ଘରକୁ ଫେରୁଥିବା ବେଳେ ରାସ୍ତାରୁ ନାବାଳିକାଙ୍କୁ ଉଠାଇନେଲେ

ବଣାଇ (ରଞ୍ଜିତ ଚୌଧୁରୀ): ଘରକୁ ଫେରୁଥିବା ବେଳେ ନାବାଳିକାଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ କଲେ ୫ ଅଭିଯୁକ୍ତ। ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ୫ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୁଲିସ୍‌। ଅଟକଙ୍କ ଭିତରେ ୩ ଜଣ ନାବାଳକ ଅଛନ୍ତି। ଶୁକ୍ରବାର ସନ୍ଧ୍ୟା ପ୍ରାୟ ୫ରୁ ୬ଟା ହେବ। ନାବାଳିକା ଜଣକ ସିଲେଇ ତାଲିମ କେନ୍ଦ୍ରରୁ ସାଇକେଲ୍‌ରେ ଘରକୁ ଫେରୁଥିଲେ। ତେବେ ସାଲେଇପାଲି ନିକଟରେ ୫ ଜଣ […]

rape

Manoranjan Sial
  • Published: Saturday, 16 April 2022
  • , Updated: 16 April 2022, 08:00 PM IST

ବଣାଇ (ରଞ୍ଜିତ ଚୌଧୁରୀ): ଘରକୁ ଫେରୁଥିବା ବେଳେ ନାବାଳିକାଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ କଲେ ୫ ଅଭିଯୁକ୍ତ। ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ୫ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୁଲିସ୍‌। ଅଟକଙ୍କ ଭିତରେ ୩ ଜଣ ନାବାଳକ ଅଛନ୍ତି।

ଶୁକ୍ରବାର ସନ୍ଧ୍ୟା ପ୍ରାୟ ୫ରୁ ୬ଟା ହେବ। ନାବାଳିକା ଜଣକ ସିଲେଇ ତାଲିମ କେନ୍ଦ୍ରରୁ ସାଇକେଲ୍‌ରେ ଘରକୁ ଫେରୁଥିଲେ। ତେବେ ସାଲେଇପାଲି ନିକଟରେ ୫ ଜଣ ତାଙ୍କୁ ଅଟକାଇ ଦେଇଥିଲେ। ପରେ ତାଙ୍କୁ ଟେକି ନେଇ ରାସ୍ତା ପାର୍ଶ୍ୱରେ ଜଣେ ପରେ ଜଣେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଚିତ୍କାର ଶୁଣି ଜଣେ ବ୍ୟକ୍ତି ସେଠାକୁ ଚାଲି ଆସିବାରୁ ସେମାନେ ଚମ୍ପଟ ମାରିଥିଲେ।

ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଘରେ ଛାଡ଼ି ଥିଲେ। ପୀଡ଼ିତା ଏନେଇ ପରିବାର ଲୋକଙ୍କ କହିଥିଲେ। ଆଜି ସକାଳେ ପରିବାର ଲୋକେ ଏନେଇ ଲହୁଣୀପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏପରିକି ପୀଡ଼ିତାଙ୍କ ଡାକ୍ତରୀ ମାଇନା କରିଥିଲା।

ପୁଲିସ୍‌ ଗଣ ଦୁଷ୍କର୍ମ ଘଟିଥିବା ସ୍ଥାନ ସାଲେଇପାଲି ଯାଇଥିଲା। ସେଠାରେ ସ୍ଥିତି ଦେଖିବା ପରେ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଥିଲା। ଆଜି ସନ୍ଧ୍ୟାରେ ଗଣ ଦୁଷ୍କର୍ମ ଅଭିଯୋଗରେ ପୁଲିସ୍‌ ୫ ଜଣଙ୍କୁ ଅଟକ ରଖିଛି। ଅଟକ ରହିଥିବା ୫ ଜଣଙ୍କ ଭିତରୁ ୩ ଜଣ ନାବାଳକ ଥିବା ଜଣାପଡ଼ିଛି।

Related story