ତହସିଲଦାରଙ୍କର ୫ ପ୍ୟାନ୍‌ କାର୍ଡ ; ବାପାଙ୍କ ନାଁ ଭିନ୍ନ ଭିନ୍ନ, ଜନ୍ମ ତାରିଖ ବି ଅଲଗା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ନିମାପଡ଼ା ତହସିଲଦାରଙ୍କ ଘରେ ଆଜି ସକାଳେ ଭିଜିଲାନ୍ସ ରେଡ୍ ହୋଇଥିବା ବେଳେ ସାମନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ଚଢ଼ାଉ ସମୟରେ ତହସିଲଦାର ରାମଚନ୍ଦ୍ର ଜେନାଙ୍କ ୫ଟି  ପ୍ୟାନକାର୍ଡକୁ ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ । କେବଳ ସେତିକି ନୁହେଁ, ସବୁ ପ୍ୟାନ୍‌ କାର୍ଡରେ ଜନ୍ମ ତାରିଖ  ଭିନ୍ନ ଭିନ୍ନ ରହିଥିବା ବେଳେ ୨ଟିରେ ତାଙ୍କ ବାପାଙ୍କ ନାମ ବି ଭିନ୍ନ ଭିନ୍ନ ରହିଥିବା ଯାଞ୍ଚ ବେଳେ ଜଣାପଡ଼ିଛି। ସୂଚନାଯୋଗ୍ୟ, ଆଜି […]

nimapada tahasildar

Niharika Rout
  • Published: Tuesday, 02 November 2021
  • , Updated: 02 November 2021, 02:49 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ନିମାପଡ଼ା ତହସିଲଦାରଙ୍କ ଘରେ ଆଜି ସକାଳେ ଭିଜିଲାନ୍ସ ରେଡ୍ ହୋଇଥିବା ବେଳେ ସାମନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ଚଢ଼ାଉ ସମୟରେ ତହସିଲଦାର ରାମଚନ୍ଦ୍ର ଜେନାଙ୍କ ୫ଟି  ପ୍ୟାନକାର୍ଡକୁ ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ । କେବଳ ସେତିକି ନୁହେଁ, ସବୁ ପ୍ୟାନ୍‌ କାର୍ଡରେ ଜନ୍ମ ତାରିଖ  ଭିନ୍ନ ଭିନ୍ନ ରହିଥିବା ବେଳେ ୨ଟିରେ ତାଙ୍କ ବାପାଙ୍କ ନାମ ବି ଭିନ୍ନ ଭିନ୍ନ ରହିଥିବା ଯାଞ୍ଚ ବେଳେ ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ସକାଳେ ଚଢ଼ାଉ ବେଳେ ନିମାପଡ଼ା ତହସିଲଦାରଙ୍କ ଠାରୁ ପ୍ରଥମେ ୪ ଲକ୍ଷ ୬୫ ହଜାର ଜବତ ହୋଇଥିଲା । ଏହାପରେ ସରକାରୀ ଘରୁ ମିଳିଥିଲା ୫୦ ହଜାର ଟଙ୍କା । ଟଙ୍କା ଜବତ ପରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଡ୍ ହୋଇଥିବା ବେଳେ ତାଜୁବ ହୋଇଗଲେ ଭିଜିଲାନ୍ସ ଅଧିକାରୀ।

ଚଢ଼ାଉ ବେଳେ ରାମଚନ୍ଦ୍ରଙ୍କ ୫ଟି ପ୍ୟାନକାର୍ଡ ପାଇଲେ ଭିଜିଲାନ୍ସ ଅଧିକାରୀ । ରାମଚନ୍ଦ୍ରଙ୍କ ଘରୁ ଭିନ୍ନ ଭିନ୍ନ ନମ୍ବର ଥିବା ୫ଟି ପ୍ୟାନ୍ କାର୍ଡ ମିଳିଲା । ୫ଟି ପ୍ୟାନ୍ କାର୍ଡରେ ବାପା ନାଁ ମଧ୍ୟ ଭିନ୍ନ ଭିନ୍ନ ଥିବା ଦେଖାଯାଇଛି ।

୩ଟି କାର୍ଡରେ ବାପା ନାଁ ଖଗେଶ୍ୱର ଜେନା ରହିଥିବା ଦେଖାଯାଇଛି । ଅନ୍ୟ ୨ଟି କାର୍ଡରେ ବାପା ନାଁ ବୈଷ୍ଣବ ଓ ନାରାୟଣ ଜେନା ଉଲ୍ଲେଖ ରହିଛି। ୩ଟି ପ୍ୟାନ୍ କାର୍ଡରେ ଜନ୍ମବର୍ଷ ୧୯୭୦ ଥିବା ବେଳେ ଅନ୍ୟ ୨ଟିରେ ଭିନ୍ନ ରହିଛି।  ଗୋଟିଏରେ ୧୯୭୧ ଓ ଅନ୍ୟଟିରେ ୧୯୭୨ ଉଲ୍ଲେଖ ରହିଛି । ତେବେ ୫ଟି ପ୍ୟାନ୍ କାର୍ଡରେ ତହସିଲଦାରଙ୍କ ଜନ୍ମ ତାରିଖ ବି ଭିନ୍ନ ଭିନ୍ନ ରହିଛି । ଏପରି ସାଂଘାତିକ ତଥ୍ୟ ପାଇବା ପରେ ତହସିଲଦାରଙ୍କ ଘର ଓ ଅଫିସ୍‌ରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ।

https://youtu.be/oj3Y2jfgpD4

 

Related story