୫ ଜୁଆଡ଼ି ଗିରଫ, ୪ ଲକ୍ଷ ଟଙ୍କା ଜବତ 

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲାର ବାସନ୍ତୀ ନଗର ଅଞ୍ଚଳରେ ଜୁଆ ବେପାର ଚାଲୁଥିବା ଖବର ପାଇ ଉଦିତନଗର ଥାନା ପୁଲିସ ଗତକାଲି ସନ୍ଧ୍ୟାରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ପୁଲିସ ଏହି ଘଟଣାର କିଙ୍ଗପିନ୍‌ ଉମା ସିଂଙ୍କ ସମେତ ୫ ଜଣ  ଜୁଆଡ଼ିଙ୍କୁ  ଗିରଫ କରିଛି । ସେମାନଙ୍କ ନିକଟରୁ ନଗଦ ୪   ଲକ୍ଷ ୧ ହଜାର ଟଙ୍କା, ଜୁଆ ଖେଳ ଲାଗି ବ୍ୟବହୃତ କାଗଜପତ୍ରକୁ ମଧ୍ୟ ପୁଲିସ ଜବତ କରିଛି । ଏହି ଜୁଆ ବେପାରୀମାନେ […]

rourkela-1-1..

rourkela-1-1..

Niharika Rout
  • Published: Wednesday, 07 August 2019
  • Updated: 07 August 2019, 01:14 PM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲାର ବାସନ୍ତୀ ନଗର ଅଞ୍ଚଳରେ ଜୁଆ ବେପାର ଚାଲୁଥିବା ଖବର ପାଇ ଉଦିତନଗର ଥାନା ପୁଲିସ ଗତକାଲି ସନ୍ଧ୍ୟାରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ପୁଲିସ ଏହି ଘଟଣାର କିଙ୍ଗପିନ୍‌ ଉମା ସିଂଙ୍କ ସମେତ ୫ ଜଣ  ଜୁଆଡ଼ିଙ୍କୁ  ଗିରଫ କରିଛି ।

ସେମାନଙ୍କ ନିକଟରୁ ନଗଦ ୪   ଲକ୍ଷ ୧ ହଜାର ଟଙ୍କା, ଜୁଆ ଖେଳ ଲାଗି ବ୍ୟବହୃତ କାଗଜପତ୍ରକୁ ମଧ୍ୟ ପୁଲିସ ଜବତ କରିଛି । ଏହି ଜୁଆ ବେପାରୀମାନେ କୋଲକତା, ମୁମ୍ବାଇର ଜୁଆ ବେପାରୀଙ୍କ ସହ ସହ ମିଶି ବହୁ ଦିନରୁ ଏହି ବେପାର ଚଳାଇ ଆସୁଥିଲେ । ପୋଲିସ ଏହି ବେପାରରେ ଲିପ୍ତ ଅନ୍ୟମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।

ଚଢ଼ାଉ ସମ୍ପର୍କରେ ରାଉରକେଲା  ଏସ୍‌ପି ଜ୍ୟେତିର୍ମୟ  ଭୁକ୍ତା କହିଛନ୍ତି, ଗତକାଲି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଉଦିତନଗର ପୁଲିସ ଓ ସ୍ପେଶାଲ ଟିମ୍‌ ପକ୍ଷରୁ ଚଢ଼ାଉ କରାଯାଇଥିଲା।

ପ୍ରାୟ ୭ରୁ ୮ ବର୍ଷ ହେଲା ଉମା ସିଂ ରାଉରକେଲାର ବିଭିନ୍ନ ଅଞ୍ଚଳରେ ଏଜେଣ୍ଟ ରଖି ଜୁଆ ବେପାର କରି ଆସୁଛନ୍ତି। ସନ୍ଧ୍ୟାରେ  ଉକ୍ତ ଏଜେଣ୍ଟମାନେ ତାଙ୍କ ନିକଟରେ ଆଣି ବେପାର ଟଙ୍କା ଜମା ଦିଅନ୍ତି। ଏହି ସୂଚନା ପାଇବା ପରେ ପୁଲିସ ଚଢ଼ାଉ କରି ୪ ଲକ୍ଷ ଟଙ୍କା ଜବତ କରିଥିଲା।

ପୁଲିସ ନଜରରୁ ଖସିବା ଲାଗି ଉମାଙ୍କ ଗ୍ୟାଙ୍ଗର ସଦସ୍ୟମାନେ ଜାଗା  ପରିବର୍ତ୍ତନ କରି ବେପାର ଚଳାଇ ଆସୁଥିଲେ। ଫଳରେ ଦୀର୍ଘ ବର୍ଷ ହେଲା ପୁଲିସ ଆଖିରେ ଧୂଳି ଦେବାରେ ସେମାନେ ସକ୍ଷମ ହୋଇ ପାରିଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos