ଆଜି ୫ଟି ଟ୍ରେନ୍‌ ସଂପୂର୍ଣ୍ଣ ବାତିଲ୍‌ ଓ ୧୨ଟି ଟ୍ରେନ ଆଂଶିକ ବାତିଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଗରିକତା ସଂଶୋଧନ ଆଇନକୁ ନେଇ ପୂର୍ବ, ଉତ୍ତର-ପୂର୍ବ ଭାରତରେ ଆନ୍ଦୋଳନ ଯୋଗୁଁ ରେଳ ଚଳାଚଳ ପ୍ରଭାବିତ ହୋଇଛି। ଗୌହାଟୀ, ହାୱାଡ଼ା ଓ ଚେନ୍ନାଇ ରୁଟ୍‌ରେ ବହୁ ଟ୍ରେନ ବାତିଲ ହୋଇଛି। ଆଜି ୫ଟି ଟ୍ରେନ ସଂପୂର୍ଣ୍ଣ ବାତିଲ ହୋଇଥିବା ବେଳେ ୧୨ଟି ଟ୍ରେନ ଆଂଶିକ ଭାବେ ବାତିଲ ହୋଇଛି। ଆଜି ପାଇଁ ବାତିଲ ହୋଇଥିବା ଟ୍ରେନ୍‌ ଗୁଡ଼ିକ ହେଲା-ସିଆଲଦାରୁ ବାହାରୁଥିବା ସିଆଲ୍‌ଦା-ପୁରୀ ଏକ୍ସପ୍ରେସ୍, ହାଓ୍ୱଡ଼ାରୁ ବାହାରୁଥିବା ହାଓ୍ୱଡ଼ା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍, ହାଓ୍ୱଡ଼ା-ୟଶଓ୍ୱନ୍ତପୁର ଏକ୍ସପ୍ରେସ୍, ହାଓ୍ୱଡ଼ା-ଚେନ୍ନାଇ […]

train-1

Manoranjan Sial
  • Published: Monday, 16 December 2019
  • , Updated: 16 December 2019, 06:58 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଗରିକତା ସଂଶୋଧନ ଆଇନକୁ ନେଇ ପୂର୍ବ, ଉତ୍ତର-ପୂର୍ବ ଭାରତରେ ଆନ୍ଦୋଳନ ଯୋଗୁଁ ରେଳ ଚଳାଚଳ ପ୍ରଭାବିତ ହୋଇଛି। ଗୌହାଟୀ, ହାୱାଡ଼ା ଓ ଚେନ୍ନାଇ ରୁଟ୍‌ରେ ବହୁ ଟ୍ରେନ ବାତିଲ ହୋଇଛି। ଆଜି ୫ଟି ଟ୍ରେନ ସଂପୂର୍ଣ୍ଣ ବାତିଲ ହୋଇଥିବା ବେଳେ ୧୨ଟି ଟ୍ରେନ ଆଂଶିକ ଭାବେ ବାତିଲ ହୋଇଛି। ଆଜି ପାଇଁ ବାତିଲ ହୋଇଥିବା ଟ୍ରେନ୍‌ ଗୁଡ଼ିକ ହେଲା-ସିଆଲଦାରୁ ବାହାରୁଥିବା ସିଆଲ୍‌ଦା-ପୁରୀ ଏକ୍ସପ୍ରେସ୍, ହାଓ୍ୱଡ଼ାରୁ ବାହାରୁଥିବା ହାଓ୍ୱଡ଼ା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍, ହାଓ୍ୱଡ଼ା-ୟଶଓ୍ୱନ୍ତପୁର ଏକ୍ସପ୍ରେସ୍, ହାଓ୍ୱଡ଼ା-ଚେନ୍ନାଇ ମେଲ୍ ଓ ହାଓ୍ୱଡ଼ା-ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସ୍।

ସେହିପରି ଆଂଶିକ ଭାବେ ବାତିଲ ହୋଇଥିବା ଟ୍ରେନ୍ ଗୁଡ଼ିକ ହେଲା- ଗତକାଲି ତିରୁପତିରୁ ବାହାରିଥିବା ତିରୁପତି-ହାଓ୍ୱଡ଼ା ଏକ୍ସପ୍ରେସ୍, ଆସନ୍ତାକାଲି ଏର୍ଣ୍ଣାକୁଲମ୍‌ରୁ ବାହାରିବାକୁ ଥିବା ଏର୍ଣ୍ଣାକୁଲମ୍-ହାଓ୍ୱଡ଼ା ଏକ୍ସପ୍ରେସ୍, ଆଜି ଯଶଓ୍ୱନ୍ତପୁରରୁ ବାହାରୁଥିବା ଯଶଓ୍ୱନ୍ତପୁର-ହାଓ୍ୱଡ଼ା ଏକ୍ସପ୍ରେସ୍, ଆଜି ଚେନ୍ନାଇରୁ ବାହାରିବାକୁ ଥିବା ଚେନ୍ନାଇ-ପୁରୀ ଏକ୍ସପ୍ରେସ୍, ଗତକାଲି ଗୋଆରୁ ବାହାରିଥିବା ଭାସ୍କୋଡାଗାମା- ହାଓ୍ୱଡ଼ା ଅମରାବତୀ ଏକ୍ସପ୍ରେସ୍, ଗତକାଲି ଯଶଓ୍ୱନ୍ତପୁରରୁ ବାହିଥିବା ଯଶଓ୍ୱନ୍ତପୁର-ହାଓ୍ୱଡ଼ା ଏକ୍ସପ୍ରେସ୍, ଆଜି ଚେନ୍ନାଇରୁ ବାହାରୁଥିବା ଚେନ୍ନାଇ-ପୁରୀ ସ୍ପେସାଲ୍ ଟ୍ରେନ୍, ଆଜି ମହୀଶୂରରୁ ବାହାରୁଥିବା ମହୀଶୂର-ହାଓ୍ୱଡ଼ା ଏକ୍ସପ୍ରେସ୍, ଆଜି ଯଶଓ୍ୱନ୍ତପୁରରୁ ବାହାରୁଥିବା ଯଶଓ୍ୱନ୍ତପୁର-ହାଓ୍ୱଡ଼ା ଏକ୍ସପ୍ରେସ୍, ଆସନ୍ତାକାଲି ଗୌହାଟୀରୁ ବାହାରିବାକୁ ଥିବା ଗୌହାଟୀ-ବେଙ୍ଗଲୁରୁ କ୍ୟାଣ୍ଟ ଏକ୍ସପ୍ରେସ୍, ଆସନ୍ତାକାଲି ଅଗରତାଲାରୁ ବାହାରିବାକୁ ଥିବା ଅଗରତାଲା-ବାଙ୍ଗାଲୋର କ୍ୟାଣ୍ଟ ଏକ୍ସପ୍ରେସ୍ ଓ ଗୌହାଟୀରୁ ଆସନ୍ତା ୧୯ ତାରିଖରେ ବାହାରିବାକୁ ଥିବା ଗୌହାଟୀ-ସିକନ୍ଦରାବାଦ ଏକ୍ସପ୍ରେସ୍। ଏହା ଦ୍ୱାରା ଆସାମ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ, ଗୋଆ, କର୍ଣ୍ଣାଟକ ଆଦି ରାଜ୍ୟ ପ୍ରଭାବିତ ହେବେ।

Related story