ଗୋଟିଏ କୋଠରୀରେ ୫ ଶ୍ରେଣୀର ପାଠପଢ଼ା, ଗୋଟିଏ ବ୍ଲାକ ବୋର୍ଡ ହେଉଛି ୩ ଭାଗ

ନୂଆପଡା(ଓଡ଼ିଶା ରିପୋର୍ଟର): ଗୋଟିଏ କ୍ଲାସ ରୁମ୍‌ରେ ବସୁଛନ୍ତି ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬୨ ଛାତ୍ରଛାତ୍ରୀ। ସେମାନଙ୍କ ପାଇଁ ରହିଛି ମାତ୍ର ଗୋଟିଏ ବ୍ଲାକ ବୋର୍ଡ। ପାଠପଢ଼ାଇବା ପାଇଁ ଅଛନ୍ତି ୩ ଜଣ ଶିକ୍ଷକ। ଏକକାଳୀନ ସମସ୍ତ ଶିକ୍ଷକ ପାଠପଢ଼ାଇବା ବେଳେ ଘୋ ଘୋରେ କମ୍ପୂଛି ଶ୍ରେଣୀ ଗୃହ। ଗୋଟିଏ ବ୍ଲାକ ବୋର୍ଡ ଭାଗ କରି ପାଠପଢ଼ାଉଛନ୍ତି ୩ ଶିକ୍ଷକ। ଏମିତି ଲାଗୁଛି ହାଟ ମଧ୍ୟରେ ବ୍ରହ୍ମଜ୍ଞାନ ଆଲୋଚନା ଚାଲିଛି। ଏଥିରୁ ସ୍ପଷ୍ଟ ଅନୁମେୟ ଏହି ସ୍କୁଲରେ […]

problem-in-school

problem-in-school

Niranjan Mishra
  • Published: Wednesday, 13 July 2022
  • Updated: 13 July 2022, 02:58 PM IST

Sports

Latest News

ନୂଆପଡା(ଓଡ଼ିଶା ରିପୋର୍ଟର): ଗୋଟିଏ କ୍ଲାସ ରୁମ୍‌ରେ ବସୁଛନ୍ତି ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬୨ ଛାତ୍ରଛାତ୍ରୀ। ସେମାନଙ୍କ ପାଇଁ ରହିଛି ମାତ୍ର ଗୋଟିଏ ବ୍ଲାକ ବୋର୍ଡ। ପାଠପଢ଼ାଇବା ପାଇଁ ଅଛନ୍ତି ୩ ଜଣ ଶିକ୍ଷକ। ଏକକାଳୀନ ସମସ୍ତ ଶିକ୍ଷକ ପାଠପଢ଼ାଇବା ବେଳେ ଘୋ ଘୋରେ କମ୍ପୂଛି ଶ୍ରେଣୀ ଗୃହ। ଗୋଟିଏ ବ୍ଲାକ ବୋର୍ଡ ଭାଗ କରି ପାଠପଢ଼ାଉଛନ୍ତି ୩ ଶିକ୍ଷକ। ଏମିତି ଲାଗୁଛି ହାଟ ମଧ୍ୟରେ ବ୍ରହ୍ମଜ୍ଞାନ ଆଲୋଚନା ଚାଲିଛି। ଏଥିରୁ ସ୍ପଷ୍ଟ ଅନୁମେୟ ଏହି ସ୍କୁଲରେ ପିଲାମାନଙ୍କ ଭବିଷ୍ୟତ କିପରି ଗଢ଼ା ଯାଉଛି। ନୂଆପଡା ଜିଲ୍ଲା କୋମନା ବ୍ଲକ ତରବୋଡ କଲୋନୀପଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଅବସ୍ଥା ଶିକ୍ଷା ବ୍ୟବସ୍ଥାର ଅଧୋଗତିକୁ ଜଳଜଳ ପ୍ରମାଣିତ କରିଛି।

ରାଜ୍ୟର ଅନେକ ସ୍କୁଲରେ ଶିକ୍ଷକ ଅଭାବ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି କରିଥିବା ବେଳେ ଏଠାରେ କିନ୍ତୁ ସମସ୍ୟା ଆହୁରି ସାଙ୍ଘାତିକ। ସର୍ବଶିକ୍ଷା ଅଭିଯାନ ଓ ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ସରକାରଙ୍କ ମାଳ ମାଳ ଯୋଜନା ଏଠାରେ ଫେଲ ମାରିଛି।

