ନୟାଗଡ଼(ସୁର ଜଗଦେବ): ବିଜେଡି କର୍ମୀଙ୍କ ନାଁରେ ଆସିଛି ଗୁଣ୍ଡାରାଜ ଅଭିଯୋଗ। ୫ ଜଣଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଲହୁଲୁହାଣ କରିଥିବା ଅଭଯୋଗ ହୋଇଛି। ଆହତମାନଙ୍କର ଏତିକି ଦୋଷ ଥିଲା ଯେ ସେମାନେ ବିଜେଡି ପଦଯାତ୍ରାରେ ସାମିଲ ହୋଇ ନଥିଲେ।
ଏପରି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ଶଙ୍ଖେଇ ଗାଁରୁ। ପଦଯାତ୍ରାରେ ସାମିଲ ନହେବାରୁ ଗାଁର ଦୁଇଟି ପରିବାର ଉପରେ ବିଜେଡି କର୍ମୀ ଟାଙ୍ଗିଆରେ ଆକ୍ରମଣ କରିବା ସହ ବନ୍ଧୁକ ଦେଖାଇ ଧମକଚମକ ଦେଇଥିବା ଅଭିଯୋଗ ହୋଇଛି।
ଘଟଣାରେ ଆହତ ଦୁଇ ପରିବାରର ୫ ଜଣଙ୍କୁ ନୟାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ତିନିଦିନ ପୂର୍ବେ ଶଙ୍ଖେଇ ଗାଁରେ ଅରୁଣ ସାହୁଙ୍କ ନେତୃତ୍ୱରେ ଏକ ପଦଯାତ୍ରା ହୋଇଥିଲା। ଏଥିରେ ସାମିଲ ହେବାକୁ ଏହି ଦୁଇ ପରିବାରଙ୍କୁ କୁହାଯାଇଥିଲା। ହେଲେ ଏମାନେ ପଦଯାତ୍ରାରେ ସାମିଲ ହୋଇ ନଥିଲେ।
ଏହି ପ୍ରସଙ୍ଗରେ ପୁଲିସ୍ କି ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।