ଜାଲ୍ ନୋଟ୍ ଜବତ ଘଟଣା, ୫ ଗିରଫ

ସୋର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ସିମୁଳିଆର ଖିରିକୋଣା ସେବା ସମବାୟ ସମିତିରେ ଟଙ୍କା ଜମା କରିବା ବେଳେ ୪୪ ହଜାର ଟଙ୍କା ଜାଲ୍ ନୋଟ୍ ଜବତ ଘଟଣାରେ ପୋଲିସ ୫ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସତ୍ୟନାରାୟଣ ପଣ୍ଡା, ତାରାକାନ୍ତ ବିଶ୍ୱାଳ, ସଲିମ୍, ଏସ୍.କେ. ରିଜୁଆନ ଓ ମନୋରଞ୍ଜନ ବାରିକ। ସେମାନଙ୍କଠୁ ଜାଲ୍‌ ଦେଢ ଲକ୍ଷ ଟଙ୍କା ସହିତ ଗୋଟିଏ ବାଇକ୍ ଓ ଗୋଟିଏ କାର ଜବତ କରାଯାଇଛି। ଗତ ୧୦ ତାରିଖରେ ବିଷ୍ଣୁ ନାୟକ ନାମକ […]

soro

Rakesh Mallick
  • Published: Sunday, 15 April 2018
  • , Updated: 15 April 2018, 03:45 PM IST

ସୋର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ସିମୁଳିଆର ଖିରିକୋଣା ସେବା ସମବାୟ ସମିତିରେ ଟଙ୍କା ଜମା କରିବା ବେଳେ ୪୪ ହଜାର ଟଙ୍କା ଜାଲ୍ ନୋଟ୍ ଜବତ ଘଟଣାରେ ପୋଲିସ ୫ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସତ୍ୟନାରାୟଣ ପଣ୍ଡା, ତାରାକାନ୍ତ ବିଶ୍ୱାଳ, ସଲିମ୍, ଏସ୍.କେ. ରିଜୁଆନ ଓ ମନୋରଞ୍ଜନ ବାରିକ। ସେମାନଙ୍କଠୁ ଜାଲ୍‌ ଦେଢ ଲକ୍ଷ ଟଙ୍କା ସହିତ ଗୋଟିଏ ବାଇକ୍ ଓ ଗୋଟିଏ କାର ଜବତ କରାଯାଇଛି।

ଗତ ୧୦ ତାରିଖରେ ବିଷ୍ଣୁ ନାୟକ ନାମକ ଜଣେ ବ୍ୟକ୍ତି ଦେଢ ଲକ୍ଷ ଟଙ୍କା ଜମା କରିବା ବେଳେ ସେଥିରୁ ୪୪ ହଜାର ଟଙ୍କା ନକଲି ବୋଲି ଜଣାପଡିଥିଲା। ଏହାପରେ ପୋଲିସ ବିଷ୍ଣୁଙ୍କୁ ଅଟକ ରଖି ବାଲେଶ୍ୱରର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା।

ଆଜି ସହଦେବଖୁଣ୍ଟା, ସଦର ଥାନା ଅଞ୍ଚଳ, ସୋର ଓ ନୀଳଗିରି ଅଞ୍ଚଳରୁ ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରଫ କରିଛି।

Related story