ବିଏମ୍‌ସି ଓ ପୁଲିସ୍ ଅଧିକାରୀଙ୍କୁ ଲିଫ୍ଟରେ ବନ୍ଦ କରିଦେଲେ ବାର୍ କର୍ମଚାରୀ, ୫ ଗିରଫ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟ): କୋଭିଡ୍‌ କଟକଣାକୁ ନମାନି ବାରରେ ଚାଲିଥିଲା ନାଚଗୀତ ଓ ମଦର ଆସର। ଏହି ସମୟରେ ଚଢ଼ାଉ କରିଥିଲା ବିଏମ୍‌ସି (ଭୁବନେଶ୍ୱର ମହାନଗର ନିଗମ) ଓ ପୁଲିସ୍‌ ଟିମ୍‌। ତେବେ ଏହି ଟିମ୍‌କୁ ଲିଫ୍ଟରେ ବନ୍ଦ କରି ଦେଇଥିଲେ ବାର୍ କର୍ମଚାରୀ। ପ୍ରାୟ ୪୦ ମିନିଟ୍ ଧରି ସେମାନେ ଲିଫ୍ଟରେ ଫସି ରହିବା ପରେ ବାହାରିଥିଲେ ଓ ବାର୍ ସିଲ୍ କରିବା ସହିତ ୫ ଜଣଙ୍କୁ ଗିରଫ କରିଥିଲେ। ଗତକାଲି ଚନ୍ଦ୍ରଶେଖରପୁର ଅଞ୍ଚଳରେ ଗୋଟିଏ […]

bbsr-bar

Tapaswini Nayak
  • Published: Sunday, 19 September 2021
  • , Updated: 19 September 2021, 01:46 PM IST

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟ): କୋଭିଡ୍‌ କଟକଣାକୁ ନମାନି ବାରରେ ଚାଲିଥିଲା ନାଚଗୀତ ଓ ମଦର ଆସର। ଏହି ସମୟରେ ଚଢ଼ାଉ କରିଥିଲା ବିଏମ୍‌ସି (ଭୁବନେଶ୍ୱର ମହାନଗର ନିଗମ) ଓ ପୁଲିସ୍‌ ଟିମ୍‌। ତେବେ ଏହି ଟିମ୍‌କୁ ଲିଫ୍ଟରେ ବନ୍ଦ କରି ଦେଇଥିଲେ ବାର୍ କର୍ମଚାରୀ। ପ୍ରାୟ ୪୦ ମିନିଟ୍ ଧରି ସେମାନେ ଲିଫ୍ଟରେ ଫସି ରହିବା ପରେ ବାହାରିଥିଲେ ଓ ବାର୍ ସିଲ୍ କରିବା ସହିତ ୫ ଜଣଙ୍କୁ ଗିରଫ କରିଥିଲେ।

ଗତକାଲି ଚନ୍ଦ୍ରଶେଖରପୁର ଅଞ୍ଚଳରେ ଗୋଟିଏ ବିଲ୍ଡିଂରେ ଥିବା ଦୁଇଟି ବାରରେ କୋଭିଡ୍ କଟକଣା ଭାଙ୍ଗି ନାଚଗୀତ ଓ ମଦର ଆସର ଚାଲିଥିବା ସୂଚନା ମିଳିଥିଲା। ଏହା ପରେ ବିଏମସି ଜୋନାଲ କମିଶନର ଅଂଶୁମାନ ରଥ, ତାଙ୍କର ଜଣେ ଅଫିସର ଓ ଏକ ପୁଲିସ ଟିମ୍ ସେଠାକୁ ଚଢ଼ାଉ କରିବାକୁ ଯାଇଥିଲା। ବିଲ୍ଡିଂର ଗ୍ରାଉଣ୍ଡ ଫ୍ଲୋରରେ ଥିବା ଲିଫ୍ଟରେ ସେମାନେ ବାର୍‌କୁ ଯିବା ବେଳେ ତାହା ମଝିରେ ଅଟକି ଯାଇଥିଲା। ଆଉ ସେମାନେ ଲିଫ୍ଟ ଭିତରେ ଫସି ଯାଇଥିଲେ।

ସୂଚନା ଅନୁଯାୟୀ, ବିଏମସି ଓ ପୁଲିସ୍ ଟିମ୍  ବାର ଉପରେ ଚଢ଼ଉ କରିବାକୁ ଆସୁଥିବା ଖବର ବାର କର୍ମଚାରୀ ପୂର୍ବରୁ ପାଇଯାଇଥିଲେ। ତେଣୁ ବିଏମସି ଓ ପୁଲିସ ଅଧିକାରୀ ଲିଫ୍ଟରେ ପ୍ରବେଶ କରିବା ପରେ କେହି ଲିଫ୍ଟର ପାୱାର ସୁଇଚକୁ ଅଫ୍‌ କରି ଦେଇଥିଲେ।

ବାରମ୍ବାର ଲିଫ୍ଟର ପାୱାର ସୁଇଚକୁ ଅନ୍ କରିବାକୁ କୁହାଯାଇଥିଲେ ମଧ୍ୟ କେହି ଶୁଣି ନଥିଲେ।  ବିଏମସିର ଆଉ କିଛି କର୍ମଚାରୀ ଓ ଗୋଟିଏ ପ୍ଲାଟୁନ ପୁଲିସ ଫୋର୍ସ ସେଠାରେ ପହଞ୍ଚିବା ପରେ ବାର କର୍ମଚାରୀ ଲିଫ୍ଟର ପାୱାର ସୁଇଚ ଅନ୍‌ କରିଥିଲେ। ସେତେବେଳକୁ ବିଏମସି ଓ ପୁଲିସ କର୍ମଚାରୀ ୪୦ ମିନିଟ ହେବ ଲିଫ୍ଟରେ ଫସି ରହିଥିଲେ।  ପରେ ପୁଲିସ ଦୁଇଟି ଯାକ ବାରକୁ ସିଲ୍ କରିବା ସହ ୫ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରେ ଜଣେ ମ୍ୟାନେଜର ଅଛନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ ୪ଟି ବାର ସଲ୍‌ କରାଯାଇଥିଲା। ଆଗକୁ ବାର୍‌ ଗୁଡ଼ିକ ଉପରେ ଆହୁରି ଜୋରଦାର ଚଢ଼ାଉ ହେବ ବୋଲି ବିଏମ୍‌ସି ଜୋନାଲ କମିଶନର ଅଂଶୁମାନ ରଥ କହିଛନ୍ତି।

 

 

 

Related story