- Videos
- Odisha
- ଆଉ ୪ଦିନ କରିବ ତାଣ୍ଡବ; ପବନର ବେଗ ରହିବ ୫୦ ରୁ ୬୦ କି.ମି.
ଆଉ ୪ଦିନ କରିବ ତାଣ୍ଡବ; ପବନର ବେଗ ରହିବ ୫୦ ରୁ ୬୦ କି.ମି.
- Published: Monday, 09 April 2018
- , Updated: 09 April 2018, 09:36 AM IST
<p>ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ରାଜ୍ୟରେ ବିଭିନ୍ନ ସ୍ଥାନରେ ଜାରି ରହିଛି କାଳବୈଶାଖୀ ଜନିତ ବର୍ଷା। ଉପକୂଳ ଅଞ୍ଚଳରେ ତାତି ସାମାନ୍ୟ କମିଥିଲେ ମଧ୍ୟ ଆଭ୍ୟନ୍ତରୀଣ ଅଞ୍ଚଳରେ ତାତି ଅଧିକ ରହିଛି। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଶାଖୀ ଜନିତ ବର୍ଷା। ପଶ୍ଚିମବଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଓଡ଼ିଶା ଉପରକୁ ଦକ୍ଷିଣ ପଶ୍ଚିମ ଦିଗରୁ ବାୟୁ ପ୍ରବାହିତ ହେଉଛି। ଏହା ପ୍ରଭାବରେ ରାଜ୍ୟର ଉତ୍ତର,ଦକ୍ଷିଣ ସମେତ ଉପକୂଳ ଓଡିଶାରେ ଅପରାହ୍ନ ସମୟରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ବର୍ଷା ସମୟରେ ପବନର ବେଗ ଘଣ୍ଟାକୁ ୫୦ ରୁ ୬୦ କିଲୋମିଟର ରହିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି।</p>
<p>&nbsp;</p>