୫ ପିଲାଙ୍କ ସମେତ ୬ ଜଣ କରୋନା ପଜିଟିଭ୍‌, ୭ ଦିନ ବିଦ୍ୟାଳୟ ବନ୍ଦ

କାମାକ୍ଷାନଗର (ବିଦ୍ୟାଧର ବରାଳ): ବିଦ୍ୟାଳୟରେ ପଢ଼ୁଥିବା ୫ ଛାତ୍ରଛାତ୍ରୀ ଓ ପଢ଼ାଉଥିବା ଜଣେ ଶିକ୍ଷୟିତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିପାଇଁ ବିଦ୍ୟାଳୟକୁ ୭ ଦିନ ପାଇଁ ବନ୍ଦ ରଖାଯାଇଛି। ଏପରିକି ବିଦ୍ୟାଳୟର ସମସ୍ତ ଶ୍ରେଣୀଗୃହ ଓ ଅଫିସ୍‌କୁ ସାନିଟାଇଜ୍‌ କରାଯାଉଛି। ଆଜି ଏପରି ଚିତ୍ର ଢେଙ୍କାନାଳ ଜିଲ୍ଲାରୁ ଆସିଛି। ମହାମାରୀ କରୋନାର ଦ୍ୱିତୀୟ ଲହର କମିବା ପରେ ରାଜ୍ୟରେ ଖୋଲିଥିଲା ଦଶମ ଓ ନବମ ଶ୍ରେଣୀ। ଅଭିଭାବକଙ୍କ ପରାମର୍ଶରେ ପିଲାମାନେ କୋଭିଡ୍‌ ଗାଇଡ୍‌ଲାଇନ୍‌ ମାନି ବିଦ୍ୟାଳୟକୁ ଆସୁଥିଲେ। […]

Students

Students

Manoranjan Sial
  • Published: Thursday, 09 September 2021
  • Updated: 09 September 2021, 05:45 PM IST

Sports

Latest News

କାମାକ୍ଷାନଗର (ବିଦ୍ୟାଧର ବରାଳ): ବିଦ୍ୟାଳୟରେ ପଢ଼ୁଥିବା ୫ ଛାତ୍ରଛାତ୍ରୀ ଓ ପଢ଼ାଉଥିବା ଜଣେ ଶିକ୍ଷୟିତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିପାଇଁ ବିଦ୍ୟାଳୟକୁ ୭ ଦିନ ପାଇଁ ବନ୍ଦ ରଖାଯାଇଛି। ଏପରିକି ବିଦ୍ୟାଳୟର ସମସ୍ତ ଶ୍ରେଣୀଗୃହ ଓ ଅଫିସ୍‌କୁ ସାନିଟାଇଜ୍‌ କରାଯାଉଛି। ଆଜି ଏପରି ଚିତ୍ର ଢେଙ୍କାନାଳ ଜିଲ୍ଲାରୁ ଆସିଛି।

ମହାମାରୀ କରୋନାର ଦ୍ୱିତୀୟ ଲହର କମିବା ପରେ ରାଜ୍ୟରେ ଖୋଲିଥିଲା ଦଶମ ଓ ନବମ ଶ୍ରେଣୀ। ଅଭିଭାବକଙ୍କ ପରାମର୍ଶରେ ପିଲାମାନେ କୋଭିଡ୍‌ ଗାଇଡ୍‌ଲାଇନ୍‌ ମାନି ବିଦ୍ୟାଳୟକୁ ଆସୁଥିଲେ। ପିଲାମାନେ ମାସ୍କ ପରିଧାନ କରିବା ସହିତ ହାତ ସାନିଟାଇଜ୍‌ କରୁଥିଲେ। ଏହା ସତ୍ତ୍ୱେ କାମାକ୍ଷାନଗର ବ୍ଲକ ରାୟନୃସିଂହପୁର ସ୍ଥିତ ଶିଦ୍ଧେଶ୍ୱର ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ କରୋନାରେ ଆକ୍ରାନ୍ତ ହୋଇଛି।

ଢେଙ୍କାନାଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବିଦ୍ୟାଳୟ ଆସୁଥିବା ୭୦ ଛାତ୍ରଛାତ୍ରୀ ଓ ୧୦ ଶିକ୍ଷକ/ଶିକ୍ଷୟିତ୍ରୀଙ୍କର ଗତ ୬ ତାରିଖରେ କରୋନା ଟେଷ୍ଟ ହୋଇଥିଲା। ୮ ତାରିଖରେ କରୋନା ଟେଷ୍ଟ ରିପୋର୍ଟ ଆସିଥିଲା। ସେଥିରେ ୬ ଜଣ କରୋନା ପଜିଟିଭ ରିପୋର୍ଟ ଚିହ୍ନଟ ହୋଇଥିଲେ। ଯେଉଁଥିରେ ୫ ଜଣ ଛାତ୍ରଛାତ୍ରୀ ଥିବା ବେଳେ ଜଣେ ଶିକ୍ଷୟିତ୍ରୀ ଅଛନ୍ତି। ଏହା ପରେ ବିଦ୍ୟାଳୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଦ୍ୟାଳୟକୁ ସପ୍ତାହେ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରୋଜ କୁମାର ସେଠୀ। ଆଜିଠାରୁ ସ୍କୁଲ ବନ୍ଦ ରହିଛି। ସେପଟେ କାମାକ୍ଷାନଗର ଅଗ୍ନିଶମ ବାହିନୀର ଏକ ସ୍ୱତନ୍ତ୍ର ଟିମ୍‌ ବିଦ୍ୟାଳୟର ସମସ୍ତ ଗୃହ ଓ ଅଫିସ୍‌ ଗୁଡିକୁ ସାନିଟାଇଜ୍‌ କରୁଛି।

କୋଭିଡ୍‌ରେ ଆକ୍ରାନ୍ତ ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀଙ୍କୁ ଆଇସୋଲେଟ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି। ମେଡ଼ିକାଲ୍‌ ଟିମ୍‌ ପକ୍ଷରୁ ସେମାନଙ୍କ ଉପରେ ନଜର ରଖାଯାଇଛି। ଏଥିସହ ମେଡିସିନ୍‌ ଯୋଗାଇ ଦିଆଯାଇଥିବା ଜଣାପଡ଼ିଛି। ଏହାଛଡ଼ା ଉକ୍ତ ବିଦ୍ୟାଳୟରେ ପଢ଼ୁଥିବା ଅନ୍ୟ ଛାତ୍ରଛାତ୍ରୀଙ୍କ ଉପରେ ନଜର ରଖିବାକୁ ସେମାନଙ୍କ ଅଭିଭାବକଙ୍କୁ ପରାମର୍ଶ ଦିଆଯାଇଛି। ଯଦି କୌଣସି ପିଲାଙ୍କ ପାଖରେ କୋଭିଡ୍‌ର କୌଣସି ଲକ୍ଷ୍ୟଣ ଦେଖାଦେଉଛି, ତାହାହେଲେ ଆର୍‌ଟିପିସିଆର୍‌ ଟେଷ୍ଟ କରିବାକୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos