ଅମିତ ଶାହାଙ୍କୁ କଳାପତାକା ଦେଖାଇ ୫ କଂଗ୍ରେସ କର୍ମୀ ଗିରଫ

Ordigital Desk
  • Published: Wednesday, 04 April 2018
  • , Updated: 04 April 2018, 08:31 PM IST
<p>ଭବାନୀପାଟଣା (ଓଡ଼ିଶା ରିପୋର୍ଟର): ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କର ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତ ଆରମ୍ଭ ହୋଇଛି। ଆଜି ସେ ଭବାନୀପାଟଣାର ଲାଲବାହାଦୁର ଷ୍ଟାଡିୟମ୍&zwnj;କୁ ଯାଉଥିବା ବେଳେ କଂଗ୍ରେସ କର୍ମୀମାନେ ତାଙ୍କୁ କଳା ପତାକା ଦେଖାଇଥିଲେ। ଅମିତ ଶାହାଙ୍କ ଗସ୍ତକୁ ବିରୋଧ କରି ଗାର୍ଲସ୍ ହାଇସ୍କୁଲ ଛକ ନିକଟରେ ପ୍ରାୟ ୫ଜଣ କଂଗ୍ରେସ କର୍ମୀ କଳାପତାକା ପ୍ରଦର୍ଶନ କରିଥିଲେ। ଏହାପରେ ସେମାନଙ୍କୁ ପୋଲିସ ଗିରଫ କରିଥିଲା। କଂଗ୍ରେସ କର୍ମୀଙ୍କ ବିରୋଧ ଯୋଗୁଁ ସେଠାରେ ଅମିତ ଶାହାଙ୍କ ଗାଡ଼ି ୩ରୁ ୪ ମିନିଟ ଅଟକି ଥିଲା।</p> <p>ଅମିତ ଶାହାଙ୍କ ଗସ୍ତକୁ କାଉଣ୍ଟର୍ କରି ବିଜେଡି ପକ୍ଷରୁ କଳାହାଣ୍ଡି ଜିଲ୍ଲାରେ ଆଜିଠାରୁ ବ୍ଲକସ୍ତରରେ ପରିବର୍ଦ୍ଧିତ କାର୍ଯ୍ୟକାରିଣୀବୈଠକ ଆରମ୍ଭ ହୋଇଛି। ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଆଜି ପ୍ରଥମ ଦିନରେ ଧର୍ମଗଡ଼ରେ ଶୁଭାରମ୍ଭ ହୋଇଛି ଏହି ବୈଠକ।</p>

Related story