ସ୍କୁଲ ଯାଇ ୫ ଛାତ୍ରଛାତ୍ରୀ ନିଖୋଜ

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁରରେ ୫ ଜଣ ଛାତ୍ରଛାତ୍ରୀ ନିଖୋଜ ହୋଇଯାଇଛନ୍ତି। ଏହି ୫ ଜଣ ଛାତ୍ରଛାତ୍ରୀ ସ୍କୁଲ୍ ଯାଇ ଘରକୁ ଫେରି ନଥିବାରୁ ପରିବାର ଲୋକେ ଧନୁପାଲ୍ଲୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସମସ୍ତ ପିଲା ଚନ୍ଦ୍ରଶେଖର ନାୟକ ଜିଲ୍ଲା ସ୍କୁଲ ନବମ ଶ୍ରେଣୀର ପିଲା। ନିଖୋଜଙ୍କ ମଧ୍ୟରେ ୨ ଜଣ ଛାତ୍ରୀ ଏବଂ ୩ ଜଣ ଛାତ୍ର ଅଛନ୍ତି। ଏମାନଙ୍କ ମଧ୍ୟରେ ଦୁଇ ଜଣ ଭାଇ ଭଉଣୀ ମଧ୍ୟ ଅଛନ୍ତି। ଏମାନେ ଗତକାଲି ଶ୍ରେଣୀକୁ ଯାଇନଥିବା ଜଣାପଡ଼ିଛି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।