ଏଠାରେ ପାଠପଢ଼ାଉଥିବା ୩ ଶିକ୍ଷକଙ୍କ ମଧ୍ୟରୁ ଜଣେ ଭିନ୍ନକ୍ଷମ ଶିକ୍ଷକ। ଗୋଟିଏ ଛୋଟ କୋଠରୀରେ ଚାଲୁଛି ସମସ୍ତ ଶ୍ରେଣୀର ପାଠପଢ଼ା। ତାହା ପୁଣି ଏକକାଳୀନ। କୌଣସି ଗୋଟିଏ ବି ଶ୍ରେଣୀର ପିଲାମାନେ ଶାନ୍ତିରେ ବସି ପାଠପଢ଼ିପାରୁନାହାନ୍ତି। ଆବଶ୍ୟକ ଶିକ୍ଷକ ନ ଥିବାରୁ ଯେନତେନ ପାଠପଢ଼ାରେ କାମ ଚଲାଇ ଦିଆଯାଉଛି। ଉତ୍ତମ ଭବିଷ୍ୟତ ଗଢ଼ିବା ନିମେନ୍ତ ସ୍କୁଲରେ ନାମ ଲେଖାଇ ପଢ଼ୁଥିବା ପିଲାମାନଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଥିବା ଜାଣି ମଧ୍ୟ ଚୁପ୍ ବସିଛନ୍ତି ବ୍ଲକ ଶିକ୍ଷାଧିକାରୀଙ୍କ ଠାରୁ ଆରମ୍ଭ କରି ସର୍ବଶିକ୍ଷା ଅଭିଯାନର ଉପରିସ୍ଥ ଅଧିକାରୀ।

ସବୁ ଠାରୁ ଆଶ୍ଚର୍ଯ୍ୟର କଥା କୋମନା ବ୍ଲକ ବ୍ଲକ ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ ଏ ନେଇ ଜାଣିଥିବା କହିବା ସହ ପାଣ୍ଠି ବ୍ୟବସ୍ଥା ନ ଥିବାରୁ ଏହାକୁ ପଞ୍ଚାୟତରାଜ ବିଭାଗରୁ କରାଇଦେବାକୁ ପଦକ୍ଷେପ ନେବେ ବୋଲି କହିବା ବୁଦ୍ଧିଜୀବୀଙ୍କୁ ତାଜୁବ କରିଛି।

ସ୍କୁଲ କମିଟି ସଭାପତି ନୂତନ ପ୍ରଧାନ କହିଛନ୍ତି, ଏହି ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଗଣଶିକ୍ଷା ବିଭାଗକୁ ଜଣାଇ ସାରିଥିଲେ ହେଁ କେହି ଦୃଷ୍ଟି ଦେଉନାହାନ୍ତି। ତେଣୁ ସରକାର ଓ ପ୍ରଶାସନ ଜାଣିଶୁଣି ପିଲାମାନଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଉଥିବା ସ୍ପଷ୍ଟ ହୋଇଛି।

ପ୍ରଧାନ ଶିକ୍ଷୟତ୍ରୀ ବିଜୟଲକ୍ଷ୍ମୀ ବଘେଲ କହିଛନ୍ତି, ୨୦୧୩ରୁ ଏଭଳି ସମସ୍ୟା ଲାଗି ରହିଛି। ଗୋଟିଏ ଶ୍ରେଣୀରେ ପାଠପଢ଼ାଇବାକୁ ଖୁବ୍ ଅସୁବିଧା ହେଉଛି। ପିଲାମାନଙ୍କ ପାଠପଢ଼ା ବ୍ୟାଘାତ ହେଉଛି। ଏନେଇ ଯେତେ ଜଣାଇଲେ ମଧ୍ୟ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନାହାନ୍ତି। ସ୍କୁଲରେ ରହିଥିବା ବିପଦସଙ୍କୁଳ ଗୃହଗୁଡ଼ିକର ମରାମତି କିମ୍ବା ପୁନରନିର୍ମାଣ କରାଗଲେ ସମସ୍ୟା ଦୂର ହୋଇପାରନ୍ତା। ପିଲାମାନେ ଠିକ୍ ଭାବେ ପାଠପଢ଼ିପାରନ୍ତେ।

ପାଠପଢ଼ିବାରେ ଅସୁବିଧା ହେଉଥିବାରୁ ତୁରନ୍ତ ସରକାର ଅଧିକ ଶ୍ରେଣୀଗୃହ ନିର୍ମାଣ କରିବାକୁ ନିବେଦନ କରିଛନ୍ତି ସ୍କୁଲର ଛାତ୍ରଛାତ୍ରୀ। ସରକାରଙ୍କ ଏଭଳି ଶିକ୍ଷା ବ୍ୟବସ୍ଥା ପରିହାସର ପାତ୍ର ହୋଇଥିବାରୁ ତୁରନ୍ତ ପିଲାମାନଙ୍କ ଭବିଷ୍ୟତ ସୁରକ୍ଷା ନିମନ୍ତେ ଅଧିକ ଶ୍ରେଣୀଗୃହ ନିର୍ମାଣ ନ ହେଲେ ସ୍କୁଲକୁ ତାଲା ପକାଇ ଜିଲ୍ଲାପାଳଙ୍କୁ ସ୍କୁଲ ଚାବି ଦେଇଦେବୁ ବୋଲି ଅଭିଭାବକମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story