଭିନ୍ନ ବ୍ଲକ୍ ଓ ଏନଏସି ଦାୟିତ୍ୱରେ ଦଳୀୟ ନେତାମାନଙ୍କୁ ଆବଂଟିତ କରାଇ ଦଳୀୟ ଭୋଟକୁ ସୁଦୃଢ଼ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ତେବେ ଉପନିର୍ବାଚନ ପୂର୍ବରୁ ଅଚାନକ ପଦ୍ମପୁରବାସୀଙ୍କ ପ୍ରତି ବିଜେଡି ସରକାରର ଦରଦକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ଏପଟେ, ପଦ୍ମପୁର ନିର୍ବାଚନମଣ୍ଡଳୀ ପାଇଁ ବିଜେପି ନିଜର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିବା ନିଶ୍ଚିତ ଥିବାବେଳେ ବିଜେଡି ନିଜର ପ୍ରାର୍ଥୀ ଭାବେ ଜଣେ ପ୍ରଶାସନିକ ଅଫିସରଙ୍କୁ ମଇଦାନକୁ ଓହ୍ଲାଇବ ବୋଲି ଚର୍ଚ୍ଚା ହେଉଛି । ବିଶେଷକରି ଦିବଂଗତ ଶ୍ରୀ ବରିହାଙ୍କ ପରିବାରକୁ କାହାରିକୁ ପ୍ରାର୍ଥୀ କଲେ ଦଳୀୟ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା କ୍ଷୀଣ ଥିବା ନେଇ ଗୁଇନ୍ଦା ଓ ପ୍ରଶାସନିକ ରିପୋର୍ଟକୁ ଆଧାର କରି ବିଜେଡି ଏବେ ଏଭଳି ରଣନୀତି ପ୍ରସ୍ତୁତ କରୁଥିଲେ ମଧ୍ୟ ଭଟଲି ବିଧାୟକ ସୁଶାନ୍ତ ସିଂ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଛିଡ଼ା କରାଇ ବିଜେଡି ପାଇଁ ‘ଧାମନଗର’ ଭଳି ପରିସ୍ଥିତି ସୃଷ୍ଟି କରିବାକୁ ଯାଉଥିବା ଜଣାପଡ଼ିଛି ।

https://twitter.com/IPR_Odisha/status/1586254493406363649?s=20&t=YwdgSUeKIHFUrj1rijD3Fw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story