ନିଆଳି ବ୍ଲକର ୫ ପଞ୍ଚାୟତ ଶଟଡାଉନ୍

ନିଆଳି(ବିନୟ ମିଶ୍ର): କଟକ ଜିଲ୍ଲା ନିଆଳିରେ ୬ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ବ୍ଲକ୍‌ର ୫ ପଞ୍ଚାୟତକୁ ଶଟଡାଉନ୍ ଘୋଷଣା କରାଯାଇଛି । କରୋନା ସଂକ୍ରମଣ ଦୃଷ୍ଟିରୁ ୫ଟି ପଞ୍ଚାୟତ ଶଟଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ। ନିଆଳି, ନୂଆଗାଁ, ବାହାରଣା, ମାଧବ ଓ ରତନପୁର ପଞ୍ଚାୟତକୁ ଶଟଡାଉନ୍ କରାଯାଇଛି। ଆଜି ସକାଳୁ ଗୁରୁବାର ସକାଳ ପର୍ଯ୍ୟନ୍ତ ୪୮ ଘଣ୍ଟା ଶଟଡାଉନ୍ ଘୋଷଣା କରାଯାଇଛି। ସେହିପରି ନିଆଳି ମେଡିକାଲ OPD ୭୨ ଘଣ୍ଟା ପାଇଁ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। […]

niali-1-1

Niharika Rout
  • Published: Tuesday, 14 July 2020
  • , Updated: 14 July 2020, 12:44 PM IST

ନିଆଳି(ବିନୟ ମିଶ୍ର): କଟକ ଜିଲ୍ଲା ନିଆଳିରେ ୬ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ବ୍ଲକ୍‌ର ୫ ପଞ୍ଚାୟତକୁ ଶଟଡାଉନ୍ ଘୋଷଣା କରାଯାଇଛି । କରୋନା ସଂକ୍ରମଣ ଦୃଷ୍ଟିରୁ ୫ଟି ପଞ୍ଚାୟତ ଶଟଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ।

ନିଆଳି, ନୂଆଗାଁ, ବାହାରଣା, ମାଧବ ଓ ରତନପୁର ପଞ୍ଚାୟତକୁ ଶଟଡାଉନ୍ କରାଯାଇଛି। ଆଜି ସକାଳୁ ଗୁରୁବାର ସକାଳ ପର୍ଯ୍ୟନ୍ତ ୪୮ ଘଣ୍ଟା ଶଟଡାଉନ୍ ଘୋଷଣା କରାଯାଇଛି।

ସେହିପରି ନିଆଳି ମେଡିକାଲ OPD ୭୨ ଘଣ୍ଟା ପାଇଁ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ୪ ଷ୍ଟାଫ ଆକ୍ରାନ୍ତ ଯୋଗୁଁ OPD ବନ୍ଦ ପାଇଁ ସିଡିଏମଓ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକାଶଥାଉକି କଟକରେ ଏବେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। କଟକରୁ ୩୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ରାଜ୍ୟରେ ଆଉ ୫୪୩ କରୋନା ଆକ୍ରାନ୍ତ ଚିହ୍ନଟ। ଆଜି ରାଜ୍ୟରେ ୨୩ ଜିଲ୍ଲାରୁ ୫୪୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

Related story