ଟ୍ରକ୍‌ରେ ପିଟି ହେଲା କାର୍‌

ରାୟଗଡ଼ା (ମନୋଜ ପାତ୍ର): ରାୟଗଡ଼ା ସହର ଉପକଣ୍ଠ ଶିରିଗୁଡ଼ା ନିକଟରେ ଟ୍ରକ୍‌ ସହ ଏକ କାର୍‌ର ମୁହାଁମୁହିଁ ଧକ୍କା ହେବାରୁ ୩ ଜଣ ମହିଳାଙ୍କ ସମେତ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ କାର୍ ଡ୍ରାଇଭର୍ ବି ଅଛନ୍ତି। ସମସ୍ତଙ୍କୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆଜି ସକାଳ ପ୍ରାୟ ୧୦ଟା ବେଳେ ଟିକିରିରୁ କିଛି ଲୋକ ଏହି କାର୍‌ ଯୋଗେ ଜଣେ ରୋଗୀକୁ ନେଇ ରାୟଗଡ଼ା ଡାକ୍ତରଖାନା ଆସୁଥିଲେ। ଏହି […]

car

Jyoshna Pradhan
  • Published: Sunday, 13 October 2019
  • , Updated: 13 October 2019, 12:57 PM IST

ରାୟଗଡ଼ା (ମନୋଜ ପାତ୍ର): ରାୟଗଡ଼ା ସହର ଉପକଣ୍ଠ ଶିରିଗୁଡ଼ା ନିକଟରେ ଟ୍ରକ୍‌ ସହ ଏକ କାର୍‌ର ମୁହାଁମୁହିଁ ଧକ୍କା ହେବାରୁ ୩ ଜଣ ମହିଳାଙ୍କ ସମେତ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ କାର୍ ଡ୍ରାଇଭର୍ ବି ଅଛନ୍ତି। ସମସ୍ତଙ୍କୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆଜି ସକାଳ ପ୍ରାୟ ୧୦ଟା ବେଳେ ଟିକିରିରୁ କିଛି ଲୋକ ଏହି କାର୍‌ ଯୋଗେ ଜଣେ ରୋଗୀକୁ ନେଇ ରାୟଗଡ଼ା ଡାକ୍ତରଖାନା ଆସୁଥିଲେ। ଏହି ସମୟରେ  ଶିରିଗୁଡ଼ା ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକ୍‌କୁ ଏହା ସମ୍ମୁଖରୁ ଧକ୍କା ଦେଇଥିଲା। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

Related story