ଓଡ଼ିଶା ପରେ ରାଜସ୍ଥାନ; ୪ର୍ଥ ଶ୍ରେଣୀ କର୍ମଚାରୀଙ୍କୁ ହନିଟ୍ରାପ୍‌ରେ ଫସାଇଛି ରହସ୍ୟମୟୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାନ୍ଦିପୁର ଡିଆର୍‌ଡିଓ ତଥ୍ୟ ଲିକ୍‌ ମାମଲାରେ ଆସିଛି ନୂଆ ତଥ୍ୟ। ଓଡ଼ିଶା ପରେ ରାଜସ୍ଥାନରେ ରହସ୍ୟମୟୀଙ୍କ ହନିଟ୍ରାପ୍‌ ସାମ୍ନାକୁ ଆସିଛି। ରାଜସ୍ଥାନ ଯୋଧପୁର ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ହନିଟ୍ରାପ୍‌ରେ ଫସାଇଛି ରହସ୍ୟମୟୀ ମହିଳା। ଚଳିତ ଅକ୍ଟୋବର ୧୫ ତାରିଖରେ ହନିଟ୍ରାପ ଲିଙ୍କ ନେଇ ସିଆଇଡିକୁ ମିଳିଛି ସୂଚନା। ଏନେଇ ଓଡ଼ିଶା କ୍ରାଇମବ୍ରାଞ୍ଚ ସହ ଯୋଗାଯୋଗ କରିଛି ରାଜସ୍ଥାନ ସିଆଇଡି। ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ […]

Mysterious Woman

Manoranjan Sial
  • Published: Wednesday, 27 October 2021
  • , Updated: 27 October 2021, 04:07 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାନ୍ଦିପୁର ଡିଆର୍‌ଡିଓ ତଥ୍ୟ ଲିକ୍‌ ମାମଲାରେ ଆସିଛି ନୂଆ ତଥ୍ୟ। ଓଡ଼ିଶା ପରେ ରାଜସ୍ଥାନରେ ରହସ୍ୟମୟୀଙ୍କ ହନିଟ୍ରାପ୍‌ ସାମ୍ନାକୁ ଆସିଛି। ରାଜସ୍ଥାନ ଯୋଧପୁର ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ହନିଟ୍ରାପ୍‌ରେ ଫସାଇଛି ରହସ୍ୟମୟୀ ମହିଳା। ଚଳିତ ଅକ୍ଟୋବର ୧୫ ତାରିଖରେ ହନିଟ୍ରାପ ଲିଙ୍କ ନେଇ ସିଆଇଡିକୁ ମିଳିଛି ସୂଚନା। ଏନେଇ ଓଡ଼ିଶା କ୍ରାଇମବ୍ରାଞ୍ଚ ସହ ଯୋଗାଯୋଗ କରିଛି ରାଜସ୍ଥାନ ସିଆଇଡି। ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା।

ଦୁବାଇର ଲୁଲୁ ଇଣ୍ଟରନ୍ୟାସନାଲ ଏକ୍ସଚେଂଜରୁ ଚାନ୍ଦିପୁରର ଜଣେ ଅଭିଯୁକ୍ତର ଆକାଉଣ୍ଟକୁ ଆସିଛି ୨୪ ହଜାର ଟଙ୍କା।  ଏହି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା। ମୋଟ୍‌ ୩୮ ହଜାର ଟଙ୍କା ଆସିଥିବା ବେଳେ ବଳକା ୧୪ ହଜାର ଟଙ୍କାର ତଥ୍ୟ ମିଳିପାରି ନାହିଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ଡିଆର୍‌ଡିଏର ଗୁପ୍ତ ତଥ୍ୟ ଚୋରି ଅଭିଯୋଗରେ ବାଲେଶ୍ୱର ସଦର ଥାନା ପୁଲିସ ୪ ଅଭିଯୁକ୍ତଙ୍କୁ ରାତି ଅଧିଆ ଟେକି ନେଇଥିଲା। ଦିନ ତମାମ ପଚରାଉଚରା ପରେ ପୁଲିସ ସେମାନଙ୍କୁ ଗିରଫ କରିଥିଲା। ସେମାନେ ହେଲେ- ଆଇଟିଆର୍‌ର ଠିକା ଏସି କର୍ମଚାରୀ ଅପରେଟର ବସନ୍ତ ବେହେରା ଓ ଶେଖ୍‌ ମୁଶାଫିର, ମେନ୍‌ଗେଟ କିପର ତାପସ ନାୟକ ଏବଂ ଡିଜି ଅପରେଟର ହେମନ୍ତ କୁମାର ମିସ୍ତ୍ରୀ। ମାମାଲାର ଗୁରୁତ୍ୱକୁ ଦେଖି ଡିଜିପି ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ। ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରି ଦେଇ ଡିଆର୍‌ଡିଓର କର୍ମଚାରୀ ସଚିନ କୁମାର ଛତ୍ତାଙ୍କୁ ଗିରଫ କରିଥିଲା। ଚୁପ୍ତ ତଥ୍ୟ ଚୋରି ଅଭିଯୁକ୍ତରେ କ୍ରାଇମବ୍ରାଞ୍ଚ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କୁ ଗିରଫ କରିଥିଲା।

ଗିରଫ ଅଭିଯୁକ୍ତଙ୍କଠାରୁ ସତ ଓଗାଳିବା ପାଇଁ କ୍ରାଇମବ୍ରାଞ୍ଚ ୭ ଦିନିଆ ରିମାଣ୍ଡରେ ଆଣିଥିଲା। କ୍ରାଇମବ୍ରାଞ୍ଚ, ଏନ୍‌ଆଇଏ ଓ ଏୟାରଫୋର୍ସ ଟିମ୍‌ ୫ ଅଭିଯୁକ୍ତଙ୍କୁ ଘନଘନ ଜେରା କରିଥିଲା। ଜେରା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା।

Related story