୫ ଜିଲ୍ଲାରେ ପ୍ରବଳ ବର୍ଷିବ!
ଭୁବନେଶ୍ୱର: ୨୪ ଘଣ୍ଟା ଭିତରେ ବଙ୍ଗୋପସାଗରରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହାକୁ ଆଖି ଆଗରେ ଆସନ୍ତାକାଲି ସକାଳ ୮ଟା ୩୦ ଯାଏଁ ୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି।
ତେବେ ଏହାରି ମଧ୍ୟରେ ପାରାଦୀପରେ ସର୍ବାଧିକ ୨୦ ମିମି, ଗଞ୍ଜାମରେ ୧୪.୬ ଏବଂ ରାୟଗଡା ୧୪ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।
ସମ୍ଭାବ୍ୟ ଲଘୁଚାପ ବଳୟକୁ ଦୃଷ୍ଟିରେ ରଖି ୨୦ ତାରିଖରୁ ବର୍ଷାର ପରିମାଣ ବଢିପାରେ। ଏଥିପାଇଁ ୨୦ ତାରିଖରେ ଗଞ୍ଜାମ, ଗଜପତି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିଲା। ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଏହି ତିନି ଦିନ ମତ୍ସ୍ୟଜୀବୀମାନଙ୍କୁ କେନ୍ଦ୍ରୀୟ ବଙ୍ଗୋପସାଗର ଭିତରକୁ ନ ଯିବା ପାଇଁ କୁହାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।