ବାଲିଗୁଡ଼ା(ଅଜିତ ନାୟକ): ତାର ଖଣ୍ଡକରେ ଝୁଲୁଛି ୫ ଖଣ୍ଡ ଗାଁ ଲୋକଙ୍କ ଭାଗ୍ୟ। ଭରା ନଦୀକୁ ପାର କରିବା ପାଇଁ ବିଦ୍ୟୁତ ତାର ହିଁ ଏକମାତ୍ର ଭରସା। ଦେଶ ସ୍ୱାଧୀନତା ହେବାର ଏତେ ବର୍ଷ ପରେ ରାଜ୍ୟର ଏପରି ବିକଳ ଚିତ୍ର ଆସିଛି କନ୍ଧମାଳ କେ. ନୂଆ ଗାଁର ବିନ୍ଦାପଡ଼ା ଗାଁରୁ।
ନଦୀରେ ପୋଲ ନଥିବାରୁ ଲୋକେ ବିଦ୍ୟୁତ ତାରକୁ ଅସ୍ଥାୟୀ ପୋଲ୍ ଭାବେ ବ୍ୟବହାର କରୁଛନ୍ତି। ଦିନେ କି ଦିନେ ନୁହେଁ, ବର୍ଷ ବର୍ଷ ଧରି ଏପରି ତାରରେ ବୃଦ୍ଧଠୁ ପିଲା ଯାଏ ସମସ୍ତେ ଏହି ରାସ୍ତାରେ ଯିବା ଆସିବା କରୁଛନ୍ତି। ବିପଦଜନକ ରାସ୍ତା ଉପରେ ଯିବା ଆସିବା ସମ୍ପର୍କରେ ଗାଁ ଲୋକେ ଜିଲ୍ଲା ପ୍ରଶାସନକୁ ଜଣାଇଛନ୍ତି।
କନ୍ଧମାଳ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି ଯେ, ସେହି ଗାଁରେ ବିକଳ୍ପ ରାସ୍ତା ଅଛି। ସେହି ରାସ୍ତାରେ ଯିବା ଆସିବା ଲାଗି ଲୋକଙ୍କୁ କୁହାଯାଇଛି। ଏହାଛଡ଼ା ପୋଲ ପାଇଁ ଅଟକଳ କରିବା ଲାଗି ସ୍ଥାନୀୟ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।