ଟ୍ରକ୍ ଛିଡ଼ା ହୋଇଥିଲା, ପଛରୁ ପିଟିଲା ବସ୍‌

ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ବେଗୁନିଆ ଛକ ନିକଟରେ ଏକ ବସ୍‌ ଏକ ଟ୍ରକ୍‌କୁ ପଛରୁ ଧକ୍କା ଦେବାରୁ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ସୋର ଓ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ‘ପ୍ରଧାନ’ ନାମକ ଏହି ବସ୍‌ଟି ଭୁବନେଶ୍ୱରରୁ କୋଲକତା ଯାଉଥିଲା। ବସ୍‌ରେ ପ୍ରାୟ ୫୦ ଯାତ୍ରୀ ଥିଲେ। ଏହି ସମୟରେ ବେଗୁନିଆ ଛକ ନିକଟରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ଏହା ପଛରୁ ଧକ୍କା […]

bus-accident.-7

Tapaswini Nayak
  • Published: Friday, 04 October 2019
  • , Updated: 04 October 2019, 07:55 AM IST

ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ବେଗୁନିଆ ଛକ ନିକଟରେ ଏକ ବସ୍‌ ଏକ ଟ୍ରକ୍‌କୁ ପଛରୁ ଧକ୍କା ଦେବାରୁ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ସୋର ଓ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତକାଲି ବିଳମ୍ବିତ ରାତିରେ ‘ପ୍ରଧାନ’ ନାମକ ଏହି ବସ୍‌ଟି ଭୁବନେଶ୍ୱରରୁ କୋଲକତା ଯାଉଥିଲା। ବସ୍‌ରେ ପ୍ରାୟ ୫୦ ଯାତ୍ରୀ ଥିଲେ। ଏହି ସମୟରେ ବେଗୁନିଆ ଛକ ନିକଟରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ଏହା ପଛରୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ବସ୍‌ ଡ୍ରାଇଭର୍‌ ଓ ହେଲପର୍‌ ଫେରାର ହୋଇ ଯାଇଥିଲେ। ଟ୍ରକ୍‌ଟି ମଧ୍ୟ ସେଠାରୁ ପଳାଇଥିଲା।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲା। ତା’ସହିତ ଅନ୍ୟ ଯାତ୍ରୀମାନଙ୍କୁ ବସ୍‌ ଓ ଅଟୋ ସାହାଯ୍ୟରେ ବାଲେଶ୍ୱର ପଠାଇଥିଲା।

Related story