ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ସମୂହ ଛୁଟି, ଘରୋଇ ଅଫିସ ପାଇଁ ଗାଇଡ୍‌ଲାଇନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜର ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ଛୁଟି ଘୋଷଣା କରିଛନ୍ତି। ଏହି ଦୁଇ ବର୍ଗର କର୍ମଚାରୀମାନଙ୍କୁ ଆସନ୍ତାକାଲିଠୁ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଅଫିସ ଆସିବାକୁ ପଡ଼ିବ ନାହିଁ। ତେବେ କର୍ମଚାରୀମାନେ ନିଜକୁ ଘର ଭିତରେ ହିଁ ସୀମିତ ରଖିବେ। ଜନଗହଳୀ କିମ୍ୱା କୌଣସି ସମାବେଶରେ କର୍ମଚାରୀମାନେ ସାମିଲ ହୋଇପାରିବେ ନାହିଁ। ଏହାକୁ ଉଲ୍ଲଂଘନ କଲେ, ସେହି ଛୁଟି ଅବଧିକୁ ‘ବିନା ଦରମାରେ ଛୁଟି’ […]

da

da

Manoranjan Sial
  • Published: Thursday, 19 March 2020
  • Updated: 19 March 2020, 07:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜର ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ଛୁଟି ଘୋଷଣା କରିଛନ୍ତି। ଏହି ଦୁଇ ବର୍ଗର କର୍ମଚାରୀମାନଙ୍କୁ ଆସନ୍ତାକାଲିଠୁ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଅଫିସ ଆସିବାକୁ ପଡ଼ିବ ନାହିଁ। ତେବେ କର୍ମଚାରୀମାନେ ନିଜକୁ ଘର ଭିତରେ ହିଁ ସୀମିତ ରଖିବେ। ଜନଗହଳୀ କିମ୍ୱା କୌଣସି ସମାବେଶରେ କର୍ମଚାରୀମାନେ ସାମିଲ ହୋଇପାରିବେ ନାହିଁ। ଏହାକୁ ଉଲ୍ଲଂଘନ କଲେ, ସେହି ଛୁଟି ଅବଧିକୁ ‘ବିନା ଦରମାରେ ଛୁଟି’ ଭାବେ ବିବେଚନା କରାଯିବ। ସେହିପରି ଜିଲ୍ଲାସ୍ତରରେ ଏହି ବର୍ଗର କର୍ମଚାରୀମାନଙ୍କ ମଧ୍ୟରୁ କିଏ ଅଫିସ ଆସିବେ ତାହା ଜିଲ୍ଲାପାଳ କିମ୍ବା ନିର୍ଦ୍ଦେଶକସ୍ତରର ଅଫିସରମାନେ ସ୍ଥିର କରିବେ। ଅତି ଜରୁରୀ ଥିଲେ ସେମାନଙ୍କୁ ଓସ୍ୱାସ୍ ମାଧ୍ୟମରେ କାର୍ଯ୍ୟ କରିବାକୁ ମଧ୍ୟ ପ୍ରୋତ୍ସାହିତ କରାଯିବ । ଏ ନେଇ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ ସୂଚନା ଦେଇଛନ୍ତି।

