ଭଦ୍ରକ ଜିଲ୍ଲାର ଆଉ ୫ ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ୍

ଭଦ୍ରକ (ପାର୍ଥ ସାରଥୀ ନାୟକ): ଗତକାଲି ଭଦ୍ରକ ଜିଲ୍ଲାର ଧାମନଗର ଓ ତିହିଡି ବ୍ଲକରୁ ଚାରି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ  ପରିସ୍ଥିତି ଉପରେ ନିୟନ୍ତ୍ରଣ ଆଣିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି  ଦୁଇଟି ବ୍ଲକର ପାଞ୍ଚ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ଧାମନଗର ବ୍ଲକର କଲ୍ୟାଣୀ, ଖଡ଼ିପଦା ଓ ଆନନ୍ଦପୁର ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। କଲ୍ୟାଣୀ ଓ ଖଡ଼ିପଦା ପଞ୍ଚାୟତର ସବୁ ଗାଁ ସହ ଆନନ୍ଦପୁର ପଞ୍ଚାୟତର […]

666

Tapaswini Nayak
  • Published: Saturday, 25 April 2020
  • , Updated: 25 April 2020, 09:19 AM IST

ଭଦ୍ରକ (ପାର୍ଥ ସାରଥୀ ନାୟକ): ଗତକାଲି ଭଦ୍ରକ ଜିଲ୍ଲାର ଧାମନଗର ଓ ତିହିଡି ବ୍ଲକରୁ ଚାରି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ  ପରିସ୍ଥିତି ଉପରେ ନିୟନ୍ତ୍ରଣ ଆଣିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି  ଦୁଇଟି ବ୍ଲକର ପାଞ୍ଚ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି।

ଧାମନଗର ବ୍ଲକର କଲ୍ୟାଣୀ, ଖଡ଼ିପଦା ଓ ଆନନ୍ଦପୁର ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। କଲ୍ୟାଣୀ ଓ ଖଡ଼ିପଦା ପଞ୍ଚାୟତର ସବୁ ଗାଁ ସହ ଆନନ୍ଦପୁର ପଞ୍ଚାୟତର ଉତ୍ତେଇପୁର ଗାଁକୁ ମଧ୍ୟ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।

ସେହିପରି ତିହିଡ଼ି ବ୍ଲକର ବାମନବିନ୍ଧା ଓ କାଁପଡ଼ା ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ବାମନବିନ୍ଧା ପଞ୍ଚାୟତର କାନପୁର, ଷଣ୍ଡକପୁର ଓ ବାମନବିନ୍ଧା ଗାଁକୁ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି।  କାଁପଡ଼ା ପଞ୍ଚାୟତର କାଁପଡ଼ା, କାଁପଡ଼ାବିନ୍ଧା ଓ ତଳକାଁପଡ଼ା ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଛି ।

ସୂଚନାଯୋଗ୍ୟ, ଗତକାଲି ଭଦ୍ରକ ଜିଲ୍ଲାର ୫ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ପ୍ରଥମ ଥର ପାଇଁ ଜିଲ୍ଲାର ଧାମନଗର ଓ ତିହିଡ଼ି ବ୍ଲକରୁ  ଚାରି ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଆଉ ଜଣେ ବାସୁଦେବପୁର ବ୍ଲକରୁ ଚିହ୍ନଟ ହୋଇଥିଲେ। 

ଜିଲ୍ଳାରୁ ଚି଼ହ୍ନଟ ହୋଇଥିବା ସମସ୍ତ ୫ ଜଣଙ୍କର ପଶ୍ଚିମବଙ୍ଗ ଲିଙ୍କ୍ ରହିଛି। ଧାମନଗରର ୨ ଜଣଙ୍କ ମଧ୍ୟରୁ ଖଡ଼ିପଦାରୁ ଜଣେ ଓ କଲ୍ୟାଣୀର ଜଣେ ବୋଲି ସ୍ପଷ୍ଟ ହୋଇଛି । ସେହିପରି ତିହିଡ଼ି ବ୍ଲକରେ  ଦୁଇ ଜଣ କରୋନା ପଜିଟିଭ୍  ଚି଼ହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇଥିବା ବେଳେ ଅନ୍ୟ ୧୪ ଜଣ ବିଭିନ୍ନ କୋଭିଡ୍‌ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। 

 

Related story