ଧଳସାମନ୍ତ ନାଁ କହି ଲୁଟିଲେ
- Published: Tuesday, 12 December 2017
- , Updated: 12 December 2017, 10:25 AM IST

ଭୁବନେଶ୍ୱର: ଭୁବନେଶ୍ୱର ରସୁଲଗଡ଼ ଶିଳ୍ପାଞ୍ଚଳର ଏକ ପାଇପ୍ ଫ୍ୟାକ୍ଟ୍ରିରେ ଭଙ୍ଗାରୁଜା ହୋଇଛି। ଫ୍ୟାକ୍ଟ୍ରି ଭିତରକୁ ୫ଜଣରୁ ଅଧିକ ଦୁର୍ବୃତ୍ତ ପଶି ଆସି ମ୍ୟାନେଜର ଓ କିଛି କର୍ମଚାରୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି। ଦୁର୍ବୃତ୍ତମାନେ ଫ୍ୟାକ୍ଟ୍ରିରେ ଭଙ୍ଗାରୁଜା କରିବା ସହ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ତେବେ ଆକ୍ରମଣକାରୀ ଧଳ ସାମନ୍ତଙ୍କ ନାଁ ନେଇଛନ୍ତି। ପୋଲିସ୍‌ ଘଟଣାର ତଦନ୍ତ କରୁଛି।

ଫ୍ୟାକ୍ଟ୍ରି ମ୍ୟାନେଜର ନିକୁଞ୍ଜ ସାମନ୍ତରାୟ କହିଛନ୍ତି,“କିଛି ଦୁର୍ବୃତ୍ତ ଫ୍ୟାକ୍ଟ୍ରି ଭିତରକୁ ପଶିଆସି ମାରପିଟ୍‌ କରିଥିଲେ। ମୁଁ ପିନ୍ଧିଥିବା ୫ଟି ସୁନାମୁଦି ନେଇଯାଇଥିଲେ। ସେମାନେ ଧଳ ସାମନ୍ତର ଲୋକ ବୋଲି କହିଥିଲେ। ଏ ବାବଦରେ ପୋଲିସକୁ ନ କହିବାକୁ ମନା କରିଥିଲେ।”