ମାର୍ଚ୍ଚ ୨୦ରୁ ୩୧ତାରିଖ ପର୍ଯ୍ୟନ୍ତ ରାଜ୍ୟର ଗ୍ରୁପ୍ ସି ଓ ଡି ବର୍ଗର କର୍ମଚାରୀଙ୍କ ନିମନ୍ତେ ଛୁଟି ଘୋଷଣା କରାଯାଇଥିବାବେଳେ ଅନ୍ୟ ବର୍ଗର ଅଧିକାରୀମାନେ ନିୟମିତ ଭାବେ ଅଫିସ ଆସିବେ। ନିର୍ଦ୍ଦେଶକ, ଜିଲ୍ଲାପାଳ, ଏସ୍‌ପି, ଜିଲ୍ଲାସ୍ତରୀୟ ମୁଖ୍ୟ ଅଧିକାରୀମାନେ ସେମାନଙ୍କ ଅଧୀନରେ ଥିବା କେଉଁ ଓ କେତେ କର୍ମଚାରୀ ଅଫିସ ଆସିବା ଦରକର ତାହା ସ୍ଥିର କରିବେ। ପୁଲିସ, ଅଗ୍ନିଶମ, ଜେଲ୍‌, ସ୍ୱାସ୍ଥ୍ୟ ବିଭାଗ ସମେତ ଅତ୍ୟବସ୍ୟକ ସେବାରେ ଥିବା କର୍ମଚାରୀମାନେ ନିଜକୁ ସୁରକ୍ଷିତ ରଖିବା ପାଇଁ ସବୁ ପ୍ରକାର ପ୍ରତିଶେଧକ ବ୍ୟବସ୍ଥା ଗ୍ରହଣ କରିବେ। ସେମାନଙ୍କ ପାଇଁ ଏହି ଛୁଟି ଲାଗୁ ହେବ ନାହିଁ।

ସେହିପରି ଘରୋଇ ସଂସ୍ଥା କର୍ମଚାରମାନଙ୍କ ପାଇଁ ମଧ୍ୟ ସରକାର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଯଥାସମ୍ଭବ ଘରୋଇ ସଂସ୍ଥାର କର୍ମଚାରୀମାନେ ‘ଘରୁ ରହି କାମ କରିବା’ ଉପରେ ଗୁରୁତ୍ୱ ଦେବେ। ଯଦି ଅଫିସ, ଦୋକାନ, ବ୍ୟବସାୟୀକ ପ୍ରତିଷ୍ଠାନରେ କମ କରିବା ଜରୁରି ଥାଏ, ଯଥା ସମ୍ଭବ କମ୍ ସଂଖ୍ୟକ କର୍ମଚାରୀରେ ତାହା କିପରି ସମ୍ଭବ ହେବ, ତାହା ସୁନିଶ୍ଚିତ କରାଇବେ।

ଏହାବ୍ୟତୀତ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଗାଇଡଲାଇନ୍ ଅନୁସାରେ, ଯେଉଁ କର୍ମଚାରୀମାନେ କାର୍ଯ୍ୟସ୍ଥଳରେ ନିଜକୁ ଅସୁସ୍ଥ ଅନୁଭବ କରିବେ ସେମାନେ ତୁରନ୍ତ ନିଜର ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରି ୧୪ଦିନ ପାଇଁ ହୋମ୍ କ୍ୱାରେଣ୍ଟାଇନରେ ରହିପାରିବେ। ଏହାପରେ ଯଦି ସେମାନେ ଅଧିକ ଦିନ ଛୁଟିରେ ରହିବେ ତାହା ସାଧାରଣ ଛୁଟି ଭାବେ ବିବେଚନା କରାଯିବ। ଏହାବ୍ୟତୀତ ଯେଉଁ ସରକାରୀ କର୍ମଚାରୀମାନଙ୍କର ପରିବାର ସଦସ୍ୟ କେହି ମାର୍ଚ୍ଚ ୪ତାରିଖ ପୂର୍ବରୁ ଓ ସେହିଦିନ ବିଦେଶରୁ ଫେରିଥିବେ ସେମାନଙ୍କୁ ମଧ୍ୟ ସ୍ୱଇଚ୍ଛାରେ ହୋମ୍ କ୍ୱାରେଣ୍ଟାଇନରେ ୧୪ଦିନ ରହିବା ପାଇଁ ଅନୁମତି ଦିଆଯାଇଛି। ତେବେ ଏହାପରେ ସେମାନେ ଅଫିସ ଆସିବା ପୂର୍ବରୁ ନିଜକୁ ମେଡିକାଲ ଫିଟ୍ ଥିବା ଦର୍ଶାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story