ଆଜି ଶ୍ରାବଣ ମାସ ଚତୁର୍ଥ ସୋମବାର, ଶୈବପୀଠ ଗୁଡ଼ିକରେ କାଉଡିଆଙ୍କ ଭିଡ଼

Ordigital Desk
  • Published: Monday, 31 July 2017
  • , Updated: 31 July 2017, 08:33 AM IST
<p>ଭୁବନେଶ୍ୱର: ଆଜି ଶ୍ରାବଣ ମାସ ଚତୁର୍ଥ ସୋମବାର।&nbsp; ଆସନ୍ତା ସୋମବାରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଏହି ସୋମବାରକୁ ହିଁ ଶେଷ ସୋମବାର ଭାବେ ମନାଯାଉଛି। ଏଥିପାଇଁ ଦେବ ଦେବ ମହାଦେବଙ୍କ ମସ୍ତକରେ ଜଳଲାଗି କରିବାକୁ ରାଜ୍ୟର ସବୁ ଶୈବପୀଠରେ ସକାଳୁ ସକାଳୁ ଲାଗିଛି କାଉଡ଼ିଆଙ୍କ ଭିଡ଼। ଶ୍ରଦ୍ଧା ଓ ଭକ୍ତିର ସହ ନିଜ ମନସ୍କାମନା ପୂରଣ ପାଇଁ ବିଭିନ୍ନ ନଦୀ ଓ ଜଳାଶୟରୁ ପବିତ୍ର ଜଳ ଭାର ଆଣି ଭୋଳା ଶଙ୍କରଙ୍କୁ ଲାଗି କରୁଛନ୍ତି ଶ୍ରଦ୍ଧାଳୁ।</p> <p>ଏଥିପାଇଁ ଲିଙ୍ଗରାଜ ମନ୍ଦିରରେ ଦିନ ୧୨ଟା ଯାଏଁ ସାହାଣ ମେଲା ସହ କାଉଡିଆମାନେ ଜଳ ଲାଗି କରିବାର ବ୍ୟବସ୍ଥା ରହିଛି। ସେହିଭଳି ପୁରୀର ଲୋକନାଥ, କଟକର ଧବେଶ୍ୱଳର, ନୟାଗଡ଼ର ଲଡୁବାବା, ଭଦ୍ରକର ଆରଡ଼ି ଏବଂ ଢେଙ୍କାନାଳର କପିଳାସ ପୀଠ ସମେତ ରାଜ୍ୟର ସମସ୍ତ ପ୍ରମୁଖ ଶିବ ମନ୍ଦିରରେ କାଉଡ଼ିମାନେ ଜଳଲାଗି କରୁଛନ୍ତି। ସବୁଠି ପୋଲିସ୍ ଓ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଜଳ ଲାଗି ପାଇଁ ବ୍ୟବସ୍ଥା କରାଯାଇଛି।</p> <p>&amp;nbsp;</p>

Related story